ଆଲପ୍ରାଜୋଲାମ
![]() | |
![]() | |
Clinical data | |
---|---|
Pronunciation | Alprazolam /ælˈpræzəlæm/ or /ælˈpreɪzəlæm/, Xanax /ˈzænæks/ |
Trade names | Xanax, Niravam, Frontal |
AHFS/Drugs.com | monograph |
MedlinePlus | a684001 |
Pregnancy category |
|
Dependence liability | Physical: Moderate Psychological: High |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 80–90% |
Metabolism | Hepatic, via cytochrome P450 3A4 |
Elimination half-life | Immediate release: 4-6 hours, Extended release: 10.7–15.8 hours |
Excretion | Renal |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.044.849 ![]() |
Chemical and physical data | |
Formula | C17H13ClN4 |
Molar mass | ୩୦୮.୭୭ g·mol−1 |
3D model (JSmol) | |
| |
| |
(verify) |
ଆଲପ୍ରାଜୋଲାମ (ଇଂରାଜୀ ଭାଷାରେ Alprazolam, ଏକ ବ୍ୟବସାୟୀକ ନାମ ଜାନାକ୍ସ/Xanax ଏକ ସ୍ୱଳ୍ପ କାଳୀନ ବେଞ୍ଜୋଡାଏଜେପିନ (benzodiazepine) ଉତ୍କଣ୍ଠାହାରୀ (anxiolytic) ଓ ସ୍ୱଳ୍ପ ପ୍ରଶାନ୍ତକାରୀ (minor tranquilizer) ଔଷଧ ।[୧] ସାଧରଣତଃ ଏହ ପ୍ୟାନିକ ଡିଜଅର୍ଡ଼ର (panic disorder) ଭଳି ଉତ୍କଣ୍ଠା ପ୍ରବଣ ରୋଗରେ (anxiety disorder) ଦିଆଯାଏ କିନ୍ତୁ ସାମୁହିକ ଉତ୍କଣ୍ଠା ବେମାରୀ (generalized anxiety disorder/ GAD) ବା ସାମାଜିକ ଉତ୍କଣ୍ଠା ବେମାରୀରେ (social anxiety disorder) ମଧ୍ୟ ଦିଆଯାଇପାରେ ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୦ରେ ଏହା ଦଶମ ସର୍ବାଧିକ ବିକ୍ରୟ ହୋଇଥିବା ଔଷଧ ଥିଲା ।[୩] ନିର୍ଦ୍ଦିଷ୍ଟ ଜିଏବିଏ ଏ (GABAA) ରିସେପ୍ଟର (receptor|) ସହିତ ଆଲପ୍ରାଜୋଲାମ ସଂଯୁକ୍ତ ହୋଇଯାଏ । ଆଲପ୍ରାଜୋଲାମ ଏହ ଉତ୍କଣ୍ଠାନିବାରକ (anxiolytic), ପ୍ରଶାନ୍ତିଦାୟକ (sedative), ହିପନୋଟିକ (hypnotic), ସ୍କେଲିଟାଲ ପେଶୀ ଶିଥିଳ ଦାୟକ (skeletal muscle relaxant), ବାତ ନିବାରକ (anticonvulsant), ବିସ୍ମରଣକାରୀ (amnestic) ଓ ଅବସାଦରୋଧୀ (antidepressant) ଔଷଧ ।[୪] ଏହା ବଟିକା ଆକାରରେ, ପାଟିରେ ମିଳେଇଯିବା ଆକାରରେ ଓ ସମୟକ୍ରମେ ମିଳେଇଯିବା ଭଳି ୩ ପ୍ରକାର ବଟିକା ଆକାରରେ ମିଳେ ।
ସାମୁହିକ ଉତ୍କଣ୍ଠା ବେମାରୀ (en:generalized anxiety disorder/ GAD) ଉପଶମ ହେବା ନିମନ୍ତେ ଏକ ସପ୍ତାହ ଲାଗିଯାଇପାରେ ।[୫][୬] ଏହି ଔଷଧର ଉତ୍କଣ୍ଠା ଓ ଆତଙ୍କ ଉପଶମକାରୀ ପ୍ରଭାବ ପ୍ରତି ଅସହନଶୀଳତା ଦେଖାଯିବା କେତେକ ମହଲ କହୁଥିଲେ ମଧ୍ୟ ସମସ୍ତ ବିଶେଷଜ୍ଞ ଏଥିରେ ଉକମତ ନୁହନ୍ତି;[୨] [୭] କିନ୍ତୁ ନିଦ୍ରା ଓ ପ୍ରଶାନ୍ତିକାରକ ଗୁଣ ପ୍ରତି ଟୋଲେରାନ୍ସ ବା ପ୍ରତିରୋଧ ପ୍ରକାଶ ପାଏ ।[୭] କିଛି ସପ୍ତାହ ଓ ଦୀର୍ଘ ସମୟ ଧରି ଔଷଧ ସେବନ କରିବା ପରେ ହଠାତ୍ ବନ୍ଦ କରିଦେଲେ ଉଇଥଡ୍ରୟାଲ ଲକ୍ଷଣ (Withdrawal symptoms) ବା ରିବାଉଣ୍ଡ ଲକ୍ଷଣ (rebound symptoms) ପ୍ରକାଶ ପାଏ; ତେଣୁ ଏହାର ମାତ୍ରା (dose) ଅଳ୍ପ ଅଳ୍ପ କରି କମେଇ ବନ୍ଦକରାଯାଏ ।[୫] ଅଧିକ ଆତ୍ମହତ୍ୟା ସଙ୍କଟ ମଧ୍ୟ ରହିପାରେ ।[୮]
ସନ ୧୯୮୧ରେ ଆଲପ୍ରାଜୋଲାମ ପ୍ରଥମେ ଅପଜୋନ (Upjohn) ଯାହା ବର୍ତ୍ତମାନର ଫାଇଜର (Pfizer) କମ୍ପାନୀର ଏକ ଅଂଶ ବିତରଣ କରାଯାଇଥିଲା ।[୯] ଏହା ପ୍ରଥମେ ପ୍ୟାନିକ ଡିଜଅର୍ଡ଼ର ନିମନ୍ତେ ଅନୁମୋଦିତ ହୋଇଥିଲା ଓ ଦୁଇ ବର୍ଷ ପରେ ଏହା ଜାନାକ୍ସ ନାମରେ ଆମେରିକାରେ ଅତ୍ୟଧିକ ବିକ୍ରୟ ହେବାର ରେକର୍ଡ଼ କରିଥିଲା । ସନ ୨୦୧୦ରେ ଏହା ସର୍ବାଧିକ ସଂଖ୍ୟାରେ ବିକ୍ରୟ ହୋଇଥିଲା,[୧୦] ଓ ବେଞ୍ଜୋଡାଏଜେପିନର (benzodiazepine) ସର୍ବାଧିକ ଅପବ୍ୟବହାର ମଧ୍ୟ ହୋଇଥିଲା ।[୧୧] ଡାକ୍ତରୀ କାରଣରୁ ଏହାର ଅପବ୍ୟବହାର ସମ୍ଭାବନା ହେଉଥିବା କାରଣ ମଧ୍ୟ ବିବାଦୀୟ ଅଛି ଓ କେତେକ ବିଶେଷଜ୍ଞଙ୍କ ମତରେ ଅନ୍ୟାନ୍ୟ ବେଞ୍ଜୋଡାଏଜେପିନ ଭଳି ଏହାର ସଙ୍କଟ ମାତ୍ରା ବହୁତ କମ୍ ଥାଏ ।[୨] ଅନ୍ୟ କେତେକଙ୍କ ମତରେ ଆଲପ୍ରାଜୋଲାମର ଅପବ୍ୟବହାର ସଙ୍କଟ ଅଧିକ ଅଛି । [୧୨] ଅଳ୍ପ କେତେକ ଲୋକ ଏହାର ମାତ୍ରାକୁ ନିଜେ ବୃଦ୍ଧି କରି ବ୍ୟବହାର କରନ୍ତି । [୧୩] ଯୁକ୍ତରାଷ୍ଟ୍ର ଆମେରିକାର ଡ୍ରଗ ଏନଫୋର୍ସ ଆଡମିନିସ୍ଟ୍ରେସନ ସଂସ୍ଥା ଆଲପ୍ରାଜୋଲାମ ଔଷଧକୁ ସିଡ୍ୟୁଲ ୪ (Schedule IV) ଅନ୍ତର୍ଭୁକ୍ତ କରିଛନ୍ତି ।
ଆଧାର[ସମ୍ପାଦନା]
- ↑ Goldberg, Raymond (2009). Drugs Across the Spectrum (in ଇଂରାଜୀ). Cengage Learning. p. 195. ISBN 9781111782009.
- ↑ ୨.୦ ୨.୧ ୨.୨ Work Group on Panic Disorder (January 2009). APA Practice Guideline for the Treatment of Patients With Panic Disorder (2nd ed.). doi:10.1176/appi.books.9780890423905.154688.
- ↑ "In Pictures: The Most Popular Prescription Drugs". Forbes. Retrieved 16 June 2015.
- ↑ Mandrioli, R.; Mercolini, L.; Raggi, M. A. (2008). "Benzodiazepine Metabolism: An Analytical Perspective". Current Drug Metabolism. 9 (8): 827–844. doi:10.2174/138920008786049258. PMID 18855614.
- ↑ ୫.୦ ୫.୧ Verster, J. C.; Volkerts, E. R. (2004). "Clinical Pharmacology, Clinical Efficacy, and Behavioral Toxicity of Alprazolam: A Review of the Literature". CNS Drug Reviews. 10 (1): 45–76. doi:10.1111/j.1527-3458.2004.tb00003.x. PMID 14978513.
- ↑ Tampi, R. R.; Muralee, S.; Weder, N. D.; Penland, H., eds. (2008). Comprehensive Review of Psychiatry. Philadelphia, PA: Wolters Kluwer / Lippincott Williams & Wilkins Health. p. 226. ISBN 978-0-7817-7176-4.
- ↑ ୭.୦ ୭.୧ Pavuluri, M. N.; Janicak, P. G.; Marder, S. R. (2010). Principles and Practice of Psychopharmacotherapy (5th ed.). Philadelphia, PA: Wolters Kluwer Health / Lippincott Williams & Wilkins. p. 535. ISBN 978-1-60547-565-3.
- ↑ Dodds, Tyler J. (2 March 2017). "Prescribed Benzodiazepines and Suicide Risk: A Review of the Literature". The primary care companion for CNS disorders. 19 (2). doi:10.4088/PCC.16r02037. ISSN 2155-7780. PMID 28257172.
- ↑ Walker, S. (1996). A Dose of Sanity: Mind, Medicine, and Misdiagnosis. New York: John Wiley & Sons. pp. 64–65. ISBN 978-0-471-19262-6.
- ↑ Langreth, Robert; Herper, Matthew (11 May 2010). "In Pictures: The Most Popular Prescription Drugs". Forbes.
- ↑ "Drug Abuse Warning Network, 2006: National Estimates of Drug-Related Emergency Department Visits" (PDF). U.S. Department of Health and Human Services. Substance Abuse and Mental Health Services Administration. 2006. Retrieved 13 February 2012.
- ↑ "Alprazolam". The American Society of Health-System Pharmacists. Archived from the original on 15 May 2011. Retrieved 3 April 2011.
- ↑ "DEA Brief Benzodiazepines". Archived from the original on 12 March 2009. Retrieved 1 October 2011.
Given the millions of prescriptions written for benzodiazepines (about 100 million in 1999), relatively few individuals increase their dose on their own initiative or engage in drug-seeking behavior.
External links[ସମ୍ପାଦନା]
