ଆର୍ଯ୍ୟ ବିବାହ ବୈଧିକରଣ ଅଧିନିୟମ, ୧୯୩୭

ଉଇକିପିଡ଼ିଆ‌ରୁ


ଆର୍ଯ୍ୟ ବିବାହ ବୈଧିକରଣ ଅଧିନିୟମ, ୧୯୩୭ ହେଉଛି ଇଂରେଜ ରାଜତ୍ୱ ଭାରତରେ ଲାଗୁ କରାଯାଇଥିବା ଏକ ଆଇନ ଯଦ୍ଦ୍ୱାରା ଆର୍ଯ୍ୟସମାଜୀଙ୍କ ମଧ୍ୟରେ ପ୍ରଚଳିତ ବିବାହକୁ ମାନ୍ୟତା ଦିଆଗଲା ।[୧]

ପୃଷ୍ଠଭୂମି[ସମ୍ପାଦନା]

ବ୍ରିଟିଶ ରାଜତ୍ୱ ଭାରତରେ ଜାତିପ୍ରଥା ତଥା ହିନ୍ଦୁ ଧର୍ମରେ ପ୍ରଚଳିତ କୁସଂସ୍କାରକୁ ବିରୋଧ କରୁଥିବା ବିଭିନ୍ନ ଧର୍ମ ତଥା ଜାତିର ବହୁ ବ୍ୟକ୍ତି ଆର୍ଯ୍ୟ ସମାଜରେ ଯୋଗଦାନ କରିବା ଫଳରେ ତତକାଳୀନ ଭାରତରେ ଆର୍ଯ୍ୟସମାଜୀଙ୍କ ସଂଖ୍ୟା ବଢିବାକୁ ଲାଗିଲା । ଇଂରେଜମାନେ ଭାରତ ବିଭିନ୍ନ ଧର୍ମ ତଥା ଜାତିରେ ପ୍ରଚଳିତ ବିବାହର ରୀତିନୀତି ତଥା ପରମ୍ପରା ମଧ୍ୟରେ ହସ୍ତକ୍ଷେପ କରିବାକୁ ଚାହୁଁ ନ ଥିଲେ । ଆର୍ଯ୍ୟ ସମାଜୀଙ୍କ ମଧ୍ୟରେ ବିବାହର ପ୍ରଥା ମଧ୍ୟ ପ୍ରଚଳନ ହେବା ପରେ ଦେଖାଗଲା ଯେ ଯେଉଁ ଦୁଇ ଆର୍ଯ୍ୟ ସମାଜୀଙ୍କ ମଧ୍ୟରେ ବିବାହ ହୋଇଛି ସେହି ବର ଓ କନ୍ୟା ଉଭୟେ ହୁଏତ ବିବାହ ପୂର୍ବରୁ ଭିନ୍ନ ଭିନ୍ନ ଜାତିର ଥିଲେ । ସାମାଜିକ ତଥା ସମ୍ପତ୍ତିଗତ କଟକଣା ତଥା ଏଭଳି ବିବାହକୁ ତତ୍କାଳୀନ ସମାଜ ଗ୍ରହଣ ନ କରିବା ଭୟ ସହିତ ଆର୍ଯ୍ୟ ସମାଜୀଙ୍କ ମଧ୍ୟରେ ଏଭଳି ବିବାହ ଆଇନଗତ ଭାବେ ଅଗ୍ରାହ୍ୟ ହୋଇଯିବାର ଭୟ ସୃଷ୍ଟି ହେଲା ।

ଏଭଳି ଆଇନଗତ ବାଧାକୁ ଦୁର କରିବା ଉଦ୍ଦେଶ୍ୟରେ ଗଠିତ ସିଲେକ୍ଟ କମିଟିର ସୁପାରିଶ ଭିତ୍ତିରେ ଇଂରେଜ ସରକାରଙ୍କଦ୍ୱାରା ଏହି ଆଇନ ଲାଗୁ କରାଗଲା । ଏହି ଆଇନ ବଳରେ ଜାତିପ୍ରଥାର ବୈଧତାକୁ ପ୍ରଶ୍ନ ନ କରି ଆର୍ଯ୍ୟ ସମାଜରେ ପ୍ରଚଳିତ ବିବାହକୁ ମାନ୍ୟତା ଦିଆଗଲା ।[୨]

ଅଧିନିୟମ ବିଷୟରେ[ସମ୍ପାଦନା]

ଅଧିନିୟମର ଧାରା ୨ରେ ରହିଛି ଅଧିନିୟମର ସାର ମର୍ମ । ଉକ୍ତ ଅଧିନିୟମର ଧାରା ୨ ହେଉଛି;-

Marriage between Arya Samajis not to be invalid:- Notwithstanding any provision of Hindu Law, usage or custom to the contrary no marriage contracted whether before or after the commencement of this Act between two persons being at the time of marriage Arya Samajis shall be invalid or shall be deemed ever to have been invalid by reason only of the fact that the parties at any time belonged to different castes or different sub castes of Hindus or that either or both of the parties at any time before the marriage belonged to a religion other than Hinduism.[୩]

ଅର୍ଥାତ ଅଧିନିୟମର ଧାରା ୨ ଅନୁସାରେ
ଆର୍ଯ୍ୟସମାଜୀଙ୍କ ମଧ୍ୟରେ ବିବାହ ଅବୈଧ ନୁହେଁ‌- ପ୍ରଚଳିତ ହିନ୍ଦୁ ଆଇନ ତଥା ରୀତିନୀତି ଓ ପରମ୍ପରା ବାବଜୁଦ ଦୁଇଜଣ ଆର୍ଯ୍ୟସମାଜୀଙ୍କ ମଧ୍ୟରେ ବିବାହ ଏଇଥିପାଇଁ ଅବୈଧ ହେବନାହିଁ କି ଯେ ସେମାନେ ବିବାହ ପୂର୍ବରୁ ଦୁଇ ଭିନ୍ନ ଜାତି, ଉପଜାତି ବା ଧର୍ମର ଥିଲେ ।

ଆଧାର[ସମ୍ପାଦନା]

  1. "ARYA MARRIAGE VALIDATION ACT, 1937". theindianlawyer.in. Archived from the original on 27 December 2017. Retrieved 4 August 2018.
  2. "Arya Marriage Validation Act 1937 Complete Act - Citation 133119 - Bare Act | LegalCrystal". www.legalcrystal.com (in ଇଂରାଜୀ). Retrieved 4 August 2018.[permanent dead link]
  3. "Arya Marriage Validation Act, 1937". Latest laws. Archived from the original on 4 August 2018. Retrieved 4 August 2018.

ଆହୁରି ପଢନ୍ତୁ[ସମ୍ପାଦନା]

"Arya Marriage Validation Act, 1937"