ଆର୍କ ସମ୍ପ୍ରଦାୟ

ଉଇକିପିଡ଼ିଆ‌ରୁ
ଘୋଡ଼ା ସାହାଯ୍ୟରେ ଆର୍କ ସମ୍ପ୍ରଦାୟର ଜଣେ ସଦସ୍ୟ କାମ କରୁଛନ୍ତି ।

ଦି କମ୍ୟୁନିଟି ଅଫ୍ ଆର୍କ ବା ଆର୍କ ସମ୍ପ୍ରଦାୟ ହେଉଛି ଦକ୍ଷିଣ ଫ୍ରାନ୍ସର ଏକ ଛୋଟ ଆଧ୍ୟାତ୍ମିକ ସମ୍ପ୍ରଦାୟ ଯାହା ୧୯୪୮ ମସିହାରେ ଲାନଜା ଡେଲ ଭାଷ୍ଟୋଙ୍କଦ୍ୱାରା ପ୍ରତିଷ୍ଠା ହୋଇଥିଲା ।[୧] ଭାଷ୍ଟୋ ଜଣେ ଅହିଂସା କାର୍ଯ୍ୟକର୍ତ୍ତା ତଥା ମହାତ୍ମା ଗାନ୍ଧୀଙ୍କ ଶିଷ୍ୟ ଥିଲେ ।[୨] ଏହି ସମ୍ପ୍ରଦାୟ ଗାନ୍ଧୀବାଦକୁ ବିଶ୍ୱ ସମୁଦାୟରେ ପ୍ରଚାର କରିବା କାମ କରୁଛି ।[୩] ୧୯୭୦ ଦଶକରେ ଡେଲ ଭାଷ୍ଟୋଙ୍କ ନେତୃତ୍ୱରେ ଅନେକ କମ୍ୟୁନାର୍ଡ ଲାରଜାକ୍ ମାଳଭୂମିରେ ସାମରିକ ବେସ୍‌ର ସମ୍ପ୍ରସାରଣକୁ ପ୍ରତିରୋଧ କରି ନାଗରିକ ଅମାନ୍ୟ ଅଭିଯାନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଅଭିଯାନ ଶେଷରେ ବିଜୟୀ ହୋଇଥିଲା ।

୧୯୭୦ ଦଶକରେ ଏହି ସମ୍ପ୍ରଦାୟ ଇଟାଲୀ, ସ୍ପେନ୍ ଏବଂ କ୍ୟୁବେକ୍ ସମେତ ଅନେକ ସ୍ଥାନକୁ ବ୍ୟାପିଥିଲା ।[୪] ୧୯୯୦ ଦଶକରେ ବିବାଦ ଏବଂ ନୂତନ ସଦସ୍ୟଙ୍କ ଅଭାବ ହେତୁ କିଛି ସମ୍ପ୍ରଦାୟ ବନ୍ଦ ହୋଇଯାଇଥିଲା ।

ଅଧିକ ପଠନ[ସମ୍ପାଦନା]

  • Mark Shepard: The Community of the Ark. A Visit With Mahatma Gandhi's Disciples in the West. Ocean Tree Books, Santa Fe (New Mexico) 1992, ISBN 0-943734-28-2.

ଆଧାର[ସମ୍ପାଦନା]

ବାହାର ଲିଙ୍କ୍[ସମ୍ପାଦନା]