ଆମେରିଗୋ ଭେସପୁଚି

ଉଇକିପିଡ଼ିଆ ରୁ
Jump to navigation Jump to search

ଆମେରିଗୋ ଭେସପୁଚି (ମାର୍ଚ୍ଚ ୯, ୧୪୫୪-ଫେବୃଆରୀ ୨୨, ୧୫୧୨) ହେଉଛନ୍ତି ଜଣେ ଇଟାଲିୟାନ ପରିବ୍ରାଜକ, ନାବିକ ତଥା ସୌଦାଗର [୧]। ତାଙ୍କର ପର୍ତ୍ତୁଗାଲ ଜଳଯାତ୍ରାରୁ (୧୫୦୧-୧୫୦୨) ଏହା ସ୍ପଷ୍ଟ ହେଲା ଯେ ବ୍ରାଜିଲ ଏବଂ ୱେଷ୍ଟ ଇଣ୍ଡୀଜ ଏହି ଦୁଇଟି ସ୍ୱତନ୍ତ୍ର ଦେଶ, ଏ ଦୁଇ ଦେଶ ଏସିଆ ମହାଦେଶର ଅନ୍ତିମ ପୂର୍ବ ପ୍ରାନ୍ତ ଦେଶରେ ଅନ୍ତର୍ଗତ ନୁହଁନ୍ତି; ଯାହାକି କଲମ୍ବସଙ୍କର ଜଳଯାତ୍ରା ପରେ ଅନୁମାନ କରାଯାଉଥିଲା । ତାଙ୍କରି ଜଳଯାତ୍ରରେ ଆବିଷ୍କୃତ ଦେଶଟି ଯାହାକି ନୂତନ ଜଗତ ନାମରେ ବର୍ଣ୍ଣିତ, ତାହ ପରବର୍ତ୍ତୀ ସମୟରେ ତାଙ୍କରି ନାମାନୁସାରେ ଆମେରିକା ନାମରେ ଖ୍ୟାତ ହେଲା ।

ପରିଚୟ[ସମ୍ପାଦନା]

ଆମେରିଗୋ ଭେସପୁଚିଙ୍କ ଜନ୍ମ ଫ୍ଳୋରେନ୍ସ ସହରରେ ହୋଇଥିଲା । ସେ ଥିଲେ ପିତା ସେର ନାଷ୍ଟାଜିଓ ଏବଂ ମାତା ଲିସାବେଟା ମିନିଙ୍କର ତୃତୀୟ ସନ୍ତାନ । କକା ଜର୍ଜିଆ ଆଣ୍ଟୋନିଓ ଭେସପୁସିଙ୍କଦ୍ୱାରା ସେ ଶିକ୍ଷା ଲାଭ କଲାପରେ ସେ ଫ୍ଳୋରେଣ୍ଟାଇନ ହାଉସ ଅଫ ମେଡିସି ନାମକ କମ୍ପାନୀରେ ଜଣେ କିରାଣୀ ଭାବେ ଯୋଗ ଦେଲେ । ଏହି ସମୟରେ ତାଙ୍କର ଭୂଗୋଳ ତଥା ଜ୍ୟୋତିଷ ସମ୍ପର୍କରେ ପଢିବା ପାଇଁ ଆଗ୍ରହ ବଢିଲା । ଫଳରେ ସେ ରେଖାଚିତ୍ର ତଥା ଜ୍ୟୋତିଷ ଶାସ୍ତ୍ରରେ ପ୍ରଭୂତ ଜ୍ଞାନ ଆହରଣ କରିପାରିଥିଲେ ଏବଂ ଜଣେ କୁଶଳୀ ମାନଚିତ୍ରକାର ମଧ୍ୟ ହୋଇପାରିଲେ । ସେ ସମୟରେ ଅର୍ଥାତ ୧୪୯୨ ମସିହାରେ ତାଙ୍କୁ ମେଡିସି କମ୍ପାନୀ ନିଜ ପ୍ରତିନିଧୀ ଭାବେ ଏହାର ଏକ ଶାଖା କାର୍ଯ୍ୟାଳୟର ଏକ ମହତ୍ତ୍ୱପୂର୍ଣ୍ନ ଅନୁସନ୍ଧାନ କାର୍ଯ୍ୟରେ ତାଙ୍କୁ ବାର୍ସୀଲୋନା ପଠାଇଥିଲେ । ବିଶପ ଜୁଆନ ରୋଡ୍ରୀଗ୍ୟୁଜଙ୍କ ବିଶ୍ୱାସଘାତକତା ଯୋଗୁଁ କାଷ୍ଟାଇଲର ରାଜା ଖ୍ରୀଷ୍ଟୋଫର କଲମ୍ବସଙ୍କ ସହ ଏକଚାଟିଆ କାରବାର ବନ୍ଦ କରିଦେଇ ନୂତନ ନାବିକ ମାନଙ୍କୁ ୱେଷ୍ତ ଇଣ୍ଡୀଜ ଜଲଯାତ୍ରା ନିମିତ୍ତ ନୂତନ ନାବିକ ମାନଙ୍କୁ ଅଧିକାର ଦେବା ଆରମ୍ଭ କଲେ । ଏହି ସମୟରେ (1495–96), ଭେସପୁଚି ଜିଆନେତୋ ବେରାର୍ଡୀଙ୍କ ସେବିଲସ୍ଥିତ ବ୍ୟାପାର ସମ୍ଭାଳିବା ଦାୟୀତ୍ୱରେ ଥିଲେ । ବେରାର୍ଡୀ ସ୍ପେନର ରାଜାଙ୍କ ଅଧୀନରେ ଥିଲେ । ଏହି ସମୟରେ ବେରାର୍ଡୀଙ୍କ ମୃତ୍ୟୁ ହେବାରୁ ଭେସପୁଚି ବେରାର୍ଡୀଙ୍କ ଚୁକ୍ତିନାମା ମୁତାବକ କାଷ୍ଟିଲିୟାନ ରାଜାଙ୍କୁ ୧୨ଗୋଟି ସମୁଦ୍ର ପୋତ ନିର୍ମାଣ ପୂର୍ବକ ଯୋଗାଇଦେବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କଲେ । ସମୁଦ୍ର ପୋତ ଯୋଗାଇଦେବା ପରେ ସେ ଜଳଯାତ୍ରାର ଯାତ୍ରୀମାନଙ୍କ ନିମିତ୍ତ ଖାଦ୍ୟ ଯୋଗାଇବା ଦାୟିତ୍ୱ ସମ୍ଭାଳିଲେ । ସମ୍ଭବତଃ ଏହିଭଳି ଭାବେ ସେ କଲମ୍ବସଙ୍କ ଦ୍ୱିତୀୟ ସମୁଦ୍ର ଯାତ୍ରା ନିମିତ୍ତ ସମୁଦ୍ର ପୋତ ନିର୍ମାଣରେ ସହଯୋଗ କରିଥିଲେ ।

ଜଳଯାତ୍ରା[ସମ୍ପାଦନା]

ଭେସପୁଚି ଅନ୍ତତଃ ତିନିଥର ପଶ୍ଚିମ ଦିଗକୁ ସମୁଦ୍ର ଯାତ୍ରା କରିଥିଲେ । ଭେସପୁଚିଙ୍କ ପ୍ରଥମ ସମୁଦ୍ର ଯାତ୍ରା ବିଷୟରେ ବିଶେଷ ପ୍ରାମାଣିକ ତଥ୍ୟ ହାସଲ ହୋଇନାହିଁ । କେତେକ ଐତିହାସିକଙ୍କ ମତରେ ସେ ପ୍ରଥମ ସମୁଦର ଯାତ୍ରା ୧୪୯୯ ମସିହାରେ କରିଥିଲେ । ତେବେ ଏହା ତାଙ୍କର ଦ୍ୱିତୀୟ ସମୁଦ୍ର ଯାତ୍ରା ବୋଲି ମଧ୍ୟ ଅନେକ ଐତିହାସିକ ଦାବୀ କରିଥାନ୍ତି । ତେବେ ୧୪ ମେ ୧୫୦୧ରେ ସେ କରିଥିବା ତୃତୀୟ ସମୁଦ୍ର ଯାତ୍ରା ଏକ ସଫଳ ଯାତ୍ରା ଥିଲା । ଭେସପୁଚିଙ୍କର ଏହି ସମୁଦ୍ର ଯାତ୍ରାରେ ସେ ଦକ୍ଷିଣ ଆମେରିକାର ଉପକୂଳ ଦେଇ ପାଟାଗୋନିଆ ଯାତ୍ରା କଲେ । ଯାତ୍ରା ମଧ୍ୟରେ ସେ ରିଓ ଡୀ ଜେରିରୋ ନଦୀର ସାକ୍ଷାତ ହେଲା । ଏହି ଯାତ୍ରା ସମୟରେ ସେ ଭାବିଲେ ଯେ ସେ ଏସିଆ ମହାଦେଶ ବ୍ୟତୀତ ଅନ୍ୟ ଏକ ମହାଦେଶରେ ସେ ପହଞ୍ଚିଛନ୍ତି ।

ଭୌଗୋଳିକ ଅନ୍ୱେଷଣ ସମ୍ବନ୍ଧରେ ଭେସପୁଚିଙ୍କ ଏହି ଯାତ୍ରାର ମହତ୍ତ୍ୱ ଅନେକ [୨]। ଏହି ଯାତ୍ରା ପରେ ସେ ତଥା ଅନ୍ୟ ବିଦ୍ୱାନଙ୍କୁ ଏହା ବିଶ୍ୱାସ ହୋଇଗଲା ଯେ ସେ ଯାତ୍ରା କରିଥିବା ଅଂଶ ଏସିଆ ମହାଦେସର ନୁହେଁ, ବରଂ ଏହା ଏକ ନୂଆ ଦୁନିଆର ଅଂଶ ବିଶେଷ ।[୩]

ଆଧାର[ସମ୍ପାଦନା]

  1. "Amerigo Vespucci". Biography (in ଇଂରାଜୀ). Retrieved 5 January 2020.
  2. Editors, History com. "Amerigo Vespucci". HISTORY (in ଇଂରାଜୀ). Retrieved 5 January 2020.
  3. Contributor 2017-09-21T00:30:00Z, Jessie Szalay-Live Science. "Amerigo Vespucci: Facts, Biography & Naming of America". livescience.com (in ଇଂରାଜୀ). Retrieved 5 January 2020.