ଆମାଜନ ନଦୀ
Jump to navigation
Jump to search
![]() | ଏହି ପ୍ରସଙ୍ଗଟିରେ ଗୋଟିଏ ମଧ୍ୟ ଆଧାର ନାହିଁ । ଦୟାକରି ଏଥିରେ ବିଶ୍ୱସନୀୟ ସ୍ରୋତ (ଖବରକାଗଜ, ଜର୍ଣ୍ଣାଲ ଆଦି) ଆଧାର ରୂପେ ଦିଅନ୍ତୁ । ଆଧାର ନ ଥିବା ପ୍ରସଙ୍ଗ ଲିଭାଇ ଦିଆଯାଇପାରେ. |
ଆମାଜନ ନଦୀ ଦକ୍ଷିଣ ଆମେରିକାର ସବୁଠାରୁ ବଡ ନଦୀ । ଏହାର ଲମ୍ବ ବହୁତ । ବିଗତ ଶହେ ବର୍ଷ ହେଲା ଅପୁରୀମାକ ନଦୀ ଏବଂ ନେଭଡୋମିଶିମିକୁ ଆମଜନ ନଦୀର ଉତ୍ସ ଭାବେ ଗଣା ଯାଉଥିଲା । କିନ୍ତୁ ୨୦୧୪ମସିହାର ଏକ ଅନୁସନ୍ଧାନରୁ ଜଣାପଡିଲା ଏହାର ଉତ୍ପତ୍ତି ପେରୁର ମନ୍ତରୁ ନଦୀରୁ ହୋଇଛି ।
ଏହି ନଦୀର ସାଧାରଣ ଜଳ ପ୍ରବାହିତ ସ୍ତର ହେଉଛି ୨୦୯,୦୦୦ଘନ ମିଟର । ଏହା ଅନ୍ୟ ୭ଟି ବଡ ନଦୀ ଭିତରୁ ସବୁଠୁ ବଡ ନଦୀ । ଏହାର ଆୟତନ ପ୍ରାୟ ୭,୦୫୦,୦୦ କିଲୋମିଟର । ଏହା ବ୍ରାଜିଲରେ ଥିବା ଅନ୍ୟ ନଦୀ ଠାରୁ ମଧ୍ୟ ବହୁତ ବଡ଼ ।
ଇତିହାସ[ସମ୍ପାଦନା]
କୋଲମ୍ବିୟ ସଭ୍ୟତାର ପୂର୍ବରୁ[ସମ୍ପାଦନା]
ଏହାକୁ ବହୁତ ପୁରାତତ୍ତ୍ୱବିଦ ନିର୍ମାଣର ଯୁଗ ବୋଲି ମଧ୍ୟ କୁହନ୍ତି । ଦକ୍ଷିଣ ଆମେରିକୀୟ ଉଚ୍ଚକୋଟୀର ସଭ୍ୟତାରେ ଏହି ଆମାଜନ ନଦୀକୂଳରେ ଗଢି ଉଠିଥିବା ସଭ୍ୟତାର ହାତ ରହିଥିବା କୁହାଯାଏ । ମଣିଷର ପୁରାତନ ସଭ୍ୟତା ଗୁଡିକ ମୁଖ୍ୟତଃ ପାହାଡ଼ ପର୍ବତ ନିକଟରେ ଗଢି ଉଠୁଥିଲା । ଆମାଜନ ନଦୀ କୂଳେ କୂଳେ ଏହି ପ୍ରକାରର ପାଞ୍ଚ ଗୋଟି ସଭ୍ୟତା ଗଢି ଉଠି ଥିବାର ପୁରାତନ କାଳରୁ ରହି ଆସିଛି ।