ଆଭେଞ୍ଜର୍ସ: ଇନ୍ଫିନିଟୀ ୱାର୍

ଉଇକିପିଡ଼ିଆ‌ରୁ
ଆଭେଞ୍ଜର୍ସ: ଇନ୍ଫିନିଟୀ ୱାର୍
ଫିଲ୍ମ ରିଲିଜ ମାର୍କେଟିଙ୍ଗ
ନିର୍ଦ୍ଦେଶକଏନ୍ଥନୀ ଋସ
ଜୋ ଋସ
ପ୍ରଯୋଜକକେବିନ ଫାଇଗୀ
ଚିତ୍ରନାଟ୍ୟକ୍ରିଷ୍ଟେଫର ମାର୍କସ
ଷ୍ଟିଫେନ ମୌକ୍ଫୀଲୀ
ମୂଳ ଆଧାରଆଭେଞ୍ଜର୍ସ 
by ଷ୍ଟେନ ଲୀ
ସଙ୍ଗୀତଏଲନ ସେଲୱେସ୍ଟୀ
ଚିତ୍ରଗ୍ରହଣଟ୍ରେଣ୍ଟ ଓପଲୋଚ
ସମ୍ପାଦକ
  • ଜେଫ୍ରି ଫୋର୍ଡ[୧]
  • ମୈଥ୍ୟୁ ସ୍ମିଡ୍ଟ
Production
company
ମାର୍ବଲ ଷ୍ଟୁଡ଼ିଓ
ବିତରକୱାର୍ଲଡ଼ ଡିଜନୀ ଷ୍ଟୁଡ଼ିଓ
ମୁକ୍ତିଲାଭ ତାରିଖ
୨୩ ଏପ୍ରିଲ ୨୦୧୮ ଲସ ଏଞ୍ଜଲିସ
୨୭ ଏପ୍ରିଲ ୨୦୧୮ସଂଯୁକ୍ତ ରାଜ୍ୟ
କଥାଚିତ୍ରର ସମୟ
୧୪୯ ମିନିଟ
ଦେଶସଂଯୁକ୍ତ ରାଜ୍ୟ
ଭାଷାଇଂରାଜୀ
ଖର୍ଚ୍ଚ୩୦୦-୪୦୦ ମିଲିୟନ ଡ଼ଲାର[୨][୩][୪]
ମୋଟ ଆୟ୨.୦୪୩ ବିଲୀୟନ ଡ଼ଲାର[୫]

ଆଭେଞ୍ଜର୍ସ: ଇନ୍ଫିନିଟୀ ୱାର୍ (English: Avengers: Infinity War) ୨୦୧୮ ମସିହାର ଯୁକ୍ତରାଷ୍ଟ୍ର ଆମେରିକାର ଏକ ଚଳଚ୍ଚିତ୍ର ଅଟେ, ଯାହା ମାର୍ବେଲ କମିକ୍ସର ସୁପରହିଟ ଟିମ, ଆଭେଞ୍ଜର୍ସ ଉପରେ ଆଧାରିତ ହୋଇଛି । ଏହାର ନିର୍ମାଣ ମାର୍ବେଲ ଷ୍ଟୁଡ଼ିଓ କରିଛି ଏବଂ ବିତରଣ କାମ ଡିଜନି ଷ୍ଟୁଡ଼ିଓ ମୋସନ ପିକ୍ଚର୍ସ କରିଛି । ଏହା ୨୦୧୨ ମସିହାର ଚଳଚ୍ଚିତ୍ର ଦି ଆଭେଞ୍ଜର୍ସ ଏବଂ ୨୦୧୫ ମସିହାର ଆଭେଞ୍ଜର୍ସ: ଏଜ ଅଫ ଅଲ୍ଟ୍ରନର ପରବର୍ତ୍ତୀ ଚଳଚ୍ଚିତ୍ର ଅଟେ । ଏହା ମାର୍ବେଲ ସିନେମୋଟିକ ୟୁନିଭର୍ସର ୧୯ତମ ଚଳଚ୍ଚିତ୍ର ଅଟେ । ଏହାର ପଟକଥା କ୍ରିଷ୍ଟୋଫର ମାର୍କସ ଓ ଷ୍ଟିଫନ ମେକଫେଲୀ ଲେଖିଥିଲେ, ଏବଂ ଏହି ଚଳଚ୍ଚିତ୍ର ଏନ୍ଥନୀ ତଥା ଜୋ ଋଷଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ।

ଚଳଚ୍ଚିତ୍ରର ଘୋଷଣା ଅକ୍ଟୋବର ମାସ ୨୦୧୪ରେ ଆଭେଞ୍ଜର୍ସ: ଇନ୍ଫିନିଟୀ ୱାର୍- ଭାଗ ୧ ରୂପେ କରାଯାଇଥିଲା। ପରେ ଅପ୍ରେଲ ୨୦୧୫ ମସିହାରେ ଆଭେଞ୍ଜର୍ସ: ଇନ୍ଫିନିଟୀ ୱାର୍- ଭାଗ ୨ ରୂପେ କରାଗଲା । ଏହି ଚଳଚ୍ଚିତ୍ର ପାଇଁ ପାଖାପାଖି ୩୨୦ ମିଲିୟନ ଡଲାରର ଅନୁମାନିତ ବଜେଟ ସହିତ ଏହା ଏବେକାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ସୂଚୀ ମଧ୍ୟରୁ ଗୋଟିଏ ଅଟେ ।

ଆଭେଞ୍ଜର୍ସ: ଇନ୍ଫିନିଟୀ ୱାରର ବିଶ୍ୱ ପ୍ରିମୀୟର ୨୩ ଅପ୍ରେଲ ୨୦୧୮ ମସିହାରେ ଲସଏଞ୍ଜଲେସରେ ଆୟୋଜିତ କରାଯାଇଥିଲା ଏବଂ ୨୭ ଅପ୍ରେଲ ୨୦୧୮ ମସିହାରେ ଏହାକୁ ସଂଯୁକ୍ତ ରାଜ୍ୟ ଆମେରିକାରେ ଆଇମ୍ୟାକ୍ସ ଏବଂ ଥ୍ରୀଡ଼ିରେ ରିଲିଜ କରାଯାଇଥିଲା । ଚଳଚ୍ଚିତ୍ରଟିକୁ ସମୀକ୍ଷକମାନଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଥିଲା । ଏହି ଚଳଚ୍ଚିତ୍ର, ସମଗ୍ର ଦୁନିଆରେ ପ୍ରଥମ ସୁପରହିରୋ ଚଳଚ୍ଚିତ୍ର ଭାବରେ ୨ ବିଲିୟନ ଡଲାରରୁ ଅଧିକ ରୋଜଗାର କରିଥିଲା , ଯାହାଦ୍ୱାରା ଏହା ବିଶ୍ୱର ଚତୁର୍ଥତମ ସବୁଠାରୁ ଅଧିକ ରୋଜଗାରଯୁକ୍ତ ଚଳଚ୍ଚିତ୍ର ହୋଇପାରିଛି ଏବଂ ଯୁକ୍ତରାଷ୍ଟ୍ର ଓ କାନାଡ଼ାର ଚତୁର୍ଥତମ ସର୍ବାଧିକ ଅଧିକ ରୋଜଗାର କରିଥିବା ଚଳଚ୍ଚିତ୍ର ହୋଇପାରିଛି । ଏହି ଚଳଚ୍ଚିତ୍ର ଏକ ସପ୍ତାହରେ ସମଗ୍ର ଦୁନିଆରେ ୬୪୧ ମିଲିୟନ ଡଲାର ଏବଂ ସଂଯୁକ୍ତ ରାଜ୍ୟ ଆମେରିକା ଓ କାନାଡ଼ାରେ ୨୫୮ ମିଲିୟନ ଡଲାର ରୋଜଗାର କରିଥିଲା । ୧୧ ଦିନରେ ୧ ବିଲିୟନ ଡଲାରର ବିଶ୍ୱବ୍ୟାପୀ ସଫଳ ପର୍ଯ୍ୟନ୍ତ ପହଞ୍ଚି ଏହା ଇତିହାସରେ ଏପରି କରିଥିବା ସବୁଠାରୁ ଭଲ ଚଳଚ୍ଚିତ୍ର ଅଟେ ।

ନିର୍ମାଣ[ସମ୍ପାଦନା]

୨୦୧୪ ମସିହାର ଜୋଶ ବ୍ରେଲିନ

ମାର୍ବେଲ, ଅକ୍ଟୋବର ୨୦୧୪ ମସିହାରେ ଘୋଷଣା କରିଥିଲେ ଯେ, "ଏଜ ଅଫ ଅଲ୍ଟ୍ରନ"ର ଦୁଇଟି ଭାଗ ବନେଇଥିଲେ, ଯାହାର ନାମ ଆଭେଞ୍ଜର୍ସ: ଇନ୍ଫିନିଟୀ ୱାର୍ ରଖାଗଲା ଏବଂ ଏହାର ପ୍ରଥମ ଭାଗ ୪ ମଇ ୨୦୧୮ ମସିହା ଓ ଦ୍ୱିତୀୟ ଭାଗ ୩ ମଇ ୨୦୧୯ ମସିହାରେ ପ୍ରଦର୍ଶିତ ହୋଇଥିଲା । ଏହା ପରେ ଅପ୍ରେଲ ୨୦୧୫ ମସିହାରେ ମାର୍ବେଲ ଘୋଷଣା କରିଥିଲେ ଯେ, ଏହି ଦୁଇ ଚଳଚ୍ଚିତ୍ରର ନିର୍ଦ୍ଦେଶନ ଋଷ ବନ୍ଧୁ କରିବେ ଏବଂ ଏହାର ଚଳଚ୍ଚିତ୍ରାଙ୍କନ ୨୦୧୬ ମସିହାରେ ଆରମ୍ଭ ହୋଇଯାଇଥିଲା ।[୬] ସେହି ମାସରେ ଚଳଚ୍ଚିତ୍ରର ନିର୍ମାତା କେବିନ ଫୀଜ କହିଥିଲେ ଯେ, ଦୁଇଟିଯାକ ଚଳଚ୍ଚିତ୍ର ଏକା ହୋଇ ମଧ୍ୟ ଅଲଗା ହେବ, ଏବଂ ଏହି କାରଣରୁ ଏହାକୁ "ଦୁଇ ଭାଗରେ ବିଭକ୍ତ କରାଯାଇଥିବା ଏକ ଚଳଚ୍ଚିତ୍ର କରାଯାଇ ପାରିବ ନାହିଁ ।"[୭] ମଇ ୨୦୧୫ ମସିହାରେ କ୍ରିଷ୍ଟୋଫର ମାର୍କସ ଏବଂ ଷ୍ଟିଫେନ୍ ମେକଫ୍ରିଲଙ୍କୁ ୧୯୯୧ ମସିହାର ଜୀମ ଷ୍ଟଲିଙ୍ଗର "ଦି ଇନ୍ଫିନିଟୀ ଗାଉଣ୍ଟଲେଟ" ଏବଂ ୨୦୧୩ ମସିହାର ଜୋନାଥନ ହିକମେନର "ଇନ୍ଫିନିଟୀ" କମିକ୍ସ ପୁସ୍ତକ ଆଧାରରେ ତିଆରି ହୋଇ ଚଳଚ୍ଚିତ୍ରର ପଟକଥା ଲେଖିବାର କାମ ଦିଆଯାଇଥିଲା ।[୮][୯] ଋଷ ମତ ଅନୁସାରେ ଏହି ଚଳଚ୍ଚିତ୍ର ୯୦ ଦଶକର ଚୋରି ସମ୍ବନ୍ଧ ଚଳଚ୍ଚିତ୍ର ପରି ହେବ, ଯେଉଁଥିରେ ଥାନୋସ ଭଙ୍ଗାରୁଜା କରି ଅନନ୍ତ ମଣିଗୁଡ଼ିକୁ (Infinity stones) ପ୍ରାପ୍ତ କରିବାପାଇଁ ଚେଷ୍ଟା କରିବ ଏବଂ ପ୍ରାୟ ସମସ୍ତେ ଏହି ଚଳଚ୍ଚିତ୍ରରେ ତାକୁ ଅଟକାଇବା ପାଇଁ ଚେଷ୍ଟା କରିବେ ।[୧୦] ମଇ ୨୦୧୬ ମସିହାରେ ଋଷ ବନ୍ଧୁମାନେ କହିଥିଲେ କି, ଦୁଇ ଚଳଚ୍ଚିତ୍ର ମଧ୍ୟରେ ଗୋଳମାଳ/ ବିଶୃଙ୍ଖଳା କମ କରିବା ପାଇଁ ଦୁଇ ଚଳଚ୍ଚିତ୍ରର ନାମ ବଦଳାଇ କିଛି ଅଲଗା ନାମ ରଖାଯିବ[୧୧] ଏବଂ ପୁନଶ୍ଚ ସେହି ବର୍ଷ ଜୁଲାଇ ମାସରେ ମାର୍ବେଲ ଏକ ଔପଚାରିକ ଘୋଷଣାକରି ଏହି ଚଳଚ୍ଚିତ୍ରର ନାମ ଆଭେଞ୍ଜର୍ସ: ଇନ୍ଫିନିଟୀ ୱାର୍ କରିଦେଲେ ।[୧୨]

ସ୍କଟଲାଣ୍ଡର ଏଡିନବର୍ଗରେ ଇନ୍ଫିନିଟୀ ବାରର ଦୃଶ୍ୟ

ଚଳଚ୍ଚିତ୍ରର ଅଧ୍ୟକ୍ଷ ଫୋଟୋଗ୍ରାଫି ଜର୍ଜିୟାଙ୍କ ଫାଇଟ ପାଇନବୁଡ଼ ଷ୍ଟୁଡ଼ିଓରେ[୧୩] ୨୩ ଜାନୁଆରୀ ୨୦୧୭ ମସିହାରେ[୧୪] "ମେରୀ ଲୋଉ" ନାମ ସହିତ ,[୧୫] ଟ୍ରେଣ୍ଟ ଓପଲୋଚର ଡାଇରେକ୍ଟର ଅଫ ଫଟୋଗ୍ରାଫି ରହିଥିବା ଅବସ୍ଥାରେ ଆରମ୍ଭ ହୋଇଥିଲା ।[୧୬] ଫେବୃଆରୀ ଆରମ୍ଭରେ ମାର୍ବେଲ , ପୁଷ୍ଟି କୀ ରୋବର୍ଟ ଡୋନୀ ଜୁନିଅର ଟୋନୀ ଷ୍ଟର୍କ/ ଆଇରନ୍ ମ୍ୟାନ ରୂପେ , ପୀଟର ପାର୍କର/ ସ୍ପାଇଡ଼ରମ୍ୟାନ ରୂପେ ଚଳଚ୍ଚିତ୍ରରେ ସାମିଲ ହେବେ । [୧୭] ଏହାପରେ ଆଗତ ଚଳଚ୍ଚିତ୍ରଙ୍କନ ସ୍କଟଲ୍ୟାଣ୍ଡର ଏଡିନବର୍ଗ , ଗ୍ଲାସ୍ଗୋରେ ଜାରୀ ରଖାଗଲା ,[୧୮] ଏବଂ ଷ୍ଟୁଡ଼ିଓ ସମ୍ବନ୍ଧ ସମସ୍ତ କାମ କୁମ୍ବରନାଉଲ୍ଡର ୱାର୍ଡ ପାର୍କ ଷ୍ଟୁଡ଼ିଓରେ ହୋଇଥିଲା ।[୧୯][୨୦] ମଇ ୨୦୧୭ ମସିହା ଆରମ୍ଭରେ ଇଂଲଣ୍ଡରେ କିଛି ଦୃଶ୍ୟ ଚଳଚ୍ଚିତ୍ରରେ ଦୃଶ୍ୟମାନ ହୋଇଥିଲା ।[୨୧] ଏହାପରେ ଜୁନ ୨୦୧୭ ମସିହାର ଶେଷରେ ଏଣ୍ଟଲାଣ୍ଟ ଡାଉନଟାଉନରେ ,[୨୨] ଜୁଲାଇ ୨୦୧୮ ମସିହାରେ ସେଣ୍ଟ୍ରାଲ ପାର୍କରେ,[୨୩] ଏବଂ ମଧ୍ୟ ଜୁଲାଇରେ ନ୍ୟୁୟର୍କ କୁଇନ୍ସରେ ଚଳଚ୍ଚିତ୍ରଙ୍କନର ପ୍ରକ୍ରିୟା ଚାଲିଥିଲା ।[୨୪] ୧୪ ଜୁଲାଇ ୨୦୧୭ ମସିହାରେ ଚଳଚ୍ଚିତ୍ରଙ୍କନର କାମ ଶେଷ କରାଗଲା ।[୨୫]

ଜୁଲାଇ ୨୦୧୭ ମସିହାର ଶେଷରେ ଯାହା ଋଷ କହିଥିଲେ , ଚଳଚ୍ଚିତ୍ରରେ କିଛି ଅଧୁରା ଦୃଶ୍ୟ ରହିଯାଇଛି, ଯାହାକୁ "ଆସନ୍ତା କିଛି ମାସରେ ଚଳଚ୍ଚିତ୍ରରେ ଦୃଶ୍ୟମାନ କରାଯିବ ।"[୨୬] ମାର୍ଚ୍ଚ ୨୦୧୮ ମସିହାର ଆରମ୍ଭରେ ଡିଜନୀ, ସଂଯୁକ୍ତ ରାଜ୍ୟରେ ଚଳଚ୍ଚିତ୍ରର ରିଲିଜ ତିଥୀ ୨୭ ଅପ୍ରେଲ ୨୦୧୮ କରିଦେଇଥିଲେ, ଯାହାଦ୍ୱାରା ଏହାକୁ ଅନ୍ୟ ଅନ୍ତରାଷ୍ଟ୍ରୀୟ ପରିଯୋଜନା ସହିତ ଜାରୀ କରିଦିଆ ଯିବ ।[୨୭][୨୮] ଚଳଚ୍ଚିତ୍ରର ଭିଜୁଆଲ ଇଫେକ୍ଟ ଇଣ୍ଡଷ୍ଟ୍ରିଆଲ ଲାଇଟ ଆଣ୍ଡ ମ୍ୟାଜିକ,[୨୯] ଫ୍ରେମଷ୍ଟୋର ,[୩୦] ମେଥଡ଼ ଷ୍ଟୁଡ଼ିଓ, [୩୧] ବେତା ଡିଜିଟାଲ, ଡବଲ ନେଗେଟିଭ, ସିନେସାଇଟ, ଡିଜିଟାଲ ଡୋମେନ, ରାଇଜ, ଲୋଲା ବିଏଫଏକ୍ସ ତଥା ପରସେସ୍ପନରେ ତିଆରି କରାଗଲା ।[୩୨]

ପରିଣାମ[ସମ୍ପାଦନା]

୧୧ ଜୁନ ୨୦୧୮ ପର୍ଯ୍ୟନ୍ତ, ଆଭେଞ୍ଜର୍ସ: ଇନ୍ଫିନିଟୀ ୱାର୍ ସଂଯୁକ୍ତ ରାଜ୍ୟ ଆମେରିକା ଏବଂ କାନାଡ଼ାରେ ୬୫୬.୧ ମିଲିୟନ ଡଲାର ଏବଂ ଅନ୍ୟ କ୍ଷେତ୍ରରେ ୧.୩୪୬ ବିଲିୟନ ଡଲାର ରୋଜଗାର କରିଦେଇଥିଲା । ଏହିପ୍ରକାରେ ସମଗ୍ର ଦୁନିଆରେ ଏହାର ସମ୍ପୂର୍ଣ୍ଣ ରୋଜଗାର ୨.୦୦୨ ବିଲିୟନ ଡଲାର ହୋଇଥିଲା । ଦି ଫେତ ଅଫ ଦି ଫ୍ୟୁରିୟସର ୫୪୨ ମିଲିୟନ ଡଲାର ରେକର୍ଡକୁ ପଛକୁ ଛାଡି ଏହି ଚଳଚ୍ଚିତ୍ର ୬୪୦.୫ ମିଲିୟନ ଡଲାରର ବ୍ୟାପାର କରି ସବୁଠାରୁ ବଡ଼ ବିଶ୍ୱବ୍ୟାପୀ ରେକର୍ଡ ବନେଇନେଲା । ଏହା ସହିତ ୨୫୮.୨ ମିଲିୟନ ଡଲାର ଘରୋଇ ରୋଜଗାର ସହିତ ଏହା ଷ୍ଟାର ୱାର୍ସ: ଦି ଫୋର୍ସ ଆବେକନ୍ସର ୨୪୮ ମିଲିୟନ ଡଲାର ରେକର୍ଡ ପାର କରିଦେଇଥିଲା ।[୩୩] ଆଭେଞ୍ଜର୍ସ: ଇନ୍ଫିନିଟୀ ୱାର୍ ଏ ଚତୁର୍ଥ ସବୁଠାରୁ ଅଧିକ ରୋଜଗାର ଯୁକ୍ତ ଚଳଚ୍ଚିତ୍ର, ଏହା ସହିତ ୨୦୧୮ ମସିହାର ସବୁଠାରୁ ଅଧିକ ରୋଜଗାର କରିଥିବା ଚଳଚ୍ଚିତ୍ର, ଏବଂ ଯୁକ୍ତରାଷ୍ଟ୍ର ତଥା କାନାଡ଼ା କ୍ଷେତ୍ରର ପଞ୍ଚମ ସର୍ବାଧିକ ରୋଜଗାର କରିଥିବା ଚଳଚ୍ଚିତ୍ର ଅଟେ । ୧୧ ଦିନରେ ୧ ବିଲିୟନ ଡଲାର ବିଶ୍ୱବ୍ୟାପୀ ସଫଳପର୍ଯ୍ୟନ୍ତ ପହଞ୍ଚି ଏହା ଇତିହାସରେ ଏକ ଶ୍ରେଷ୍ଠତମ ଚଳଚ୍ଚିତ୍ର ରୂପେ ଖ୍ୟାତି ଲାଭ କରିଥିଲା ।

ଆଧାର[ସମ୍ପାଦନା]

  1. Keene, Allison (March 15, 2018). "'Avengers: Infinity War:' The Russo Brothers on Action, Tone, and Movies That Influenced the MCU Sequel". Collider. Archived from the original on March 16, 2018. Retrieved March 15, 2018.
  2. Fritz, Ben (ଅପ୍ରେଲ 19, 2018). "'Avengers: Infinity War' on Track for Heroic Opening". The Wall Street Journal. Archived from the original on ଅପ୍ରେଲ 19, 2018. Retrieved ଅପ୍ରେଲ 19, 2018. {{cite web}}: Unknown parameter |subscription= ignored (|url-access= suggested) (help)
  3. Sylt, Christian (ଅପ୍ରେଲ 8, 2018). "Disney shells out £1.3bn to make Marvel films in the UK". The Daily Telegraph. Archived from the original on ଅପ୍ରେଲ 13, 2018. Retrieved ଅପ୍ରେଲ 12, 2018.
  4. Gaudette, Emily (ଅପ୍ରେଲ 19, 2018). "'Avengers: Infinity War:' How The Russo Brothers Saved Captain America (And The Marvel Cinematic Universe)". Newsweek. Archived from the original on ଅପ୍ରେଲ 20, 2018. Retrieved ଅପ୍ରେଲ 20, 2018.
  5. "Avengers: Infinity War (2018)". Box Office Mojo. Retrieved April 30, 2018.
  6. Kit, Borys; Siegemund-Broka, Austin (March 23, 2015). "Russo Brothers to Direct 'Avengers: Infinity War' Parts 1 and 2". The Hollywood Reporter. Archived from the original on March 23, 2015. Retrieved March 23, 2015.
  7. Zalben, Alex; Horowitz, Josh (April 12, 2015). "Marvel's Movie Future: Here's Everything You Need To Know Through… Phase 4?". MTV. Archived from the original on April 13, 2015. Retrieved April 12, 2015.
  8. Strom, Mark (May 7, 2015). "Christopher Markus & Stephen McFeely to Write Marvel's 2-Part 'Avengers: Infinity War' Event". Marvel.com. Archived from the original on May 8, 2015. Retrieved May 7, 2015.
  9. Outlaw, Kofi (March 16, 2018). "Russo Brothers Reveal Marvel Comic Influences on 'Avengers: Infinity War'". Comicbook.com. Retrieved March 31, 2018.{{cite web}}: CS1 maint: url-status (link)
  10. Breznican, Anthony (March 8, 2018). "Behind the scenes of Avengers: Infinity War as new heroes unite — and others will end - page 2". Entertainment Weekly. Archived from the original on March 8, 2018. Retrieved March 8, 2018.
  11. Ryan, Mike (May 4, 2016). "Russo Brothers Confirm: 'Avengers: Infinity War 1 And 2' Will Be Retitled". Uproxx. Archived from the original on May 4, 2016. Retrieved May 4, 2016.
  12. Donnelly, Matt (July 29, 2016). "Marvel Surprise: 'Avengers: Infinity War' Won't Be Split Into 2 Movies". TheWrap. Archived from the original on August 1, 2016. Retrieved July 29, 2016.
  13. Lesnick, Silas (October 11, 2016). "Doctor Strange IMAX Preview Teases a Marvel Cinematic Multiverse". ComingSoon.net. Archived from the original on October 11, 2016. Retrieved October 11, 2016.
  14. Schmidt, Joseph (January 22, 2017). "Avengers: Infinity War And Sequel Set To Begin Filming Monday". Comicbook.com. Archived from the original on January 23, 2017. Retrieved January 22, 2017.
  15. Lovett, Jamie (October 26, 2016). "Avengers: Infinity War Working Title Revealed". ComicBook.com. Archived from the original on October 28, 2016. Retrieved October 28, 2016.
  16. Cabin, Chris (January 14, 2016). "'Captain America: Civil War' Directors on Landing Spider-Man, 'Infinity War' Shooting Schedule". Collider.com. Archived from the original on January 14, 2016. Retrieved January 14, 2016.
  17. Couch, Aaron (February 10, 2017). "'Avengers: Infinity War' Featurette Shows Off First Footage From Set". The Hollywood Reporter. Archived from the original on February 11, 2017. Retrieved February 10, 2017.
  18. Donohoe, Graeme (January 8, 2017). "New £400m Marvel blockbuster Avengers: Infinity War to be shot in Glasgow and Edinburgh". Daily Record. Archived from the original on January 8, 2017. Retrieved January 8, 2017.
  19. Beers, Roy (February 26, 2017). "Marvel-lous new film hit for Cumbernauld". Cumbernauld News. Archived from the original on March 27, 2017. Retrieved March 27, 2017.
  20. Love, Nicola (March 25, 2017). "Avengers in Edinburgh: Why Scotland isn't just filming location for Marvel blockbuster - it's a plot point". Daily Record. Archived from the original on March 27, 2017. Retrieved March 27, 2017.
  21. Connor, Rachel (April 29, 2017). "Durham Cathedral transformed for filming of Marvel's Avenger: Infinity War". The Northern Echo. Archived from the original on April 30, 2017. Retrieved April 29, 2017.
  22. Marston, George (June 26, 2017). "Avengers: Infinity War Returns to NYC … Sort Of". Newsarama. Archived from the original on June 27, 2017. Retrieved June 27, 2017.
  23. Murphy, Charles (July 9, 2017). "More 'Avengers: Infinity War' Set Pics Show Doctor Strange and Scott Lang Coming Together". MCU Exchange. Archived from the original on July 10, 2017. Retrieved July 10, 2017 – via Just Jared.
  24. Dumaraog, Ana (July 9, 2017). "Avengers: Infinity War Is Filming In Queens Next Week". Screen Rant. Archived from the original on July 9, 2017. Retrieved July 9, 2017.
  25. Romano, Nick (July 14, 2017). "Avengers: Infinity War has wrapped filming". Entertainment Weekly. Archived from the original on July 14, 2017. Retrieved July 14, 2017.
  26. ColliderVideos (July 24, 2017). Avengers: Infinity War Will Be the Longest MCU Movie Yet, Says Director Joe Russo. YouTube. Event occurs at 0:28. Retrieved July 24, 2017.
  27. Breznican, Anthony (March 1, 2018). "Avengers: Infinity War release date moves up a week". Entertainment Weekly. Archived from the original on March 1, 2018. Retrieved March 1, 2018.
  28. McClintock, Pamela (March 1, 2018). "'Avengers: Infinity War' Release Date Moves Up One Week to April". The Hollywood Reporter. Archived from the original on March 1, 2018. Retrieved March 1, 2018.
  29. Lynch, Russel (May 26, 2017). "Star Wars special effects firm Industrial Light & Magic expands with move to Holborn". London Evening Standard. Archived from the original on November 23, 2017. Retrieved November 23, 2017.
  30. Frei, Vincent (July 25, 2017). "Spider-Man – Homecoming: Dominik Zimmerle – VFX Supervisor – Trixter". Art of VFX. Archived from the original on July 29, 2017. Retrieved July 29, 2017.
  31. Caranicas, Peter (February 6, 2018). "'Black Panther' and 'Jumanji: Welcome to the Jungle' Visual Effects Houses Method and Iloura Join Forces". Variety. Archived from the original on February 7, 2018. Retrieved February 7, 2018.
  32. Frei, Vincent (March 16, 2018). "Avengers: Infinity War". Art of VFX. Archived from the original on March 24, 2018. Retrieved March 24, 2018.
  33. Liptak, Andrew (April 29, 2018). "Avengers: Infinity War has pulled in $250 million for the biggest US opening to date". The Verge. Retrieved April 29, 2018.