ଆଫ୍ରିଟାଡା
ଅନ୍ୟ ନାମ | ଆପ୍ରିଟାଡା, ଆପ୍ରେଟାଡା[୧] |
---|---|
ପରଷା | ମୁଖ୍ୟ ଖାଦ୍ୟ |
ମୂଳ ସ୍ଥାନ | ଫିଲିପାଇନ୍ସ |
ପରଷିବା ଉତ୍ତାପ | ଗରମ |
ମୁଖ୍ୟ ଉପାଦାନ | ଚିକେନ/ଗାଈ ମାଂସ/ଘୁଷୁରୀ ମାଂସ, ଟମାଟୋ ସସ୍, ଗାଜର, ଆଳୁ, ନାଲି ଏବଂ ସବୁଜ କ୍ୟାପ୍ସିକମ୍ |
|
ଆଫ୍ରିଟାଡା ଫିଲିପାଇନ୍ସର ଏକ ବ୍ୟଞ୍ଜନ ଅଟେ, ଯେଉଁଥିରେ ଚିକେନ/ଗାଈ ମାଂସ/ଘୁଷୁରୀ ମାଂସକୁ ଟମାଟୋ ସସ୍ ସହିତ ଗାଜର, ଆଳୁ ଏବଂ ନାଲି ଓ ସବୁଜ କ୍ୟାପ୍ସିକମ୍ ସହିତ ରନ୍ଧାଯାଏ । ଏହାକୁ ସାଧାରଣତଃ ଭାତ ଉପରେ ପରିବେଷଣ କରାଯାଏ ଏବଂ ଏହା ଏକ ସାଧାରଣ ଫିଲିପାଇନ୍ସ ଖାଦ୍ୟ ଅଟେ ।[୨] ଏହାକୁ ସାମୁଦ୍ରିକ ଖାଦ୍ୟ ସହିତ ମଧ୍ୟ ରାନ୍ଧାଯାଇପାରିବ ।[୩][୪]
ଶବ୍ଦର ବ୍ୟୁତ୍ପତ୍ତି
[ସମ୍ପାଦନା]ଆଫ୍ରିଟାଡା ନାମ ସ୍ପେନୀୟ ଫ୍ରିଟାଡା ("ଛଣା ହୋଇଥିବା")ରୁ ଉତ୍ପନ୍ନ ହୋଇଛି, ଯାହା ପ୍ରସ୍ତୁତିର ପ୍ରଥମ ପର୍ଯ୍ୟାୟକୁ ସୂଚାଇଥାଏ ।[୫] ଯାହା ପାନ-ଫ୍ରାଏଙ୍ଗ ରନ୍ଧନ କୌଶଳ କୁ ଦର୍ଶାଇଥାଏ ଯାହାକୁ ସ୍ପେନୀୟମାନେ ଫିଲିପାଇନ୍ସମାନଙ୍କୁ ଶିଖାଇଥିଲେ ।
ବିବରଣୀ
[ସମ୍ପାଦନା]ଆଫ୍ରିଟାଡା ଏକ ବ୍ରାଇଜ୍ ଖାଦ୍ୟ ଅଟେ । ଏହାକୁ ପ୍ରଥମେ ରସୁଣ ଏବଂ ପିଆଜ ଦ୍ୱାରା ଭଜା କରି ତା’ପରେ କଟା ମାଂସ ମିଶାଇ ନରମ ହେବା ପର୍ଯ୍ୟନ୍ତ ରନ୍ଧାଯାଏ । ଯେତେବେଳେ ମାଂସ ଯଥେଷ୍ଟ ସିଝି ଗଲାପରେ, ପ୍ୟାନରେ ପାଣି ଏବଂ ଟମାଟୋ ପେଷ୍ଟ ମିଶା ଯାଇଥାଏ ଏବଂ ତା'ସହିତ କଟା ଗାଜର, ଆଳୁ ଏବଂ କଟା ଲାଲ୍ ଏବଂ ସବୁଜ କ୍ୟାପ୍ସିକମ୍ ମିଶାଯାଏ । ଏଥିରେ କଟା ଟମାଟୋ, ମଟର, କାବୁଲି ବୁଟ କିମ୍ବା ବିନ୍ସ ଡାଲି ମଧ୍ୟ ମିଶାଯାଇପାରିବ । ଏଥିରେ କଳା ଲୁଣ, ଗୋଲମରିଚ, ତେଜପତ୍ର ସହିତ ଅଧିକ ସ୍ୱାଦ ପାଇଁ ଅନ୍ୟାନ୍ୟ ମସଲା ମଧ୍ୟ ମିଶାଯାଏ । ଏହି ମିଶ୍ରଣକୁ କମ ଆଞ୍ଚରେ ଭଲଭାବରେ ସିଝିବା ପର୍ଯ୍ୟନ୍ତ ରନ୍ଧାଯାଏ । ଏହାକୁ ସାଧାରଣତଃ ଭାତ ସହିତ ପରଷାଯାଏ ।[୬][୩][୭]
ଏହାର ପ୍ରକାର
[ସମ୍ପାଦନା]ଆଫ୍ରିଟାଡା ବ୍ୟଞ୍ଜନର ମୁଖ୍ୟ ଉପାଦାନ ଉପରେ ନିର୍ଭର କରି ବିଭିନ୍ନ ନାମ ରହିଥାଏ । ସବୁଠାରୁ ସାଧାରଣ ହେଉଛି ଆଫ୍ରିଟାଡାଙ୍ଗ ମାନୋକ୍ (ଚିକେନ୍ ଆଫ୍ରିଟାଡା),[୮] ଆଫ୍ରିଟାଡାଙ୍ଗ ବାକା (ଗୋମାଂସ ଆଫ୍ରିଟାଡା), ଏବଂ ଆଫ୍ରିଟାଡାଙ୍ଗ ବାବଏ (ଘୁଷୁରୀ ଆଫ୍ରିଟାଡା) । ମାଂସ ଆଫ୍ରିଟାଡା ଭଳି ସମାନ ପ୍ରକ୍ରିୟା ବ୍ୟବହାର କରି ଆଫ୍ରିଟାଡା ମଧ୍ୟ ମାଛ (ଆଫ୍ରିଟାଡାଙ୍ଗ ଆଇସଡା) କିମ୍ବା ମସେଲ (ଆଫ୍ରିଟାଡାଙ୍ଗ ତାହୋଙ୍ଗା) ପରି ସାମୁଦ୍ରିକ ଖାଦ୍ୟ ରାନ୍ଧିବା ପାଇଁ ବ୍ୟବହୃତ ହୋଇପାରେ ।[୯][୧୦]
ଆଫ୍ରିଟାଡାକୁ ସାଧାରଣତଃ ରନ୍ଧା ହୋଇଥିବା ହାମୋନାଡୋ(ସପୁରୀ ଖଣ୍ଡ ସହିତ) ଶୈଳୀରେ ମଧ୍ୟ ପ୍ରସ୍ତୁତ କରାଯାଏ । ଏହି ମିଠା କିସମର ବ୍ୟଞ୍ଜନକୁ "ସପୁରୀ ଆଫ୍ରିଟାଡା"ମଧ୍ୟ କୁହାଯାଏ ।[୧୧]
ସମାନ ଖାଦ୍ୟ
[ସମ୍ପାଦନା]ସେହିଭଳି, ଫିଲିପାଇନ୍ସ ମେନୁଡୋ ଏବଂ କାଲଡେରେଟା ଉଭୟ ଟମାଟୋ ସସ୍ ବ୍ୟବହାର କରନ୍ତି । ମେନୁଡୋରେ କଟା କଲିଜା ଅନ୍ତର୍ଭୁକ୍ତ ହୋଇଥିବାବେଳେ କାଲଡେରେଟାରେ କେବଳ ଛେଳି ମାଂସ କିମ୍ବା ଗୋମାଂସ ବ୍ୟବହାର କରାଯାଏ । ଇଗାଡୋରେ କଲିଜା ରହିଥାଏ କିନ୍ତୁ ଟମାଟୋ ସସ୍ ର ବ୍ୟବହାର ହୁଏନାହିଁ ।[୧୨]
ଘୁଷୁରି ଆଫ୍ରିଟାଡାରେ ଟମାଟୋ ସସ୍ ଥାଏ ଯାହା ଭିଟାମିନ୍ ଏ(A) ରେ ଭରପୂର ରହିଛି ଯାହା ଆଖି ଦୃଷ୍ଟିଶକ୍ତି, ପ୍ରଜନନ ଏବଂ ଭ୍ରୁଣ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ମଧ୍ୟ ଲାଇକୋପିନ୍ ର ଏକ ଉତ୍ତମ ଉତ୍ସ ଯାହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଚିକେନ୍ ଆଫ୍ରିଟାଡାର ଗୋଟିଏ ଥର ସେବନରେ ୩୮୦ କ୍ୟାଲୋରୀ ମିଳିଥାଏ । ମାକ୍ରୋନ୍ୟୁଟ୍ରିଏଣ୍ଟ୍ ବ୍ରେକଡନରେ ୧୮% କାର୍ବସ୍, ୨୮% ଚର୍ବି ଏବଂ ୫୪% ପ୍ରୋଟିନ୍ ରହିଥାଏ । ଏହି ପ୍ରୋଟିନ୍ ଆପଣଙ୍କର ଦୈନନ୍ଦିନ ମୂଲ୍ୟର (୮୯%), ପୋଟାସିୟମ୍ (୨୨%) ଏବଂ ମ୍ୟାଗ୍ନେସିୟମ୍ (୨୩%)ର ଏକ ଉତ୍ତମ ଉତ୍ସ ଅଟେ ।
ଆଧାର
[ସମ୍ପାଦନା]- ↑ "Apretada". Tagalog Lang. Retrieved December 13, 2018.
- ↑ "Colinares, Robert (2007) "Pork Afritada" no site FilipinoFoodLovers.com". www.filipino-food-lovers.com. Retrieved August 9, 2022.
- ↑ ୩.୦ ୩.୧ Merano, Vanjo. "Chicken Afritada Recipe". Panlasang Pinoy. Retrieved December 13, 2018.
- ↑ Polistico, Edgie (2017). Philippine Food, Cooking, & Dining Dictionary. Anvil Publishing, Incorporated. ISBN 9786214200870.[permanent dead link]
- ↑ "Afritada, A Famous Filipino Stew". FilStop. Archived from the original on December 15, 2018. Retrieved December 13, 2018.
- ↑ "Chicken Afritada". Kawaling Pinoy. Retrieved December 13, 2018.
- ↑ "Afritada Chicken Recipe". MyFilipnoRecipes. Archived from the original on December 15, 2018. Retrieved December 13, 2018.
- ↑ "Chicken Afritada Recipe". Retrieved December 13, 2018.
- ↑ "Fish Afritada". Mama's Guide Recipes. April 30, 2017. Retrieved December 13, 2018.
- ↑ "Afritadang Tahong". Panlasang Pinoy Meaty Recipes. Retrieved December 13, 2018.
- ↑ "Pineapple Chicken Afritada". Kawaling Pinoy. April 7, 2018. Retrieved December 13, 2018.
- ↑ "Chicken Afritada (Afritadang Manok)". Panlasang Pinoy Meaty Recipes. Retrieved December 13, 2018.