ଆପୋଲୋ-୬ (ଚନ୍ଦ୍ର ଅଭିଯାନ)

ଉଇକିପିଡ଼ିଆ‌ରୁ

ଆପୋଲୋ-୬ (ଚନ୍ଦ୍ର ଅଭିଯାନ) (AS-502 ଭାବେ ମଧ୍ୟ ନାମିତ) ଆପୋଲୋ ଅଭିଯାନ ଶୃଙ୍ଖଳାରେ ଦ୍ୱିତୀୟ ମାନବ ରହିତ A- type ଅଭିଯାନ । ଏହାବାଦ ଏହି ପରୀକ୍ଷଣରେ ରକେଟଯାନର ଆରୋହଣ, ଅବତରଣ ପ୍ରକ୍ରିୟା ସହ ପୁନଃ ସଂଚାଳନ ପ୍ରକ୍ରିୟାର ମୂଲ୍ୟାୟନ କରିବା । ଏଥିସହ ଏହା ମଧ୍ୟ ଥିଲା ଅପୋଲୋ ଅଭିଯାନର ଶେଷ ମାନବ ରହିତ ଅପୋଲୋ ଅଭିଯାନ ଯେଉଁଥିରେ ସାଟର୍ଣ୍ଣ-ଭି ମଡେଲ ରକେଟ ବ୍ୟବହାର କରାଯାଇଥିଲା । ଏହି ପରୀକ୍ଷଣର ମୂଖ୍ୟ ଉଦ୍ଦେଶ୍ୟ ଥିଲା ସାଟର୍ଣ୍ନ ଭି ମଡେଲ ରକେଟର Trans-lunar injection ବା ପୃଥିବୀ କକ୍ଷରୁ ଚନ୍ଦ୍ରର କକ୍ଷକୁ ସ୍ଥାନାନ୍ତରଣ ଗତିର ସଠିକତା ଏବଂ ସଫଳତା ପରୀକ୍ଷା କରିବା ।

ଅଭିଯାନ ସଂପର୍କରେ[ସମ୍ପାଦନା]

ଏପ୍ରିଲ ୪, ୧୯୬୮ରେ ହୋଇଥିବା ଏହି ପରୀକ୍ଷଣ ପ୍ରାରମ୍ଭରୁ ହିଁ ସମସ୍ୟାର ସମ୍ମୁଖିନ ହୋଇଥିଲା । ଉଡାଣର ୨ ମିନିଟ ପରେ ମହାକାଶ ଯାନରେ ପ୍ରାୟ ୩୦ ସେକେଣ୍ଡ ପାଇଁ ଏକ କମ୍ପନ ଅନୁଭୂତ ହୋଇଥିଲା । ରକେଟରେ ବ୍ୟବହୃତ ତରଳ ଇନ୍ଧନର ଜ୍ୱଳନରେ ଅସ୍ଥିରତା ଏହାର ଏକ କାରଣ ହୋଇପାରେ ।

ପ୍ରଥମ ଚରଣ ସମାପ୍ତ ହେବା ପରେ ପରେ, ଦ୍ୱିତୀୟ ଚରଣରେ ପୁଣି ଯାନ୍ତ୍ରିକ ସମସ୍ୟା ଲାଗି ରହିଲା । ଇଞ୍ଜିନ-୨ରେ ଅଚାନକ ସମସ୍ୟା ଦେଖା ଦେବାରୁ ଏହାକୁ ବନ୍ଦ କରିଦିଆଗଲା । ପୁଣି ଦୁଇ ସେକେଣ୍ଡ ବାଦ ଇଞ୍ଜିନ ସଂଖ୍ୟା-୩ ମଧ୍ୟ ଯାନ୍ତ୍ରିକ ସମସ୍ୟା କାରଣରୁ ବନ୍ଦ ହୋଇଗଲା । ଏସ୍ ଆଇବିର ତୃତୀୟ ଚରଣ ଉଡାଣରେ ମଧ୍ୟ କ୍ଷତିପୂର୍ତ୍ତି ନିମିତ୍ତ ସାମାନ୍ୟରୁ ୨୯ ସେକେଣ୍ଡ ଅଧିକ ଜଳିବା ପରେ ମଧ୍ୟ ଏହା ଆଶାନୁପୂପ ପ୍ରଦର୍ଶନ କରିପାରି ନ ଥିଲା ।[୧]

ଆପୋଲୋ ୬ରୁ ପୂଥିବୀ ପୃଷ୍ଠର ସ୍ଥିରଚିତ୍ର

ତେବେ ଅପୋଲୋ-୬ ପୃଥିବୀ କକ୍ଷ ପରିକ୍ରମା କଲାବେଳେ ଯାନସ୍ଥିତ ୭୦ ମି.ମି କ୍ୟାମେରା ସାହାଯ୍ୟରେ ଭୂପୃଷ୍ଠର କିଛି ଚିତ୍ର ଉତ୍ତୋଳିତ ହୋଇଥିଲା । ଏହି ଚିତ୍ରଗୁଡ଼ିକ ପରବର୍ତ୍ତୀ ସମୟରେ ପୃଥିବୀର ତଟୀୟ କ୍ଷେତ୍ରର ଭୌଗୋଳିକ ଅଧ୍ୟୟନ ପାଇଁ ବିଶେଷ ସହାୟକ ହୋଇଥିଲା । ଯାନରେ ଥିବା କ୍ୟାମେରାରେ ସଂଯୁକ୍ତ ଆମେରିକା, ଆଟଲାଣ୍ଟିକ ମହାସାଗର, ଆଫ୍ରିକା ତଥା ପଶ୍ଚିମ-ପ୍ରଶାନ୍ତ ମହାସାଗରର କିଛି ଅଂଶର ଉଚ୍ଚ ରିଜୋଲ୍ୟୁସନ ଯୁକ୍ତ ଫଟୋଚିତ୍ର ଉତ୍ତୋଳିତ ହୋଇଥିଲା । [୨]

ଅନୁସନ୍ଧାନ ଏବଂ ତୃଟି ସଂଶୋଧନ[ସମ୍ପାଦନା]

ପରୀକ୍ଷଣ ବେଳେ ଦେଖାଦେଇଥିବା ଅସାମାନ୍ୟ କମ୍ପନର କାରଣ ବିଷୟରେ ଅବଗତ ହେବାପରେ, ଏହାର ସମାଧାନ ସ୍ୱରୂପ ଯାନରେ ଥିବା ଖାଲିସ୍ଥାନକୁ ହିଲିୟମ ଗ୍ୟାସଦ୍ୱାରା ଭରିଦିଆଗଲା । ତେବେ ଇଞ୍ଜିନର ଅଚାନକ ଅଚଳ ହୋଇଯିବା ଘଟଣାରେ ଏହା ଜଣାପଡିଲା ଯେ, ଇଞ୍ଜିନକୁ ତରଳ ଇନ୍ଧନ ଯୋଗାଉଥିବା ପ୍ରବାହିତ ପଥରେ କିଛି ଅଂଶ କମ୍ପନ ତଥା ଅକସ୍ମାତ ଚାପ କମିଯିବା ଯୋଗୁଁ ନଷ୍ଟ ହୋଇଯାଇଥିବାର ଜଣାଗଲା ।

ଆଧାର[ସମ୍ପାଦନା]

  1. "Flight Evaluation report" (PDF). www.klabs.org. Retrieved 16 June 2019.
  2. Whiting, Melanie (4 April 2018). "The Legacy of Apollo 6". NASA. Retrieved 16 June 2019.