ଆପାଟୋସରସ୍

ଉଇକିପିଡ଼ିଆ‌ରୁ
ଆପାଟୋସରସ୍
ଜୀବାଶ୍ମ କାଳ: Late Jurassic, 154–150 Ma
Mounted skeleton of A. louisae, Carnegie Museum of Natural History
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ଡାଇନୋସରିଆ
Suborder: Sauropodomorpha
Clade: Sauropoda
Family: Diplodocidae
Subfamily: Apatosaurinae
Genus: Apatosaurus
Marsh, 1877
Referred Species
  • Apatosaurus excelsus (Marsh, 1879)
  • Apatosaurus louisae Holland, 1915
  • Apatosaurus parvus (Peterson & Gilmore, 1902)
Synonyms
  • Atlantosaurus? Marsh, 1877
  • Brontosaurus Marsh, 1879
  • Elosaurus Peterson & Gilmore, 1902

ଆପାଟୋସରସ୍ (ଅର୍ଥ ଧୂର୍ତ୍ତ ସରୀସୃପ) ଏକ ବିଲୁପ୍ତ ସରୋପଡ୍ ଡାଇନୋସର ପ୍ରଜାତି ଯାହା ଜୁରାସିକ ଯୁଗର ଅନ୍ତ ଆଡକୁ ଉତ୍ତର ଆମେରିକାରେ ବସବାସ କରୁଥିଲା । ୧୮୭୭ରେ ପ୍ରଥମ କରି ଅଥ୍‌ନିଏଲ ଚାର୍ଲ୍ସ୍ ମାର୍ଶ ଏହାର ପ୍ରଥମ ଜାତି Apatosaurus ajaxର ବର୍ଣ୍ଣନା ଦେଇଥିଲେ । ଅନ୍ୟ ଏକ ଜାତି Apatosaurus louisae ୧୯୧୬ରେ ଆବିଷ୍କୃତ ହୋ‍ଇଥିଲା । ୧୫.୨ରୁ ୧୫.୧ କୋଟି ବର୍ଷ ପୂର୍ବେ ବଞ୍ଚିଥିଲେ । ବ୍ରଣ୍ଟୋସରସକୁ ଆପାଟୋସରସ୍ର ଏକ ପ୍ରଜାତି ରୂପେ ଗଣନା କରାଯାଏ ଓ ଏହାର ଏକମାତ୍ର ଜାତିକୁ ୧୯୦୩ରେ A. excelsus ବୋଲି ପୁନଃନାମକରଣ କରାଯାଇଥିଲା ।

ଏହି ଜୀବ ହାରାହାରି ୨୨.୮ ମିଟର ଲମ୍ବା ଓ ପ୍ରାୟ ୧୬.୪ ଟନ ଓଜନିଆ ଥିଲା । କିଛି ନମୁନାର ଓଜନ ୩୩-୭୦ ଟନ ମଧ୍ୟ । ଚାଲବୁଲ ବେଳେ ଏହାର ଲାଙ୍ଗୁଡ ଟେକି ହୋ‍ଇ ରହୁଥିଲା । ଅନ୍ୟ ସରୋପଡ୍ଙ୍କ ଭଳି ଏହାର ମଧ୍ୟ ଆଗଗୋଡରେ ଗୋଟିଏ ଓ ପଛରେ ତିନିଟି ଲେଖାଏଁ ଆଙ୍ଗୁଠି ଥିଲା । ଏହାର ଖପୁରୀ ୭୦ ବର୍ଷ ହେବା ଯାଏଁ ବର୍ଷପିଛା ୫୨୦ କି.ଗ୍ରା ହିସାବରେ ବଢୁଥିଲା । ଡାଳପତ୍ର ଖାଇବା ଲାଗି ସବୁବେଳେ ମୁଣ୍ଡ ଟେକି ରଖିବା ଲାଗି ହାଡଗୁଡ଼ିକ ହାଲୁକା ହେବା ଆବଶ୍ୟକ ଥିଲା । ଏଥିପାଇଁ ଆପାଟୋସରସ୍ର ବାୟୁକୋଷ ଥିଲା ଯାହା ହାଡଗୁଡିକୁ ସ୍ପଞ୍ଜ ପରି ଛିଦ୍ରଯୁକ୍ତ କରୁଥିଲା । ଅନ୍ୟ ଡିପ୍ଲୋଡୋସିଡଙ୍କ ପରି ଆପାଟୋସରସ୍ ନିଜ ଲାଞ୍ଜକୁ ଚାବୁକ ପରି ବ୍ୟବହାର କରି ଉଚ୍ଚ ସ୍ୱର ସୃଷ୍ଟି କରୁଥିଲା ।

ଏହା ଡିପ୍ଲୋଡୋସିଡେ କୁଳ ଅନ୍ତର୍ଗତ । ମରିସନ ଶିଳା ସଂରଚନାରୁ ମିଳିଥିବା ଅନ୍ୟ ଡାଇନୋସରଙ୍କ ମଧ୍ୟରୁ କେବଳ ସୁପରସରସ୍କୁ ଛାଡିଦେଲେ ଏହା ସବୁଠୁ ଲମ୍ବା ।

ଆଧାର[ସମ୍ପାଦନା]

ବହି ଆଧାର[ସମ୍ପାଦନା]

  • Walters, M. & J. Paker (1995). Dictionary of Prehistoric Life. Claremont Books. ISBN 1-85471-648-4.
  • Weishampel, D.B., P. Dodson & H. Osmólska (eds.) (2004). The Dinosauria, Second Edition. University of California Press. ISBN 0-520-24209-2.

ବାହାର ଲିଙ୍କ[ସମ୍ପାଦନା]