ଆପାଟୋଡନ
ଦେଖଣା
| Apatodon | |
|---|---|
| Scientific classification | |
| Kingdom: | |
| Phylum: | |
| Class: | |
| Superorder: | |
| Genus: | Apatodon Marsh, 1877
|
| Species | |
| |
ଆପାଟୋଡନ ଏକ ସନ୍ଦେହପୂର୍ଣ୍ଣ ଡାଇନୋସର ପ୍ରଜାତି ଯାହାକି ବୋଧହୁଏ ଆଉ କିଛି ନୁହଁ ବରଂ ଏଲୋସରସ ସହ ସମାନ ।
ଏହାର ଆବିଷ୍କାରକ ମାର୍ଶ ପ୍ରଥମେ ଭାବିଥିଲେ ଯେ ଏହା ମେସୋଜୋଇକ ଯୁଗର କୌଣସି ଘୁଷୁରୀର ଦାନ୍ତ ଓ ମାଢି, କିନ୍ତୁ ତାହା ପ୍ରକୃତରେ ଘଷିଆ ହୋଇଯାଇଥିବା ମେରୁହାଡ ଥିଲା । ଜୀବାଶ୍ମଟି ବୋଧହୁଏ ରକି ପର୍ବତ ଶ୍ରେଣୀର ମରିସନ୍ ଶିଳା ସଂରଚନାରୁ ଆନୀତ । ବାଉର (୧୮୯୦)ଙ୍କ ଅନୁସାରେ ମାର୍ଶ ମେରୁହାଡର ଅଂଶବିଶେଷକୁ ଘୁଷୁରୀର ଦାନ୍ତ ବୋଲି ଭୁଲରେ ଭାବିଥିଲେ ।
ମିଳିଥିବା ଜୀବାଶ୍ମଟି ଗୋଟେ ଡାଇନୋସର ଚିହ୍ନଟ କରିବା ପାଇଁ ଯଥେଷ୍ଟ ନୁହଁ କିନ୍ତୁ କିଛି ଲେଖକ ଯଥା ଜର୍ଜ ଓଲ୍ସେଭସ୍କିଙ୍କ ମତରେ ଏହା ବୋଧେ ଏଲୋସରସ ଫ୍ରାଜିଲିସ୍ର ଜୀବାଶ୍ମ ।
ଆପାଟୋଡନ ନାମଟି ଗ୍ରୀକ୍ରୁ ଗଠିତ: ଆପାଟେ (απατη-ଛଳ) ଓ ଓଡୋନ୍ସ (οδους-ଦାନ୍ତ) । ଏହା ଜୀବାଶ୍ମର ପ୍ରଥମେ ଦାନ୍ତ ବୋଲି ହୋଇଥିବା ଭୁଲ ନିର୍ଦ୍ଧାରଣ ସନ୍ଦର୍ଭରେ ।
ଆଧାର
[ସମ୍ପାଦନା]- Baur, G. 1890. A review of the charges against the paleontological department of the U.S. Geological Survey and of the defense made by Prof. O.C. Marsh. American Naturalist 24:288-204.
ବହି ଆଧାର
[ସମ୍ପାଦନା]- Walters, M. & J. Paker (1995). Dictionary of Prehistoric Life. Claremont Books. ISBN 1-85471-648-4.
- Weishampel, D.B., P. Dodson & H. Osmólska (eds.) (2004). The Dinosauria, Second Edition. University of California Press. ISBN 0-520-24209-2.