ଆନ୍ତର୍ଜାତୀୟ ଦାରିଦ୍ର୍ୟ ଉନ୍ମୁଳନ ଦିବସ
ଆନ୍ତର୍ଜାତୀୟ ଦାରିଦ୍ର୍ୟ ନିରାକରଣ ଦିବସ (English:The International Day for the Eradication of Poverty) ହେଉଛି ଆନ୍ତର୍ଜାତିକ ସ୍ତରରେ ପାଳିତ ହେଉଥିବା ଏକ ଦିବସ ଯାହା କି ପ୍ରତିବର୍ଷ ଅକ୍ଟୋବର ୧୭ ତାରିଖ ଦିନ ପାଳିତ ହୁଏ ।[୧] ସମାଜରେ ଯେଉଁମାନେ ଅତ୍ୟନ୍ତ ଅବହେଳିତ ସେମାନଙ୍କ ମୌଳିକ ଆବଶ୍ୟକତା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଏହାର ମୁଖ୍ୟ ଲକ୍ଷ୍ୟ ।
ଇତିହାସ[ସମ୍ପାଦନା]
ଏହା ପ୍ରଥମ ଥର ପାଇଁ ପ୍ୟାରିସରେ ୧୯୮୭ ମସିହାରେ ପାଳିତ ହୋଇଥିଲା ଯେଉଁଥିରେ Trocadéro ସ୍ଥିତ Human Rights and Liberties Plazaରେ ଏକ ଲକ୍ଷ ଲୋକ ଏକତ୍ର ହୋଇ ଦାରିଦ୍ର୍ୟରେ ସଢୁଥିବା ଲୋକଙ୍କ ପାଇଁ ସମ୍ମାନ ଜଣାଇଥିଲେ । ଏହି ଅବସରରେ ଫାଦର ଜୋସେଫ ରେସିଙ୍କି, ଯିଏକି International Movement ATD Fourth Worldର ପ୍ରତିଷ୍ଠାତା, ଏକ ସ୍ମାରକର ଅନାବରଣ କରିଥିଲେ । Wresinskiଙ୍କ ମୃତ୍ୟୁର ଚାରିବର୍ଷ ପରେ ଅର୍ଥାତ ୧୯୯୨ ମସିହାରେ ମିଳିତ ଜାତିସଂଘ ଆନୁଷ୍ଠାନିକ ଭାବେ ଏହି ଦିନଟିକୁ "ଆନ୍ତର୍ଜାତୀୟ ଦାରିଦ୍ର୍ୟ ନିରାକରଣ ଦିବସ" ଭାବେ ପାଳିବାକୁ ନିଷ୍ପତ୍ତି ଗ୍ରହଣ କଲେ ।[୨]
ପ୍ୟାରିସର ଏହି ସ୍ମାରକରେ ଖୋଦିତ ଥିବା ଲେଖା ହେଉଛି ଏହିଭଳି:
- "Wherever men and women are condemned to live in extreme poverty, human rights are violated. To come together to ensure that these rights be respected is our solemn duty".
— Joseph Wresinski
ଉଦ୍ଦେଶ୍ୟ[ସମ୍ପାଦନା]
ଜଣେ ମାନବାଧିକାର କର୍ମୀ ଭାବେ କାର୍ଯ୍ୟ କରିବା ଅବସରରେ ରେନସିଙ୍କି ଅନୁବବ କଲେ ଯେ ଅନେକ ସମୟରେ ସରକାର ଦେଶର ଗରୀବ ଶ୍ରେଣୀର ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ କରି ତାଙ୍କ ଦୁଃଖ ଦୂର କରିବାରେ କୌଣସି ପ୍ରକାର ଆଗ୍ରହ ଦେଖାଇ ନ ଥାନ୍ତି । ଫଳସ୍ୱରୂପ ସମାଜର ତଲ ସ୍ତରର ଲୋକେ ନିଜକୁ ଅବହେଳିତ ଏବଂ ନିଷ୍ପେସିତ ମନେ କରି ଏକ ନିରାଦର ଏବଂ ଲଜ୍ଜିତ ଜୀବନ ଯାପନ କରିବାକୁ ବାଧ୍ୟ ହୋଇଥାନ୍ତି । ଅତଏବ ଏହି ଦିବସରେ ସେହି ଲୋକଙ୍କର ଆଅକୁଳ ଆବେଦନ ସରକାର ତଥା ଜନ ସାଧାରଣଙ୍କ ପାଖରେ ପହଞ୍ଚାଇବା ହେବ ଏହି ଦିବସ ପାଲନର ମୁଖ୍ୟ ଲକ୍ଷ୍ୟ । ଗରିବଙ୍କ ମଧ୍ୟରେ ୟେଉଁମାନେ ଅତ୍ୟନ୍ତ ଗରୀବ, ସେମାନଙ୍କର ଭାଗୀଦାରୀ ଫଳରେ ହିଁ ଏହା ସମ୍ଭବ ହୋଇପାରିବ ।
ଆଧାର[ସମ୍ପାଦନା]
- ↑ Guisti, Ada (December 2003). "Peace Profile: Father Joseph Wresinski". Peace Review (in ଇଂରାଜୀ). pp. 499–505. doi:10.1080/1040265032000156690. Retrieved 15 November 2018.
- ↑ "International Day for the Eradication of Poverty". www.timeanddate.com (in ଇଂରାଜୀ). Retrieved 15 November 2018.
ବାହାର ଆଧାର[ସମ୍ପାଦନା]
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |