ଆନ୍ତର୍ଜାତିକ ଜନସେବା ଦିବସ

ଉଇକିପିଡ଼ିଆ‌ରୁ

ମିଳିତ ଜାତିସଂଘର ଜନସେବା ଦିବସ ପ୍ରତିବର୍ଷ ଜୁନ ୨୩ ତାରିଖରେ ପାଳନ କରାଯାଏ । ମିଳିତ ଜାତିସଂଘର ସାଧାରଣ ସଭାର A/RES/57/277 ନମ୍ବର ପ୍ରସ୍ତାବଦ୍ୱାରା ଜାତିସଂଘର ଜନସେବା ଦିବସକୁ ଅନୁମୋଦିତ କରାଯାଇଥିଲା, ଯେଉଁଥିରେ ଜନସେବାର ମୂଲ୍ୟ ଓ ଗୁଣାବଳୀର ମହାନତାକୁ ପାଳନ କରାଯାଉଛି । ଏହିଦିନ ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ପରିଷଦ ଜନସେବା ଦିନରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥା ତଥା ବ୍ୟକ୍ତି ବିଶେଷଙ୍କର କାର୍ଯ୍ୟରେ ପ୍ରୋତ୍ସାହିତ କରିବାକୁ ମିଳିତ ଜାତିସଂଘ ସାଧାରଣ ସେବା ସମ୍ମାନ ପ୍ରଦାନ କରୁଛି ।

ଆନ୍ତର୍ଜାତୀୟ ଶ୍ରମିକ ସଂଗଠନ ଏହି ଦିନ ଶ୍ରମି ସମ୍ପର୍କ (ଜନସେବା), ୧୯୭୮ (୧୫୧ ନମ୍ବର)କୁ ଅଧିଗ୍ରହଣ କରିଥିଲା । ଏହି ଅଧିଗ୍ରହଣ ସମଗ୍ର ବିଶ୍ୱର କର୍ମଚାରୀମାନଙ୍କ କାର୍ଯ୍ୟ ସ୍ଥିତି ନିର୍ଣ୍ଣୟ କରିବା ପାଇଁ ଏକ ଢାଞ୍ଚା ଅଟେ ।

ବାହାର ଆଧାର[ସମ୍ପାଦନା]