ଆନି ଫ୍ରାଙ୍କ

ଉଇକିପିଡ଼ିଆ‌ରୁ
Anne Frank
Anne Frank pictured in 1940
Anne Frank pictured in 1940
ଜନ୍ମ ଓ ଜନ୍ମସ୍ଥାନAnnelies[୧] or Anneliese[୨] Marie Frank
(1929-06-12)୧୨ ଜୁନ ୧୯୨୯
Frankfurt, Weimar Republic
ମୃତ୍ୟୁFebruary or March 1945
Bergen-Belsen concentration camp, Lower Saxony, Nazi Germany
ଭାଷାDutch
ଜାତୀୟତା
ସାହିତ୍ୟ କୃତିThe Diary of a Young Girl (1947)

ଦସ୍ତଖତ

ଆନିଲିସ ମେରି ଫ୍ରାଙ୍କର ଜନ୍ମ ଫ୍ରାଙ୍କଫଟ, ଜର୍ମାନୀରେ ୧୨ ଜୁନ୍ ୧୯୨୯ ମସିହାରେ ହୋଇଥିଲା । ସିଏ ଜଣେ ଡ଼ାଏରୀ ଲେଖିକା ଭାବେ ପ୍ରସିଦ୍ଧ । ତାଙ୍କର ମୃତ୍ୟୁ ମାତ୍ର ୧୫ ବର୍ଷରେ ହୋଇଥିଲା । ସିଏ ଜିଉ Jewishମାନଙ୍କର ବିଧ୍ୱଂସର the Holocaust ଜଣେ ବ‌ହୁ ଚର୍ଚ୍ଚିତ ପୀଡ଼ିତା ଥିଲେ । ସେ ସମୟରେ ଆନି ଗୋଟିଏ ଡ଼ାଇରୀ ଲେଖିଥିଲେ ତାର ନାମ ଥିଲା 'ଦ ଡ଼ାଇରୀ ଅଫ୍ ଏ ୟଙ୍ଗ ଗର୍ଲ' The Diary of a Young Girl । ଏହି ବ‌ହିଟି ବ‌ହୁତ ଗୁଡ଼ିଏ ନାଟକ ଓ ଚଳଚ୍ଚିତ୍ରର ପ୍ରେରଣା ସ୍ରୋତ ଓ ଆଧାର ହୋଇଛି । ତାଙ୍କର ଜନ୍ମ ଜର୍ମାନୀରେ ହୋଇଥିଲା କିନ୍ତୁ ସେ ବ‌ହୁତ ବର୍ଷ ନେଦରଲାଣ୍ତର ଏମଷ୍ଟରଡ଼ାମ ସ‌ହର ଓ ତା ଆଖାପାଖରେ ବିତାଇ ଥିଲେ । ଫ୍ରାଙ୍କ ନିଜର ଡ଼ାଏରୀ ୧୯୪୨ଠାରୁ ୧ ଅଗଷ୍ଟ ୧୯୪୪ ଯାଏଁ ଲେଖିଥିଲେ ।

ପ୍ରଥମରେ ସିଏ ଏହି ଡ଼ାଏରୀ ନିଜ ପାଇଁ ଲେଖିଥିଲେ । ଏହା ୧୯୪୪ରେ ଗେରିଟ ବୋଲକେଷ୍ଟିନ, ଡ଼ଚ ସରକାରଙ୍କ ସଦସ୍ୟ, ଲଣ୍ତନର ରେଡ଼ିଓ ବ୍ରଡ଼କାଷ୍ଟରେ ଘୋଷଣା କଲେ ଯେ ଜର୍ମାନ ଅଧିନସ୍ଥ ଡ଼ଚ ମାନଙ୍କର ପୀଡ଼ା ବିଷୟରେ ଯଦି କିଛି ପ୍ରତ୍ୟକ୍ଷଦର୍ଶୀ ନିଜର ଅନୁଭବ ଲିଖିତ ଆକାରରେ ଯେମିତିକି ଚିଠିପତ୍ର ହିସାବରେ ରଖିଛନ୍ତି ତାକୁ ଦୁନିଆର ଅନ୍ୟ ଲୋକ ଲୋଚନ‌କୁ ଆଣିବାକୁ ଚାହୁଁଛନ୍ତି । ତାଙ୍କ ଭାଷଣରେ ପ୍ରଭାବିତ ହୋଇ ଆନି ଫ୍ରାଙ୍କ ସ୍ଥିର କଲେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସରିଲା ପରେ ତାଙ୍କ ଡ଼ାଏରୀକୁ ନେଇ ସେ ଗୋଟିଏ ବ‌ହି ପ୍ରକାଶିତ କରିବେ ।

ଜନ୍ମ[ସମ୍ପାଦନା]

ଆନିଲିସ ମେରି ଫ୍ରାଙ୍କ ଫ୍ରାଙ୍କଫଟ, ଜର୍ମାନୀରେ ୧୨ ଜୁନ୍ ୧୯୨୯ ମସିହାରେ ଜନ୍ମ ହୋଇଥିଲେ । ତାଙ୍କର ବାପାଙ୍କ ନାମ ଓଟୋ ଫ୍ରାଙ୍କ ଓ ମାତାଙ୍କ ନାମ ଏଡ଼ିଥ ଫ୍ରାଙ୍କ । ତାଙ୍କର ବଡ଼ ଭଉଣୀଙ୍କ ନାମ ମାର୍ଗଟ ଥିଲା । ସେମାନେ ଜିଉ ଧର୍ମର ଥିଲେ କିନ୍ତୁ ଜିଉ ଧର୍ମର ରିତୀ ଓ ପ୍ରଥା କିଛି ପାଳୁ ନଥିଲେ ଏବଂ ଜିଉ ଓ ଅନ୍ୟ ଧର୍ମର ଲୋକମାନଙ୍କ ସ‌ହ ରହୁଥିଲେ । ତାଙ୍କର ଗୋଟିଏ ବଡ଼ ପାଠାଗାର ଥିଲା ଓ ସେମାନେ ନିଜ ପିଲାଙ୍କୁ ବ‌ହି ପଢ଼ିବାକୁ ପ୍ରୋତ୍ସାହିତ କରୁଥିଲେ ।

ଜୀବନୀ[ସମ୍ପାଦନା]

ଜର୍ମାନୀରେ ସେହି ସମୟରେ ହିଟଲରର ତାନାଶାହୀ ଚାଲିଥିଲା । ସେହିସମୟରେ ଜିଉ ମାନଙ୍କର ଜର୍ମାନୀରେ ରହିବା ଭାରି କର୍ଷ୍ଟସାଧ୍ୟ ଥିଲା । ଆନି ତାଙ୍କର ପ୍ରତ୍ୟେକ ଦିନର ଘଟିତ ଘଟଣା ଗୁଡ଼ିକୁ ଏ ଡ଼ାଏରୀରେ ଲେଖିଥିଲେ । ତାଙ୍କର ମୃତ୍ୟୁ ପରେ ତାଙ୍କ ବାପା ଓଟୋ ଫ୍ରାଙ୍କ ଏହି ଡ଼ାଏରୀକୁ ପ୍ରକାଶିତ କରିଥିଲେ । ହିଟଲରଙ୍କ ଦାଉରୁ ନିଜକୁ ବଞ୍ଚାଇବା ସକାଶେ ଜୁଲାଇ ମାସ ୧୯୪୨ରେ ୧୩ ବର୍ଷ ବୟସ୍କ ଆନି ତାଙ୍କ ପରିବାର ସ‌ହ ଆମଷ୍ଟାରଡ଼ମର ଗୋଟିଏ ଗୋଦାମରେ ଲୁଚି ରହିଥିଲେ । ସେହି ଦୁଇବର୍ଷ ସେ କିପରି ସେହି ଗୋଦାମରେ ନିଜର ଜୀବନ ଅତିବାହିତ କରିଥିଲେ ସେହି ଡ଼ାଏରୀରେ ଲେଖିଛନ୍ତି ।

ମୃତ୍ୟ[ସମ୍ପାଦନା]

୧ରୁ ୩୧ ତାରିଖ ମଧ୍ୟରେ ମାର୍ଚ୍ଚ ମାସରେ ୧୯୪୫ ମସିହାରେ ଟାଇଫସ (ଦେହର ଉକୁଣୀରେ ଜଣକଠାରୁ ଅନ୍ୟକୁ ଜଣକୁ ବ୍ୟାପିବା ରୋଗ) ନାମକ ରୋଗରେ ପୀଡ଼ିତ ହୋଇ ବରଜନ୍-ବେଲସନ ବନ୍ଦୀ ଶିବିରରେ ପ୍ରାଣ ହରାଇଲେ । ତାଙ୍କର ମୃତ୍ୟୁର ପ୍ରକୃତ ଦିନ ଓ ତାରିଖ ଜଣାନାହିଁ । ରେଡ଼୍ କ୍ରସଦ୍ୱାରା ଅଫିସିଆଲି ଘୋଷିତ ହୋଇଥିଲା ଯେ ସେ ୧ରୁ ୩୧ ତାରିଖ ମଧ୍ୟରେ ମାର୍ଚ୍ଚ ମାସରେ ତାଙ୍କର ମୃତ୍ୟୁ ହୋଇଥିଲା କିନ୍ତୁ କେହି କେହି କହନ୍ତି ଯେ ସେ ମାର୍ଚ୍ଚ ଯାଏ ବଞ୍ଚି ନଥିଲେ ଓତାଙ୍କର ମୃତ୍ୟୁ ପୂର୍ବରୁ ଫେବୃଆରୀ ୧୯୪୫ରେ ହିଁ ହୋଇଥିଲା ।

ଆଧାର[ସମ୍ପାଦନା]

[୪]

  1. Anne Frank Fonds.
  2. Barnouw & Van Der Stroom 2003, pp. 3, 17.
  3. Müller 1999, pp. 143, 180–181, 186.
  4. http://www.annefrank.org/en/News/News/2015/Maart/Anne-Franks-last-months/