ଆନନ୍ଦ ବାବୁ

ଉଇକିପିଡ଼ିଆ‌ରୁ
ଆନନ୍ଦ ବାବୁ
Born (1963-08-30) ୩୦ ଅଗଷ୍ଟ ୧୯୬୩ (ବୟସ ୬୦)
Nationalityଭାରତୀୟ
Occupationଅଭିନେତା
Years active୧୯୮୩-୧୯୯୯
୨୦୦୯-ଏବେଯାଏଁ
Spouse
ଶାନ୍ତି
(m. ୧୯୮୫)
Childrenବିଜେଶ
ଗଜେଶ
ଯୋଗେଶ
ସୁପ୍ରିନା
Parent(s)ନଗେଶ
ରେଜିନା

ଆନନ୍ଦ ବାବୁ (ଜନ୍ମ: ୩୦ ଅଗଷ୍ଟ ୧୯୬୩) ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ତାମିଲ ଜଥାଚିତ୍ରରେ କାମ କରନ୍ତି । ସେ ଜଣାଶୁଣା ହାସ୍ୟ ଅଭିନେତା ନାଗେଶଙ୍କ ପୁଅ ।[୧]

ପେଷା[ସମ୍ପାଦନା]

୧୯୮୩ ମସିହାରେ ସେ ଟି.ରାଜେନ୍ଦ୍ରଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ଥାଙ୍ଗାଇକୋର ଗୀତାମ ଜରିଆରେ ତାମିଲ ଜଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ତେଲୁଗୁ କଥାଚିତ୍ରରେ ନାୟକ ତଥା ଚରିତ୍ର ଅଭିନେତା ଭାବରେ କାମ କରିଥିଲେ । ତାଙ୍କର ନୃତ୍ୟ ଦକ୍ଷତା ପାଇଁ ମଧ୍ୟ ଜଣାଶୁଣା ।

୧୯୯୦ ଦଶକର ଆରମ୍ଭରେ ସେ ଅନେକ କଥାଚିତ୍ରରେ ଅଭିନୟ କରିଥିଲେ । ଆରମ୍ଭରୁ ସଫଳତା ମିଳିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେତେ ଭଲ ଭୂମିକା ମିଳିନଥିଲା । ସେ କିଛି ତାମିଲ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ।

ଅନେକ ବର୍ଷର ବ୍ୟବଧାନ ପରେ ୨୦୦୯ ମସିହାରେ ସେ କେ.ଏସ୍. ରବିକୁମାରଙ୍କ ନିର୍ଦ୍ଦେଶିତ ତାମିଲ କଥାଚିତ୍ର ଅଧବନରେ ନାୟକ ସୂର୍ଯ୍ୟ ଶିବକୁମାରଙ୍କ ସହ-କଳାକାର ଭାବରେ ଅଭିନୟ କରିଥିଲେ ।[୨]

ପୁଣି କିଛି ବର୍ଷର ବ୍ୟବଧାନ ପରେ ୨୦୧୮ ମସିହାରେ ସେ ପ୍ୟାର ପ୍ରେମ କାଦଲରେ ଅଭିନୟ କରିଥିଲେ ।[୩]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସେ ଚାମ୍ପିଅନ୍ ଆଙ୍ଗ୍ଲୋ ଇଣ୍ଡିଆନ୍ ସ୍କୁଲ୍ ତ୍ରିଚିରୁ ବିଦ୍ୟଳୟ ଶିକ୍ଷା ଶେଷ କରିବା ପରେ ଚେନ୍ନାଇର ଲୋୟୋଲା କଲେଜ ଅଫ୍ ଆର୍ଟସ୍ ଆଣ୍ଡ୍ ସାହିନ୍ସରୁ ସ୍ନାତକ କରିଥିଲେ । ସେ ୮ ଡିସେମ୍ବର ୧୯୮୫ରେ ଶାନ୍ତିଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ତିନି ଜଣ ପୁଅ ଏବଂ ଜଣେ ଝିଅ ଅଛନ୍ତି । ସେମାନଙ୍କର ପ୍ରଥମ ଦୁଇ ପୁଅ ବିଜେଶ ଓ ଗଜେଶ ତାମିଲ କଥାଚିତ୍ର ଅଭିନେତା ଭାବରେ କାମ କରୁଛନ୍ତି ।[୪]

ଆଧାର[ସମ୍ପାଦନା]

  1. https://astroulagam.com.my/entertainment/article/153220/anand-babu-s-sons-all-grown-up-they-re-now-kollywood-actors
  2. Rangarajan, Malathi (22 October 2009). "Sprightly jump and then a hobble!". The Hindu.
  3. "Pyaar Prema Kaadhal (Aka) Pyaar PremaKaadhal review". 10 August 2018.
  4. IndiaGlitz Tamil Movies | Interviews | Shooting Spot | Review | Gossip (12 April 2017), My son reminds me of Nagesh : Anand Babu Interview | Server Sundaram, Santhanam, retrieved 11 May 2018

ବାହାର ଲିଙ୍କ୍[ସମ୍ପାଦନା]