ଆଦିତୀ ପନ୍ଥ
ଆଦିତୀ ପନ୍ଥ | |
---|---|
ଜନ୍ମ | ନାଗପୁର |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ବି.ଏସ.ସି. ପୁଣେ ବିଶ୍ୱବିଦ୍ୟାଳୟ ଏମ.ଏସ.ସି. ହାୱାଇ ବିଶ୍ୱବିଦ୍ୟାଳୟ ପି.ଏଚ.ଡି. ୱେଷ୍ଟଫିଲ୍ଡ କଲେଜ ରାଷ୍ଟ୍ରୀୟ ରାସାୟନିକ ପ୍ରୟୋଗଶାଳା |
ପ୍ରସିଦ୍ଧି | ସମୁଦ୍ର ବିଜ୍ଞାନ |
ପୁରସ୍କାର | ଏସ.ଇ.ଆର.ସି. ପୁରସ୍କାର ଆଣ୍ଟାର୍କଟିକା ଆୱାର୍ଡ଼ |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ସମୁଦ୍ର ବିଜ୍ଞାନ |
କର୍ମାନୁଷ୍ଠାନ | ରାଷ୍ଟ୍ରୀୟ ସମୁଦ୍ର ବିଜ୍ଞାନ ସଂସ୍ଥାନ, ଭାରତ, ପୁଣେ ବିଶ୍ୱବିଦ୍ୟାଳୟ |
ଆଦିତୀ ପନ୍ଥ ଜଣେ ଭାରତୀୟ ସମୁଦ୍ର ବିଜ୍ଞାନୀ । ସେ ଆଣ୍ଟାର୍କଟିକା କାର୍ଯ୍ୟକ୍ରମର ଅଂଶଗ୍ରହଣ କରିବାରେ ୧୯୮୩ ମସିହାରେ ସୁଦୀପ୍ତା ସେନଗୁପ୍ତଙ୍କ ସହ ପ୍ରଥମ ଭାରତୀୟ ମହିଳା ।[୧][୨][୩][୪] ସେ ରାଷ୍ଟ୍ରୀୟ ସମୁଦ୍ର ବିଜ୍ଞାନ ସଂସ୍ଥାନ, ଭାରତ, ରାଷ୍ଟ୍ରୀୟ ରାସାୟନିକ ପ୍ରୟୋଗଶାଳା, ପୁଣେ ବିଶ୍ୱବିଦ୍ୟାଳୟ ଏବଂ ମହାରାଷ୍ଟ୍ର ବିଜ୍ଞାନ ଏକାଡେମୀ ଆଦି ଅନୁଷ୍ଠାନରେ ପ୍ରମୁଖ ପଦରେ କାର୍ଯ୍ୟ କରିଛନ୍ତି ।
ପ୍ୟାଟେଣ୍ଟ ଓ ପୁରସ୍କାର
[ସମ୍ପାଦନା]ଆଦିତୀ ପନ୍ଥ ପାଞ୍ଚଟି ପ୍ୟାଟେଣ୍ଟ ଅଧିକାର କରିବା ସହ ବିଭିନ୍ନ ଆନ୍ତର୍ଜାତିକ ଜର୍ଣ୍ଣାଲରେ ୬୭ରୁ ଅଧିକ ସନ୍ଦର୍ଭ ପ୍ରକାଶ କରିଛନ୍ତି ।[୫] ଭାରତୀୟ ଆଣ୍ଟାର୍କଟିକା କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନ ପାଇଁ ଭାରତ ସରକାରଙ୍କଦ୍ୱାରା ତାଙ୍କୁ ଆଣ୍ଟାର୍କଟିକା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ସହକର୍ମୀ ସୁଦୀପ୍ତା ସେନଗୁପ୍ତା, ଜୟ ନୈଥାନୀ ଏବଂ କନୱାଲ ଭିଲକୁଙ୍କ ସହ ଏହି ସମ୍ମାନ ମିଳିତ ଭାବେ ପାଇଥିଲେ ।[୩][୪][୬] ସେ ଏସ.ଇ.ଆର.ସି. ପୁରସ୍କାର ପାଇଥିଲେ ଏବଂ ଗବେଷଣା କ୍ଷେତ୍ରରେ ତାଙ୍କର ଅନୁସନ୍ଧାନ ପାଇଁ ବୃତ୍ତି ଲାଭ କରିଥିଲେ ।[୭]
ସେ ମହାରାଷ୍ଟ୍ର ସୋସାଇଟି ଅଫ କଲ୍ଟିଭେସନ ସାଇନ୍ସ, ମହାରାଷ୍ଟ୍ର ଆସୋସିଏସନ ଫର ଦି କଲ୍ଟିଭେସନ ଅଫ ସାଇନ୍ସର ସାଧାରଣ ବିଭାଗ, ବାୟୋ ଫୁଏଲ କମିଟି, ଜୈବପ୍ରଯୁକ୍ତି ବିଭାଗ, ସିଜିଓ କମ୍ପ୍ଲେକ୍ସ, ନୂଆଦିଲ୍ଲୀର ସଦସ୍ୟ । ସେ ମହାରାଷ୍ଟ୍ର ବିଜ୍ଞାନ ଏକାଡେମୀର ଜଣେ ସହକର୍ମୀ ।[୫]
ଆଧାର
[ସମ୍ପାଦନା]- ↑ Sharma, Sathya (January 2001). Breaking the ice in Antarctica: The first Indian wintering in Antarctica. New Age International. p. 38. ISBN 9788122412901. Retrieved 11 October 2014.
- ↑ "Lilavati's Daughters" (PDF). www.ias.ac.in. Indian Academy of Sciences. Retrieved 11 October 2014.
- ↑ ୩.୦ ୩.୧ Chaturvedi, Arun. "Indian women in Antarctic expeditions : A historical perspective" (PDF). www.ias.ac.in. Indian Academy of Sciences. Retrieved 11 October 2014.
- ↑ ୪.୦ ୪.୧ "ADITI PANT: The First Indian Women to Reach Antartica Region | GyanPro Science Blog". gyanpro.com. Retrieved 2019-12-08.
- ↑ ୫.୦ ୫.୧ "Dr. Aditi Pant (Director)" (PDF). Archived from the original (PDF) on 15 December 2016.
- ↑ "Indian Women in Science & Technology" (in ଆମେରିକୀୟ ଇଂରାଜୀ). Archived from the original on 2019-12-18. Retrieved 2019-12-17.
- ↑ Pant, Aditi. "An Oceanographer's Life" (PDF). ias.
{{cite web}}
: CS1 maint: url-status (link)
ବାହାର ଲିଙ୍କ
[ସମ୍ପାଦନା]- Aditi Pant on ResearchGate