Jump to content

ଆତିଫ ଅସଲାମ

ଉଇକିପିଡ଼ିଆ‌ରୁ
ଆତିଫ ଅସଲାମ
Also known asଆତିଫ, ଆଦି
ଜନ୍ମୱଜିରାବାଦ, ପାକିସ୍ତାନ
(1983-03-12) ୧୨ ମାର୍ଚ୍ଚ ୧୯୮୩ (ବୟସ ୪୨)
ଜନ୍ମସ୍ଥାନଲାହୋର, ପାକିସ୍ତାନ
ଶୈଳୀRock, pop
ପେଷାଗାୟକ, ଅଭିନେତା
କାର୍ଯ୍ୟକାଳ୨୦୦୧ରୁ ଏ ପର୍ଯ୍ୟନ୍ତ
ଲେବଲଫାୟାର, ଟିପ୍ସ
ଅନ୍ୟ ଅଂଶଗ୍ରହଣସ୍ଟ୍ରିଙ୍ଗ୍ସ, ଜଲ୍, ହାଦିକା କିଆନି, ଶ୍ରେୟା ଘୋଷାଲ, ଅଲକା ୟାଗନିକ, ସଚିନ ଗୁପ୍ତା, ପ୍ରିତମ, ଆଲିଶା ଚିନୟ, ସୁନିଧି ଚୌହାନ
ୱେବସାଇଟwww.aadeez.com

ଆତିଫ ଅସଲାମ (ଉର୍ଦ୍ଦୁ: عاطف اسلم)ଙ୍କ ଜନ୍ମ ୧୨ ମାର୍ଚ୍ଚ ୧୯୮୩ରେ ପାକିସ୍ତାନର ବାଜିରାବଦଠାରେ ହୋଇଥିଲା। ସେ ଜଣେ ପାକିସ୍ତାନି ପପ ଗାୟକ ଓ ଅଭିନେତା । ସେ ପାକିସ୍ତାନ ସରକାରଙ୍କଦ୍ୱାରା ତମଘା-ଏ-ଇମତିୟାଜ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। ଆତିଫ୍ ଆସଲାମ କମ୍ପ୍ୟୁଟର ବିଜ୍ଞାନ ବିଷୟରେ ପଞ୍ଜାବ ଇନଷ୍ଟିଚ୍ୟୁଟ ଅଫ କମ୍ପ୍ୟୁଟର ସାଇନ୍ସଠାରୁ ସ୍ନାତକ ପ୍ରାପ୍ତ କରିଛନ୍ତି।

ବଲିଉଡ

[ସମ୍ପାଦନା]

ଆତିଫ ବଲିଉଡରେ ଅନେକ ଗୀତ ଗାଇଛନ୍ତି । ପ୍ରଚ୍ଛଦପଟ୍ଟ ଗାୟକ ହିସାବରେ ଭାରତୀୟ ସିନେମା ଜଗତରେ ଗାଇଥିବା ତାଙ୍କର କିଛି ଉଲ୍ଲେଖନୀୟ ଗୀତଗୁଡିକ ହେଲା "ପେହେଲି ନଜର ମେ"(ଚଳଚ୍ଚିତ୍ର: ରେସ୍) , "ତେରେ ବିନ"(ଚଳଚ୍ଚିତ୍ର: ବସ ଏକ ପଲ) , "ବାଖୁଦା ତୁମ ହି ହୋ"(ଚଳଚ୍ଚିତ୍ର: କିସମତ କନେକ୍ସନ), "ଲେଜା ତୁ ମୁଝେ"(ଚଳଚ୍ଚିତ୍ର: ଫାଲତୁ) ,"ତେରା ହୋନେ ଲଗା ହୁଁ" ଏବଂ "ତୁ ଜାନେ ନା"(ଚଳଚ୍ଚିତ୍ର: ଅଜବ ପ୍ରେମ କି ଗଜବ କାହାନି) , "ଓ ମେରେ ଖୁଦା" ଏବଂ "ତେରେ ଲିୟେ"(ଚଳଚ୍ଚିତ୍ର: ପ୍ରିନ୍ସ), "ପିୟା ଓରେ ପିୟା" ଏବଂ "ତୁ ହି ମୋହବତ ହେ"(ଚଳଚ୍ଚିତ୍ର: ତେରେ ନାଲ ଲଭ ହୋ ଗୟା) ଇତ୍ୟାଦି।

ହଲିଉଡ

[ସମ୍ପାଦନା]

ଆତିଫ ଅସଲାମ ହଲିଉଡ ଚଳଚ୍ଚିତ୍ର ଜଗତରେ ୩ଟି ଗୀତ ଗାଇଛନ୍ତି।

ବଲିଉଡ ଏବଂ ଲଲିଉଡରେ ଗାଇଥିବା ଗୀତ

[ସମ୍ପାଦନା]
ବର୍ଷ ଗୀତ ଚଳଚ୍ଚିତ୍ର ଚଳଚ୍ଚିତ୍ର ଜଗତ ସାଥୀ ଗାୟକ
୨୦୦୫ବୋ ଲମହେଜେହେରବଲିଉଡ
ବୋ ଲମହେ (ରିମିକ୍ସ)
ଆଦତକଲୟୁଗ
ଆଦତ (ରିମିକ୍ସ)
୨୦୦୬ତେରେ ବିନବସ ଏକ ପଲ
୨୦୦୮ପେହେଲି ନଜର ମେଁରେସ୍
ବାଖୁଦା ତୁମ ହି ହୋକିସମତ କନେକ୍ସନଅଲକା ୟାଗନିକ
ବାଖୁଦା ତୁମ ହି ହୋ (ରିମିକ୍ସ)
୨୦୦୯ତେରା ହୋନେ ଲଗା ହୁଁଅଜବ ପ୍ରେମ କି ଗଜବ କାହାନିଆଲିଶା ଚିନୟ
ତେରା ହୋନେ ଲଗା ହୁଁ (ରିମିକ୍ସ)
ତୁ ଜାନେ ନା
ତୁ ଜାନେ ନା (ରିମିକ୍ସ)
୨୦୧୦ଓ ମେରେ ଖୁଦାପ୍ରିନ୍ସଗରିମା ଝିଙ୍ଗୁନ
ତେରେ ଲିୟେଶ୍ରେୟା ଘୋଷାଲ
ତେରେ ଲିୟେ (ରିମିକ୍ସ)
କୌନ ହୁଁ ମେଁ
ଆ ଭି ଜା ସନମ
ପ୍ରିନ୍ସ Theme Song(ମେଗା ମିକ୍ସ)ଶ୍ରେୟା ଘୋଷାଲ, ଆଲିଶା ଚିନୟ, ଗରିମା ଝିଙ୍ଗୁନ, ମୋନାଲି ଠାକୁର
ରୋନା ଚଢିତା (ମାହି ମାହି)ମେଲ କରାଦେ ରବା
୨୦୧୧ହୋନା ଥା ପ୍ୟାରବୋଲଲଲିଉଡହାଦିକା କିଆନି
ଆଜ ବୋଲ ଦୋ
ଲେ ଜା ତୁ ମୁଝେଫାଲତୁବଲିଉଡ
୨୦୧୨ପିୟା ଓରେ ପିୟାତେରେ ନାଲ ଲଭ ହୋ ଗୟାଶ୍ରେୟା ଘୋଷାଲ
ତୁ ମୋହବତ ହେମୋନାଲି ଠାକୁର, ପ୍ରିୟା ପାଞ୍ଚାଲ

ବାହ୍ୟ ଆଧାର

[ସମ୍ପାଦନା]