ଆତସବାଜି

ଉଇକିପିଡ଼ିଆ ରୁ
Jump to navigation Jump to search
କାନାଡ଼ା ଦିବସ ପାଳନ ଅବସରରେ ଓଟାୱାରେ ଆତସବାଜି
ଚୀନ ଦେଶର ସାଙ୍ଘାଇରେ ଏକ୍ସପୋ ୨୦୧୦ର ଉନ୍ମୋଚନ ଉତ୍ସବରେ ଆତସବାଜିର ଚଳମାନ ଦୃଶ୍ୟ

ଆତସବାଜି ହେଉଛି ଏକ ପ୍ରକାର ବାଣ (ଫୋଟକା) ବା ନିଆଁ ବାରୁଦର ମନୋରଂଜକ ଖେଳ ଯାହା ଧାର୍ମିକ (ଦୀପାବଳି, କାର୍ତିକ ପୁନେଇଁ) ଓ ସାମାଜିକ (ବିବାହ, ବ୍ରତ) ଉତ୍ସବ ପାଳନ ସମୟରେ ବ୍ୟବହାର କରାଯାଏ। ବାରୁଦରୁ ତିଆରି ହୋଇଥିବା ବାଣରେ ନିଆଁ ଲଗାଇଲେ ଲାଲ୍, କମଳା, ହଳଦିଆ, ସବୁଜ, ନୀଳ, ନାରଂଗୀ ଓ ରୂପେଲି ଆଦି ନାନା ରଂଗର ଚିତ୍ର, ଶବ୍ଦ ଓ ଗତିର ଅଗ୍ନିକ୍ରୀଡ଼ା ଦିଶେ। ସମଗ୍ର ପୃଥିବୀରେ ବିଭିନ୍ନ ପ୍ରାଂତରେ ଏହାର ବହୁଳ ପ୍ରୟୋଗ ଦେଖାଯାଏ।

ଇତିହାସ[ସମ୍ପାଦନା]

ଆଜିଯାଏ ମିଳିଥିବା ଦୃଷ୍ଟାଂତ ଅନୁସାରେ ସପ୍ତମ ଶତାବ୍ଦୀରେ ଚୀନ ଦେଶରେ ଆତସବାଜୀର ପ୍ରଥମ ନିର୍ମାଣ ହୋଇଥିଲା । ଏହା ଚୀନୀ ପରଂପରାର ଏକ ମୂଳ ଅଂଗ ଓ ଏହା ପରବର୍ତୀ କାଳରେ ବିଶ୍ୱର ଅଲଗା ପ୍ରାଂତକୁ ପ୍ରସାରିତ ହୋଇଥିଲା । [୧] ଚୀନ ଦେଶ ହେଉଛି ଆତସବାଜୀ ତିଆରି କରିବା ଓ ରପ୍ତାନୀ କରିବାରେ ବିଶ୍ୱରେ ପ୍ରଥମ ।[୨]

ଓଡ଼ିଶାରେ ଆତସବାଜି[ସମ୍ପାଦନା]

ପୁରୀ ଜିଲ୍ଲାର କେତେକ ରାହାଂଗ ଶାସନରେ ବହୁ କାଳରୁ ଶୀତଳ ଷଷ୍ଠୀ, ଚଂପକ ଦ୍ୱାଦଶୀ, ନୃସିଂହ ଚତୁର୍ଦଶୀ ଆଦିରେ ଗ୍ରାମର ଲୋକେ ପୁରୁଷାନୁକ୍ରମେ ଲୋକେ ନାନା ପ୍ରକାର ବାଣ ନିଜେ ତିଆରି କରି ମାରନ୍ତି। ବାରୁଦରୁ ବାଣ ତିଆରି କରିବାର ବିଧି ଓ ଭାଗମାପ ବିଭିନ୍ନ ପୋଥିରେ ଲିଖିତ ରହିଛି ।

ଆତସବାଜିର ପ୍ରକାର[ସମ୍ପାଦନା]

କେତେକ ବାଣର ନାମ ଚଂପା, କୁଂପୀ, ତୁଂବ, ହାବିଳି, ଚକ୍ର ଆକାଶ ମଲ୍ଲୀ, ଆସମାନଗୋଲା, ଚେଂଗ, କାଠଚଂପା, ଚଂଦ୍ରଉଦିଆ ବା ମହତାପ, ପାଣିକୁଆ, ବଂବାଜୀ, ତୋପବାଜୀ, କଦଂବଗଛ, ରସକଦଂବ ।

ଭୂମି ଓ ଆକାଶରେ ପ୍ରୟୋଗ କରାଯାଉଥିବା ଭେଦରେ ଆତସବାଜୀ ଦୁଇ ପ୍ରକାରର । ଆକାଶରେ ଫୁଟୁଥିବା ବାଣକୁ ହାବିଳି ଓ ମାଟିରେ ଫୁଟୁଥିବା ବାଣକୁ ଫୋଟକା କୁହାଯାଏ । ତେବେ ଆକାଶକୁ ଛଡ଼ାଯାଉଥିବା ଆତସବାଜୀ ଅଧିକ ଲୋକପ୍ରିୟ ଓ ଆଜିର ଆତସବାଜୀ ବଜାରରେ ଅଧିକ ପ୍ରଚଳିତ । ଏ ଗୁଡ଼ିକ ମୂଲତଃ କାଗଜ, କାଠି(ବାଉଁଶ), ସୁତୁଲି ଆଦିର ଉପଯୋଗ କରି ବାରୁଦରୁ ତିଆରି ହୋଇଥାଏ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Temple, Robert K.G. (2007). The Genius of China: 3,000 Years of Science, Discovery, and Invention (3rd edition). London: André Deutsch, pp. 256–265. ISBN 978-0-233-00202-6
  2. "Shining through". China Daily. Retrieved October 2, 2011.

ଅଧିକ ତଥ୍ୟ[ସମ୍ପାଦନା]