ଆଟଲାଣ୍ଟିକ ପଫିନ

ଉଇକିପିଡ଼ିଆ‌ରୁ

Atlantic puffin
Adult in breeding plumage
Adult in breeding plumage, Iceland
Call of the Atlantic puffin, recorded on Skokholm Island, Pembrokeshire, Wales
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Charadriiformes
Family: Alcidae
Genus: Fratercula
ଜାତି: F. arctica
ବାଇନୋମିଆଲ ନାମ
Fratercula arctica
Breeding range (orange) and winter range (yellow)
Synonyms

Alca arctica Linnaeus, 1758

Fratercula arctica naumanni

ଆଟଲାଣ୍ଟିକ ପଫିନ (ଅନ୍ୟ ନାମ କେବଳ ପଫିନ (Fratercula arctica), ଜଣାଶୁଣା ନାମ କମନ ପଫିନ) ଅକ୍ (auk) ପରିବାରର ଏକ ପ୍ରଜାତିର (species) ସାମୁଦ୍ରିକ ପକ୍ଷୀ (seabird) । ଏହି ପକ୍ଷୀ ଆଟଲାଣ୍ଟିକ ମହାସାଗରର ବାସିନ୍ଦା; କିନ୍ତୁ ଏହାର ଦୁଇଟି ସମ୍ପର୍କୀୟ ପ୍ରଜାତି ଟଫ୍‌ଟେଡ ପଫିନ (tufted puffin) ଓ ହର୍ଣ୍ଣ‌ଡ ପଫିନ (horned puffin) ଅଛନ୍ତି ଓ ସେମାନେ ଉତ୍ତରପୂର୍ବ ପ୍ରଶାନ୍ତ ମହାସାଗରରେ (Pacific) ବାସ କରନ୍ତି । ଆଇସଲ୍ୟାଣ୍ଡ, ନର‌ବେ, ଗ୍ରୀନଲାଣ୍ଡ, ନିଉଫାଉଣ୍ଡଲ୍ୟାଣ୍ଡ ଓ ଫାରୋ ଦ୍ୱୀପପୁଞ୍ଜ ଓ ଆହୁରି ଦକ୍ଷିଣ ଦିଗରେ; ଯେପରିକି ପଶ୍ଚିମରେ ମେନେରେ (Maine) ଓ ପୂର୍ବରେ ଗ୍ରେଟ ବ୍ରିଟେର କିଛି ଅଂଶରେ ଆଟଲାଣ୍ଟିକ ପଫିନ ବଂଶବିସ୍ତାର କରନ୍ତି । ବିରାଟ ସଂଖ୍ୟା ଓ ପରିସର ଥିଲେ ମଧ୍ୟ ଏହି ପ୍ରଜାତିର ସଂଖ୍ୟା ଦୃତ ଗତିରେ କମିଯିବା ଫଳରେ ଏହାକୁ ଅସୁରକ୍ଷିତ (vulnerable) ପ୍ରଜାତି ହିସାବରେ ଆଇୟୁସିଏନଦ୍ୱାରା (IUCN) ଚିହ୍ନଟ କରାଯାଇଛି । ସ୍ଥଳ ଭାଗରେ ଏହି ପକ୍ଷୀ ଅକ୍ ଭଳି ସିଧା ଭାବରେ ଠିଆ ହୁଏ । ସମୁଦ୍ରପୃଷ୍ଠରେ ଏହି ପକ୍ଷୀ ଡେଣାଦ୍ୱାର ଆହୁଲା ମାରି ପ‌ହଁରି ପାରେ, ସାଧାରଣତଃ ଜଳ ଭିତରକୁ ଡିଆଁ ମାରି ଓ ଛୋଟ ଛୋଟ ମାଛ ଖାଏ ।

ପଫିନର ପିଠି ଓ ମଥା ଉପର ଭାଗ ରଙ୍ଗ କଳା, ଗାଲର କିଛି ଅଂଶ ପାଉଁସିଆ ଓ ଦେହର ନିମ୍ନ ଭାଗ ଧଳା । ଏହାର ଥଣ୍ଟ ଚଉଡ଼ା, ଲାଲ ଓ କଳା ଓ କମଳା ରଙ୍ଗର ଗୋଡ଼ ଠିକ ବିପରୀତ ଦେଖାଯାଏ । ଶୀତ ଋତୁରେ ପାଣିରେ ଥିବାବେଳେ ଏହାର ପର ଝଡ଼ିଯାଏ (ନିର୍ମୋଚନ) ଓ ତାର ଉଜ୍ଜ୍ୱଳ ମୁହଁ ରଙ୍ଗ କିଛି ଫିକା ହୋଇଯାଏ ଓ ଏହି ରଙ୍ଗ ପୁନଶ୍ଚ ବସନ୍ତ ଋତୁରେ ଫେରିଆସେ । ମାଈ ଓ ଅଣ୍ଡିର ପକ୍ଷୀ ଏକାଭଳି ଦେଖାଯାଆନ୍ତି, ଅଣ୍ଡିରା ପକ୍ଷୀର ଆକାର ସାମାନ୍ୟ ବଡ଼ ଥାଏ । କିଶୋର ଅବସ୍ଥାରେ ସମରୂପ ପର ଥାଏ, କିନ୍ତୁ ଏହାର ଗାଲ ଗାଢ଼ ପାଉଁସିଆ ପ୍ୟାଚ ଦେଖାଯାଏ । ଏହି ଅବସ୍ଥାରେ ତାହାର ମଥା ରଙ୍ଗ ଉଜ୍ଜ୍ୱଳ ନଥାଏ, ଥଣ୍ଟ ଅଣଓସାରିଆ ଓ ଗାଢ଼ ପାଉଁସିଆ ଦେଖାଯାଏ, ଗୋଡ଼ ଓ ପାଦ କଳା ଦେଖାଯାଏ । ଉତ୍ତରାଞ୍ଚଳ ପଫିନମାନଙ୍କର ଦକ୍ଷିଣାଞ୍ଚଳ ପଫିନ ଅପେକ୍ଷା ବଡ଼ ଆକାର ହୋଇଥାଏ ତେଣୁ ଏମାନଙ୍କୁ ଏକ ଉପ‌ପ୍ରଜାତି ପକ୍ଷୀ ଭାବରେ ମନେକରାଯାଏ ।

ଥଣ୍ଡା ଉତ୍ତର ସମୁଦ୍ରରେ ଶରତ ଓ ଶୀତ ଋତୁରେ ରହିବା ପରେ ଆଟଲାଣ୍ଟିକ ପଫିନ ବସନ୍ତ ଋତୁ ଶେଷ ଭାଗରେ ପ୍ରଜନନ କରିବା ନିମନ୍ତେ କୂଳକୁ ଫେରିଆସନ୍ତି । ଉଚ୍ଚ ସ୍ଥାନରେ ଏକ ପକ୍ଷୀ କଲୋନୀରେ ଏହା ଗୋଟିଏ ଗୋଟିଏ ଗାତ ଖୋଳି ଅଣ୍ଡା ଦିଏ । ପକ୍ଷୀ ଶାବକ ମାଛ ଖାଏ ଓ ବ‌ହୁତ ଶୀଘ୍ର ବଢ଼ିଯାଏ । ଛଅ ସପ୍ତାହ ପରେ ଏହା ପୂର୍ଣ୍ଣଙ୍ଗ ହୋଇ ରାତ୍ର ସମୟରେ ସମୁଦ୍ର ଭିତରକୁ ଯାଏ । ସମୁଦ୍ର ଭିତରକୁ ପ‌ହଁରି ଯାଇ ଅନେକ ବର୍ଷ ପର୍ଯ୍ୟନ୍ତ ଆଉ ଫେରେ ନାହିଁ ।

ଅଧିକାଂଶ ଦ୍ୱୀପରେ ଏମାନଙ୍କର କୌଣସି ସ୍ଥଳ ଭାଗର ଶତ୍ରୁ ନ ଥାଆନ୍ତି କିନ୍ତୁ ବଡ଼ ପକ୍ଷୀ ଓ ନୂଆ ଶାବକମାଙ୍କର ଶିକାର ସଙ୍କଟ ହୋଇଯିବା ସମ୍ଭାବନା ରହେ । ସେମାନଙ୍କୁ ଆକାଶ ମାର୍ଗରୁ ଗଲ (gulls) ଓ ସ୍କୁଆ (skuas) ପକ୍ଷୀ ଆକ୍ରମଣର ସମ୍ଭାବନା ଥାଏ । ବେଳେ ବେଳେ ଥଣ୍ଟରେ ମାଛ ଧରିଥିବା ପଫିନ‌କୁ ଆର୍କଟିକ ସ୍କୁଆ ହଇରାଣ କରିବା ଫଳରେ ପଫିନ ଥଣ୍ଟରୁ ମାଛ ଖସିପଡ଼େ । ଦର୍ଶନୀୟ ଚେହେରା, ବଡ଼ ରଙ୍ଗୀନ ଥଣ୍ଟ, ଚାଲି ଓ ବ୍ୟବ‌ହାର ଯୋଗୁ ପଫିନ‌କୁ ସମୁଦ୍ରର ବିଦୁଷକ ଓ ସମୁଦ୍ରିକ ଶୁଆ ନାମ ଦିଆଯାଇଛି । କାନାଡ଼ାର ନିଉଫାଉଣ୍ଡଲ୍ୟାଣ୍ଡ ଓ ଲାବ୍ରାଡର (Newfoundland and Labrador) ଜିଲ୍ଲା ଦ୍ୱୟରେ ପଫିନ ଏକ ସରକାରୀ ପକ୍ଷୀ ପ୍ରତୀକ ଭାବରେ ଶୋଭା ପାଏ ।

ସନ ୨୦୧୫ରେ ଇଣ୍ଟରନ୍ୟାସନାଲ ୟୁନିଅନ ଫର କଞ୍ଜରଭେସନ ଅଫ ନେଚର ସଂସ୍ଥା ଏହାର ସ୍ଥିତିରେ ପରିବର୍ତ୍ତନ ଆଣି 'ସର୍ବନିମ୍ନ ଚିନ୍ତାଜନ‌କ' ("least concern") ବଦଳେଇ 'ଅସୁରକ୍ଷିତ ଶ୍ରେଣୀବଦ୍ଧ' ("vulnerable") ପକ୍ଷୀ ଶ୍ରେଣୀଭୁକ୍ତ କରିଦେଲେ । [୨] ସନ ୨୦୧୮ରେ ବାର୍ଡ଼ ଲାଇଫ ଇଣ୍ଟରନ୍ୟାସନାଲ (BirdLife International) ଏହାକୁ ଲୋପ ହେବା ସମ୍ଭାବନା ନିମନ୍ତେ ଅସୁରକ୍ଷିତ ହୋଇଯିବା ରିପୋର୍ଟ ଦେଲେ । [୩]

ଆଧାର[ସମ୍ପାଦନା]

  1. "First Puffin chick spotted on Lundy". Press release. English Nature. 14 July 2005. Retrieved 15 June 2013.
  2. "The IUCN Red List of Threatened Species". IUCN Red List of Threatened Species. Retrieved 2018-10-26.
  3. Sessa, Margret. "Even familiar birds at risk of extinction, new study finds". Birdlife International. Retrieved 23 April 2018.