Jump to content

ଆକ୍ୟୁଟ ଫ୍ଲାକସିଡ ମାୟେଲାଇଟିସ

ଉଇକିପିଡ଼ିଆ‌ରୁ
ଆକ୍ୟୁଟ ଫ୍ଲାକସିଡ ମାୟେଲାଇଟିସ
Acute flaccid myelitis
Acute flaccid paralysis with anterior myelitis, polio-like syndrome[]
ଏମଆରଆଇ (Magnetic resonance imaging) ଚିତ୍ରରେ ଏଏଫଏମ ରୋଗୀର ମେରୁଦଣ୍ଡ ଫୁଲିଥିବା ଦେଖାଯାଉଛି (d) ଯାହା ୩ ସପ୍ତାହ ପରେ (e) ଉପଶମ ହୋଇଯାଇଛି ।[]
ବିଭାଗସ୍ନାୟୁରୋଗ ବିଜ୍ଞାନ (Neurology)[]
ଲକ୍ଷଣଦୌର୍ବଲ୍ୟ, କମ୍ ରିଫ୍ଲେକ୍ସ, ଗିଳିବା ଓ କଥା କ‌ହିବା ସମସ୍ୟା []
ଆକ୍ରାନ୍ତ ସମୟଦୃତ[]
କାରଣଅଦ୍ୟାବଧି ଅଜ୍ଞାତ[]
ରୋଗ ନିର୍ଣ୍ଣୟ ପଦ୍ଧତିମେଡିକାଲ ଇମେଜିଙ୍ଗ *Medical imaging), ନର୍ଭ କଣ୍ଡକସନ ଟେଷ୍ଟ (nerve conduction studies), ସିଏସଏଫ (cerebral spinal fluid) ପରୀକ୍ଷା [][]
ସଠିକ ରୋଗ ନିର୍ଣ୍ଣୟTransverse myelitis, Guillain–Barré syndrome, acute disseminated encephalomyelitis[][]
ପ୍ରତିକାରପୋଲିଓ ଟିକା (Polio vaccination), ମଶା କାମୁଡ଼ା ଏଡ଼େଇବା []
ଚିକିତ୍ସାସ‌ହାୟକ ଯତ୍ନ (Supportive care), ଫିଜିକାଲ ଥେରାପି (physical therapy), ମେକାନିକାଲ ଭେଣ୍ଟିଲେସନ (mechanical ventilation)[][]
Prognosisପରିବର୍ତ୍ତନଶୀଳ[]
ପୁନଃପୌନିକକ୍ୱଚିତ[]

ଆକ୍ୟୁଟ ଫ୍ଲାକସିଡ ମାୟେଲାଇଟିସ ବା ଏଏଫଏମ (ଇଂରାଜୀ ଭାଷାରେ Acute flaccid myelitis/ AFM) ଏକ ସାଂଘାତିକ ମେରୁଦଣ୍ଡ (spinal cord) ରୋଗ ।[][] ଏଥିରେ ଗୋଡ଼ ଓ ହାତ ସବୁ ଦୁର୍ବଳ ହୁଅନ୍ତି ଓ ରିଫ୍ଲେକ୍ସ (reflexes) କମିଯାଏ ।[] ଆଖି ଡୋଲା ବୁଲେଇବାରେ, କଥା କ‌ହିବାରେ ଓ ଗିଳିବାରେ ଅସୁବିଧା ହୁଏ ।[] ବେଳେବେଳେ ଯନ୍ତ୍ରଣା ଓ କାଲୁଆ ଲାଗେ । [] ସାଂଘାତିକ ହେଲେ ଶ୍ୱାସକ୍ରିୟା ଅସୁବିଧା ହୁଏ ।[]

ଅଧିକାଂଶ କ୍ଷେତ୍ରରେ ଏହି ରୋଗର କାରଣ ସ୍ପଷ୍ଟ ହେଉନାହିଁ ।[] ପ୍ରାୟ ୯୦% କ୍ଷେତ୍ରରେ ଏଣ୍ଟେରୋଭୁତାଣୁ (enteroviruses) ଭଳି ସାମାନ୍ୟ ଭୁତାଣୁ ସଂକ୍ରମଣ (viral infection) ପରେ ମଧ୍ୟ ଏହି ରୋଗ ଆରମ୍ଭ ହୋଇଯାଏ ।[] ପୋଲିଓମାୟେଲାଇଟିସ ଏହି ରୋଗ ସୃଷ୍ଟି କରିପାରୁଥିଲେ ମଧ୍ୟ ସନ ୨୦୨୪ରୁ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଏକ କାରଣ ହୋଇନାହିଁ ।[][] ମେରୁଦଣ୍ଡ ମଧ୍ୟରେ ଥିବା ଗ୍ରେ ମ୍ୟାଟର (grey matter) ନଷ୍ଟ ହୋଇଯିବା କାରଣରୁ ଏହି ରୋଗ ହୁଏ ।[] ମେଡିକାଲ ଇମେଜିଙ୍ଗ (Medical imaging), ନର୍ଭ କଣ୍ଡକସନ ଟେଷ୍ଟ (nerve conduction studies), ସିଏସଏଫ (cerebral spinal fluid) ପରୀକ୍ଷା ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । [][]

ପୋଲିଓ ଟିକା (Polio vaccination) ନେଇ ଓ ମଶା କାମୁଡ଼ା ଏଡ଼େଇ ଏହି ରୋଗର ପ୍ରତିଷେଧ କରାଯାଇପାରିବା । [] ସ‌ହାୟକ ଯତ୍ନ (Supportive care) ସାହାଯ୍ୟରେ ଏହାରି ଚିକିତ୍ସା ଆରମ୍ଭ କରାଯାଏ ।[][] ଫିଜିକାଲ ଥେରାପି (physical therapy) ସୁପାରିସ ମଧ୍ୟ କରାଯାଏ ।[] ବେଳେବେଳେ ଶ୍ୱାସକ୍ରିୟା ସ‌ହଜ କରିବା ନିମନ୍ତେ ମେକାନିକାଲ ଭେଣ୍ଟିଲେସନ (mechanical ventilation) ଆବଶ୍ୟକ ହୁଏ ।[] ରୋଗର ଫଳାଫଳ ଅନିଶ୍ଚିତ ।[] କ୍ୱଚିତ ଏହି ରୋଗ ହୁଏ ଓ ସାଧାରଣତଃ ପିଲାଙ୍କୁ ହୁଏ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଷକୁ ୨ ନିୟୁତରେ ଜଣକୁ ଏ ରୋଗ ହୁଏ ।[] ଏହା ଏକ ନୂଆ ରୋଗ ନହେଲେ ମଧ୍ୟ ସନ ୨୦୧୪ ପରଠାରୁ ଏହାର ସଂଖ୍ୟା ବଢ଼ୁଛି । []

  1. "Acute Flaccid Myelitis" (PDF). www.dhs.wisconsin.gov. January 2017. Retrieved 22 December 2018.
  2. Esposito, S; Chidini, G; Cinnante, C; Napolitano, L; Giannini, A; Terranova, L; Niesters, H; Principi, N; Calderini, E (11 January 2017). "Acute flaccid myelitis associated with enterovirus-D68 infection in an otherwise healthy child". Virology Journal. 14 (1): 4. doi:10.1186/s12985-016-0678-0. PMC 5234096. PMID 28081720.{{cite journal}}: CS1 maint: unflagged free DOI (link)
  3. 1 2 3 4 5 6 7 8 9 10 11 12 13 14 15 16 17 18 19 "About Acute Flaccid Myelitis". CDC. Retrieved 2018-10-11.
  4. 1 2 3 4 5 "Acute Flaccid Myelitis". CDC (in ଆମେରିକୀୟ ଇଂରାଜୀ). 17 December 2018. Retrieved 21 December 2018.
  5. 1 2 3 4 5 6 7 8 9 10 "Acute flaccid myelitis | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. 2018. Retrieved 22 December 2018.
  6. Bitnun, A; Yeh, EA (29 June 2018). "Acute Flaccid Paralysis and Enteroviral Infections". Current Infectious Disease Reports. 20 (9): 34. doi:10.1007/s11908-018-0641-x. PMID 29959591.