ଆକିଲେସ ଟେଣ୍ଡିନାଇଟିସ

ଉଇକିପିଡ଼ିଆ ରୁ
Jump to navigation Jump to search
ଆକିଲେସ ଟେଣ୍ଡିନାଇଟିସ (Achilles tendinitis)
Achilles tendinopathy, Achilles tendonitis, Achilles tenosynovitis
Achilles tendonitis.svg
ଆକିଲେସ ଟେଣ୍ଡିନାଇଟିସ ରୋଗରେ ପ୍ରଭାବିତ ସ୍ଥାନର ଚିତ୍ର ଲାଲ ରଙ୍ଗରେ ଦର୍ଶାଯାଇଛି
ଲକ୍ଷଣଯନ୍ତ୍ରଣା, ଟେଣ୍ଡନ ଚାରିପାଖରେ ଫୁଲା [୧]
ଆକ୍ରାନ୍ତ ସମୟଧୀରେ[୧]
ଅବଧିମାସାଧିକ[୨]
କାରଣମାତ୍ରାଧିକ ବ୍ୟବ‌ହାର[୨]
ବିପଦ କାରକଆଘାତ, ବ୍ୟାୟାମ ଅଭାବ, ହାଇହିଲ ଜୋତା (high-heel shoes), ରିଉମାଟଏଡ ଆର୍ଥ୍ରାଇଟିସ, ଫ୍ଲୋରୋକୁଇନୋଲିନ (fluoroquinolone)ଓ ସ୍ଟିରଏଡ (steroid) ଶ୍ରେଣୀର ଔଷଧ ।[୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ଶାରୀରିକ ପରୀକ୍ଷା (examination) [୩]
ସଠିକ ରୋଗ ନିର୍ଣ୍ଣୟ(Achilles tendon rupture)[୩]
ଚିକିତ୍ସାବିଶ୍ରାମ, ବରଫ ଓ ଏନଏସଏଆଇଡି (non-steroidal antiinflammatory agents), ଫିଜିକାଲ ଥେରାପି (physical therapy)[୧][୨]
ପୌନଃପୁନିକସାଧାରଣ[୨]

ଆକିଲେସ ଟେଣ୍ଡିନାଇଟିସ (ଇଂରାଜୀ ଭାଷାରେ Achilles tendinitis, ଅନ୍ୟ ନାମ ଆକିଲେସ ଟେଣ୍ଡିନୋପାଥି/ achilles tendinopathy) ଏକ ରୋଗ ଯେଉଁଥରେ ବଳାଗଣ୍ଠି (ankle) ପଛ ପାଖରେ ଥିବା ଆକିଲେସ ଟେଣ୍ଡନର (Achilles tendon) ପ୍ରଦାହକୁ ବୁଝାଏ । [୨] ଏହି ରୋଗର ଲକ୍ଷଣରେ ଟେଣ୍ଡନ ଚାରିପାଖ ଫୁଲିଯାଏ ଓ ଯନ୍ତ୍ରଣା ହୁଏ । [୧] ବ୍ୟାୟାମ ଆରମ୍ଭ କଲାବେଲଳେ ଯନ୍ତ୍ରଣା ଅଧିକ ଥାଏ ଓ ତା'ପରେ କମିଯାଏ ।[୩] ବଳାଗଣ୍ଠି ଶକ୍ତ ବା ସ୍ଟିଫ ହୋଇଯାଇପାରେ ।[୨] ଧୀରେ ଧୀରେ ଏ ରୋଗ ଆରମ୍ଭ ହୁଏ ।[୧]

ଅତ୍ୟଧିକ ଦୌଡ଼ିଲେ (running) ଏହି ରୋଗ ହୁଏ ।[୨][୩] ଏହି ରୋଗ ସଙ୍କଟ ଆଣିବାରେ ଆଘାତ, ବ୍ୟାୟାମ ଅଭାବ, ହାଇହିଲ ଜୋତା (high-heel shoes), ରିଉମାଟଏଡ ଆର୍ଥ୍ରାଇଟିସ, ଫ୍ଲୋରୋକୁଇନୋଲିନ (fluoroquinolone)ଓ ସ୍ଟିରଏଡ (steroid) ଶ୍ରେଣୀର ଔଷଧ ଆଦି ସ‌ହାୟକ ହୁଅନ୍ତି ।[୧] ଲକ୍ଷଣ ଓ ଶାରୀରିକ ପରୀକ୍ଷା (examination) କରି ରୋଗ ନିର୍ଣ୍ଣୟ ସମ୍ଭବ ହୁଏ ।[୩]

ବ୍ୟାୟାମ ଓ ପେଶୀପ୍ରସାର କଲେ ଏହାର ପ୍ରତିଷେଧ ହେବା କଥା କୁହାଗଲେ ମଧ୍ୟ ପ୍ରକୃତରେ ସେମିତି କିଛି ପ୍ରମାଣ ମିଳୁନାହିଁ । [୪][୫][୬] ବିଶ୍ରାମ, ବରଫ ଓ ଏନଏସଏଆଇଡି (non-steroidal antiinflammatory agents), ଫିଜିକାଲ ଥେରାପି (physical therapy) ସାହାଯ୍ୟରେ ଏହାର ଚିକିତ୍ସା କରାଯାଏ ।[୧][୨] ହିଲ ଲିଫ୍ଟ (heel lift) ବା ଅର୍ଥୋଟିକ (en:orthotics) ବ୍ୟବ‌ହାର କଲେ ଉପକାର ମିଳେ । [୨][୩] ଚିକିତ୍ସାରେ ୬ ମାସ ରହିବା ସତ୍ତ୍ୱେ ଉପଶମ ନହେଲେ ଅପରେଶନ କରାଯାଇପାରେ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Hubbard, MJ; Hildebrand, BA; Battafarano, MM; Battafarano, DF (June 2018). "Common Soft Tissue Musculoskeletal Pain Disorders". Primary care. 45 (2): 289–303. doi:10.1016/j.pop.2018.02.006. PMID 29759125.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ ୨.୯ "Achilles Tendinitis". OrthoInfo - AAOS. June 2010. Retrieved 26 June 2018.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Achilles Tendinitis". MSD Manual Professional Edition. March 2018. Retrieved 27 June 2018.
  4. Park, DY; Chou, L (December 2006). "Stretching for prevention of Achilles tendon injuries: a review of the literature". Foot & ankle international. 27 (12): 1086–95. doi:10.1177/107110070602701215. PMID 17207437.
  5. Peters, JA; Zwerver, J; Diercks, RL; Elferink-Gemser, MT; van den Akker-Scheek, I (March 2016). "Preventive interventions for tendinopathy: A systematic review". Journal of science and medicine in sport. 19 (3): 205–211. doi:10.1016/j.jsams.2015.03.008. PMID 25981200.
  6. "Achilles tendinitis - Symptoms and causes". Mayo Clinic (in ଇଂରାଜୀ). Retrieved 27 June 2018.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ