ଅହିଂସା

ଉଇକିପିଡ଼ିଆ‌ରୁ

ମହାକାବ୍ୟମାନଙ୍କରେ[ସମ୍ପାଦନା]

ହିନ୍ଦୁଧର୍ମର ମହାନ ମହାକାବ୍ୟ ମହାଭାରତର ବିଭିନ୍ନ ସ୍ଥାନରେ 'ଅହିଂସା ପରମୋ ଧର୍ମ'(अहिंसा परमॊ धर्मः) ଉକ୍ତିଟି ଉଲ୍ଲେଖ କରାଯାଇଛି, ଯାହାର ଆକ୍ଷରିକ ଅର୍ଥ ହେଉଛି ଅହିଂସା ହିଁ ସର୍ବୋଚ୍ଚ ନୈତିକ ଗୁଣ l ଉଦାହରଣସ୍ୱରୂପ ମହାପ୍ରସ୍ଥାନିକା ପ୍ରଭାର ନିମ୍ନଲିଖିତ ପଦଟିକୁ ଉଦ୍ଧୃତ କରାଯାଇପାରେ:[୧]

अहिंसा परमॊ धर्मस तथाहिंसा परॊ दमः।
अहिंसा परमं दानम अहिंसा परमस तपः।
अहिंसा परमॊ यज्ञस तथाहिस्मा परं बलम।
अहिंसा परमं मित्रम अहिंसा परमं सुखम।
अहिंसा परमं सत्यम अहिंसा परमं शरुतम॥


ମହାଭାରତରୁ ଉଦ୍ଧୃତ ଉପରୋକ୍ତ ପଦଟି ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ ଏବଂ ଜୈନ ଧର୍ମରେ ଅହିଂସାର ଗୁରୁତ୍ୱକୁ ପ୍ରତିପାଦିତ କରେ:

Ahimsa is the highest virtue, Ahimsa is the highest self-control,
Ahimsa is the greatest gift, Ahimsa is the best suffering,
Ahimsa is the highest sacrifice, Ahimsa is the finest strength,
Ahimsa is the greatest friend, Ahimsa is the greatest happiness,
Ahimsa is the highest truth, and Ahimsa is the greatest teaching.[1][2]

  1. ^ ସୁବ୍ରମଣ୍ୟମ ସ୍ୱାମୀଙ୍କର What is Hinduism ପୁସ୍ତକର ପଞ୍ଚଚାଳିଶତମ ଅଧ୍ୟାୟର Ahimsa: To do no harm ଶୀର୍ଷକ (ପୃଷ୍ଠା ୩୫୯-୩୬୧)

ଏହାବ୍ୟତୀତ ଆଦିପ୍ରଭା, ବନପ୍ରଭା ଏବଂ ଅନୁଶାସନ ପ୍ରଭାରେ ଏହି ବିଷୟରେ ଆଲୋଚନା କରାଯାଇଛି l ଶ୍ରୀମଦଭାଗବତ ଗୀତାରେ ମଧ୍ୟ ଅନ୍ୟର ହିଂସା କିମ୍ବା ଅସୂୟାର ଶିକାର ହେଲେ କିପରି ନୀତିବଦ୍ଧ ଭାବେ କିପରି ଆତ୍ମସୁରକ୍ଷା କରିବା ସମ୍ଭବ, ସେ ବିଷୟରେ ବର୍ଣ୍ଣନା କରାଯାଇଛି l

ଜୈନଧର୍ମରେ ଅହିଂସା[ସମ୍ପାଦନା]

ପାପୁଲି ଉପରେ ଚକ୍ର ଅହିଂସାଧର୍ମୀ ଜୈନପ୍ରତିଜ୍ଞାକୁ ଚିତ୍ରିତ କରିଥାଏ l ଚକ୍ରଟି ହେଉଛି ଧର୍ମଚକ୍ର ଏବଂ ତା ଭିତରେ ଲିଖିତ ଶବ୍ଦଟି ହେଉଛି ଅହିଂସା l ସତତ ସତ୍ୟାନୁଗମନ ଏବଂ ଅହିଂସାଦ୍ୱାରା ଜନ୍ମମୃତ୍ୟୁ ଚକ୍ର ଉପରେ ବିଜୟକୁ ଧର୍ମଚକ୍ର ବର୍ଣ୍ଣନା କରିଥାଏ l

ଜୈନଧର୍ମରେ ପ୍ରଚଳିତ ପାଞ୍ଚୋଟି ପ୍ରତିଜ୍ଞା ମଧ୍ୟରୁ ଅହିଂସାନୀତି ପାଳନ ଅନ୍ୟତମ l [୨] ଭାବନା ବଶବର୍ତ୍ତୀ ହୋଇ କୌଣସି ପ୍ରାଣୀକୁ ହତ୍ୟା କରିବା ହେଉଛି ହିଂସା ଏବଂ ଏପରି କାର୍ଯ୍ୟରୁ ନିବୃତ୍ତ ରହିବା ହେଉଛି ଅହିଂସା l ଅହିଂସା ପାଳନରେ ନବସାଧକମାନଙ୍କର ନିୟମାବଳୀଠାରୁ ଜୈନ ଧର୍ମଗୁରୁମାନଙ୍କର ନିୟମାବଳୀ ଅଧିକ କଠୋର l[୩] 'ଅହିଂସା ପରମୋ ଧର୍ମ' ଉକ୍ତିଟି ଅନେକ ଜୈନ ମନ୍ଦିରର କାନ୍ଥରେ ଖୋଦିତ ହୋଇଥିବାର ଦେଖିବାକୁ ମିଳେ l[୪]  ପଞ୍ଚମ କିମ୍ବା ଷଷ୍ଠ ଶତାବ୍ଦୀରେ ମହାବୀର ଜୈନଧର୍ମ ପ୍ରବର୍ତ୍ତନ କରିବା ପୂର୍ବରୁ ଅହିଂସା ନୀତି ପ୍ରଣୟନ ହୋଇସାରିଥିଲା l[୫][୬] ଜୈନ ପରମ୍ପରା ଅନୁସାରେ ଏହି ଧର୍ମ ଗ୍ରହଣ କରିଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ନିରାମିଷାଶୀ ହେବ ଆବଶ୍ୟକ l[୭]

ବୌଦ୍ଧଧର୍ମରେ ଅହିଂସା[ସମ୍ପାଦନା]

ବୌଦ୍ଧଧର୍ମରେ ଥିବା ପାଞ୍ଚୋଟି ସିଦ୍ଧାନ୍ତ ମଧ୍ୟରୁ ଅହିଂସା ଅନ୍ୟତମ l ବୌଦ୍ଧଶାସ୍ତ୍ରାନୁସାରେ ଅହିଂସା ପାଳନର ପ୍ରଥମ ନୀତିଟି ହେଉଛି ହତ୍ୟା ଆଦି ପାପକର୍ମରୁ ନିବୃତ୍ତି l ଅହିଂସା ପାଳନ ଉଭୟ ବୌଦ୍ଧଧର୍ମ ଗ୍ରହଣ କରିଥିବା ବ୍ୟକ୍ତି ଏବଂ ବୌଦ୍ଧଧର୍ମଗୁରୁଙ୍କ ପାଇଁ ବାଧ୍ୟତାମୂଳକ l[୮][୯][୧୦]

=

ବାହ୍ୟ ଆଧାର[ସମ୍ପାଦନା]

  1. Mahabharata 13.117.37–38
  2. Jain 2012, p. 33.
  3. Dundas pp. 158–159, 189–192; Laidlaw pp. 173–175, 179; Religious Vegetarianism, ed. Kerry S. Walters and Lisa Portmess, Albany 2001, p. 43–46 (translation of the First Great Vow).
  4. Dundas, Paul: The Jains, second edition, London 2002, p. 160; Wiley, Kristi L.: Ahimsa and Compassion in Jainism, in: Studies in Jaina History and Culture, ed. Peter Flügel, London 2006, p. 438; Laidlaw pp. 153–154.
  5. Dundas p. 24 suggests the 5th century; the traditional dating of Mahavira's death is 527 BCE.
  6. Goyal, S.R.: A History of Indian Buddhism, Meerut 1987, p. 83–85.
  7. Laidlaw p. 169.
  8. Paul Williams (2005). Buddhism: Critical Concepts in Religious Studies. Routledge. p. 398. ISBN 978-0-415-33226-2.
  9. Bodhi Bhikkhu (1997). Great Disciples of the Buddha: Their Lives, Their Works, Their Legacy. Wisdom Publications. pp. 387 with footnote 12. ISBN 978-0-86171-128-4.;
    Sarao, p. 49; Goyal p. 143; Tähtinen p. 37.
  10. Lamotte, pp. 54–55.