ଅଶ୍ୱପତି ( ରାମାୟଣ ଚରିତ୍ର )

ଉଇକିପିଡ଼ିଆ‌ରୁ

ଅଶ୍ୱପତି (अश्‍वपति)ଏକ ହିନ୍ଦୁ ପୌରାଣିକ ରାଜାମାନଙ୍କଙ୍କ ଉପାଧି ଅଶ୍ୱପତି କହିଲେ "ହର୍ଷ ମାନଙ୍କ ମାଲିକ "କୁ ବୁଝାଏ । ମହାପୁରାଣ ରାମାୟଣ ଅନୁସାରେ ଅଶ୍ୱପତି କଇକେୟ ରାଜ୍ୟର ରାଜା ଥିଲେ । ସେଠାରେ ବହୁ ସଂଖ୍ୟାରେ ଉତ୍ତମ ଅଶ୍ୱ ଥିବାରୁ ତାଙ୍କୁ ଅସପତି କୁହାଯାଉଥିଲା । କଇକେୟୀ , ଯିଏ ଦଶରଥଙ୍କ ପତ୍ନୀ ଥିଲେ ସେ ଅଶ୍ୱପତିଙ୍କ କନ୍ୟା ଥିଲେ । ତାଙ୍କର ସାତ ପୁତ୍ର ମଧ୍ୟରୁ ଯୁଦ୍ଧଜିତ ଜଣେ ଥିଲେ । ରାମାୟଣରେ ଯୁଦ୍ଧାଜୀତଙ୍କ ଭୂମିକା ଅହମ ଥିଲା । 

ପତ୍ନୀଙ୍କ ଦେଶାନ୍ତର [ସମ୍ପାଦନା]

ବାର ପାଇଥିବାରୁ ଅଶ୍ୱପତି ପକ୍ଷୀ ମାନଙ୍କ ଭାଷା ବୁଝିପାରୁଥିଲେ । କିନ୍ତୁ ବାର ସହ ଏକ ସର୍ତ ରହିଥିଲା । ସେ ଯଦି କାହାକୁ ପକ୍ଷୀ ମାନଙ୍କ ଥୁ ଜାଣିଥିବା ବିଷୟ କହିବେ ତେବେ ତାଙ୍କର ଜୀବନ ଚାଲିଯିବ । ଥରେରାଣୀଙ୍କ ସହ ଉଦ୍ୟାନରେ ଭ୍ରମଣ କରୁଥିବା ସମୟରେ ଏକ ଯୋଡ଼ା ହଂଶଙ୍କ କଥୋପକଥନ ଶୁଣିଲେ । ତାଙ୍କୁ ଏତେ ଆମୋଦ ଲାଗିଲା ଯେ ସେ ଖୁବ ହସିଲେ । କଇକେୟୀଙ୍କ ମାଁ ବା ତାଙ୍କର ପତ୍ନୀ ଯଦିଓ ଯାନୀ ଥିଲେ ଅଶ୍ୱପତି ଛଡ଼େଇ ମାନଙ୍କ କ୍କଥୋପକଥନ କଥା କହି ପାରିବେ ନାହି , ତଥାପି କୌତୁହଳ ଦମନ କରି ନ ପରି ପଚାରିଲେ । ଅଶ୍ୱପତି ଏଥିରେ ବିବ୍ରତ ହୋଇ ତାଙ୍କୁ ତାଙ୍କ ପିତା ମାତାଙ୍କ ଘରେ ତ୍ୟାଗ କରି ଆସିଲେ । 

ଦଶରଥଙ୍କ ପ୍ରତିଶ୍ରୁତି [ସମ୍ପାଦନା]

ରାଜା ଦଶରଥ ଅଶ୍ୱପତି ଓ ତାଙ୍କର ପୁତ୍ର ଯୁଦ୍ଧଜିତଙ୍କୁ କଥା ଡିଥିଲେ ଯେ କଇକେଇଙ୍କ ଅଉରସରୁ ଜାତ ପୁତ୍ର ହିଁ ତାଙ୍କ ପରେ ରାଜଗାଦି ପାଇବେ , ତଥାପି ପରିସ୍ଥିତି କ୍ରମେ ନିୟମାନୁସାରେ ଜେଷ୍ଠ ପୁତ୍ର ରାମଙ୍କୁ ରାଜା କରିଥିଲେ । ତାହା ତାଙ୍କର ପ୍ରତିଜ୍ଞାର ଭଙ୍ଗ ହେଇଥିଲା । 

ଆଧାର [ସମ୍ପାଦନା]

  • Dowson's Classical Dictionary of Hindu Mythology
  • Buck's Ramayana