ଅରୁନ୍ଧତୀ ରାୟ

ଉଇକିପିଡ଼ିଆ ରୁ
Jump to navigation Jump to search
ଅରୁନ୍ଧତୀ ରାୟ
ଅରୁନ୍ଧତୀ ରାୟେ ୨୦୧୩ ରେ
ଅରୁନ୍ଧତୀ ରାୟେ ୨୦୧୩ ରେ
ଜନ୍ମ ଓ ଜନ୍ମସ୍ଥାନ୨୪ ନଭେମ୍ବର ୧୯୬୧(1961-11-24)
ଶିଳାଉଙ୍ଗ
ବୃତ୍ତିଲେଖିକା ଏବଂ ସମାଜସେବୀ
ଜାତୀୟତାଭାରତୀୟ
ସମୟ1997 – ਹੁਣ ਤੱਕ
ସାହିତ୍ୟ କୃତିThe grand of small things
ପୁରସ୍କାରବୁକର ପୁରସ୍କାର (1997)

ଦସ୍ତଖତ

ଅରୁନ୍ଧତୀ ରାୟେ (ଜନ୍ମ: ୨୪ ନଭେମ୍ବର, ୧୯୬୧)[୨] ଇଂରାଜୀର ସୁପ୍ରସିଦ୍ଧ ଲେଖିକା ଏବଂ ସମାଜ ସେବୀ ଅଟନ୍ତି । ସେ ମଧ୍ୟ କିଛି ଫିଲ୍ମରେ କାମ କରିଛନ୍ତି । (ଦି ଗଡ଼ ଅଫ ସ୍ମଲ ଥିଙ୍ଗ) ପାଇଁ (ବୁକର ପୁରସ୍କାର) ପ୍ରାପ୍ତ ଅରୁନ୍ଧତୀ ରାୟେ ଲେଖିବା ଛଡା ନର୍ମଦା ବଞ୍ଚିବା ଆନ୍ଦୋଳନ ସହିତ ଭାରତର ଅନ୍ୟ ଜଣ ଆନ୍ଦୋଳନରେ ମଧ୍ୟ ଭାଗ ନେଇଥିଲେ । କାଶ୍ମୀରିକୁ ନେଇ ତାଙ୍କ ବିବାଦସ୍ପଦ ବୟାନ କାରଣରୁ ସେ କିଛି ସମୟ ଧରି ଚର୍ଚ୍ଚାରେ ରହିଥିଲେ ।[୩]

ଆରମ୍ଭ ଜୀବନ[ସମ୍ପାଦନା]

ଶିଳାଉଙ୍ଗ, ମେଘାଳୟ, ଭାରତରେ[୪]୨୪ ନଭେମ୍ବର ୧୯୬୧ ମସିହାରେ ଜନ୍ମିତ ଅରୁନ୍ଧତୀ ରାୟେ ନିଜ ଜୀବନର ଆରମ୍ଭ ଦିନ କେରଳରେ ବିତାଇ ଥିଲେ । ତାହା ପରେ ସେ ଆର୍କିଟିକ୍ସର ପାଠ ଦିଲ୍ଲୀରେ ପଢିଲେ । ନିଜ କ୍ୟାରିଅରର ଆରମ୍ଭ ଅଭିନୟରୁ କରିଥିଲେ । (ମୌସି ସାହବ) ଫିଲ୍ମରେ ସେ ପ୍ରମୁଖ ଭୂମିକା ନିଭାଇଥିଲେ । ଏହା ଛଡା ବହୁ ଫିଲ୍ମ ପାଇଁ ପଟକଥା ମାନ ଲେଖିଥିଲେ । ଯେଉଁଥିରେ 【 In Which Annie Gives It Those Ones (1989), Electric Moon (1992)】 [୫]କୁ ବହୁ ସରହନା ମିଳିଥିଲା । ୧୯୯୭ ମସିହାରେଯେବେ ତାଙ୍କୁ ଉପନ୍ୟାସ The God of small things ପାଇଁ ବୁକର ପୁରସ୍କାର ମିଳିଲା [୬] ତ ସାହିତ୍ୟ ଜଗତର ଧ୍ୟାନ ତାଙ୍କ ଆଡକୁ ଗଲା ।

Arundhati Roy, Man Booker Prize winner

କ୍ରାନ୍ତିକାରୀ ବିଚାର ଓ ନ୍ୟାୟପାଳିକା[ସମ୍ପାଦନା]

ଅରୁନ୍ଧତୀ ରାୟେ ଅମେରିକି ସାମ୍ରାଜ୍ୟବାଦରୁ ନେଇ, ନର୍ମଦାରେ ବନ୍ଧ ନିର୍ମାଣ ଆଦି ବହୁ ସ୍ଥାନୀୟ - ଅନ୍ତ୍ରରାଷ୍ଟ୍ରୀୟ ଯୁକ୍ତି ବିରୋଧରେ ଆନ୍ଦୋଳନ କରିଛନ୍ତି । କିନ୍ତୁ ଏବେ ସେ ମଣୁଛନ୍ତି କି ଅତି କମରେ ଭାରତରେ ଅହିଂସା ବିରୁଦ୍ଧରେ ପ୍ରଦର୍ଶନୀ ଏବଂ ନାଗରିକ ଅବଜ୍ଞା ଆନ୍ଦୋଳନରେ ସମସ୍ୟା ସମାଧାନ ହେଉନାହିଁ ।

ସଂସଦୀୟ ବ୍ୟବସ୍ଥାର ସାମ୍ୟବାଦୀ ଏବଂ ହିଂସା ପ୍ରତିରୋଧରେ ଭରସା ରଖୁଥିବା ମାଓବାଦୀ ମାନଙ୍କ ବିଚାରଧାରାର ଫସିଥିବା ଅରୁନ୍ଧତୀ ସ୍ୱୀକାର କରିଛନ୍ତି କି- "ସେ ମହାତ୍ମା ଗାନ୍ଧୀଙ୍କ ଅନ୍ଧ ଭକ୍ତ ନୁହନ୍ତି" । ତାଙ୍କ ଶବ୍ଦରେ - "ଶେଷରେ ଗାନ୍ଧୀ ଜଣେ ସୁପରଷ୍ଟାର ଥିଲେ" । ଯେତେବେଳେ ସେ "ଭୁକ-ହଡତାଳ" କରୁଥିଲେ , ତ ସେଠି ସେ ଜଣେ ସୁପରଷ୍ଟାର ଥିଲେ । କିନ୍ତୁ ମୁଁ ସୁପରଷ୍ଟାର ରାଜନୀତିରେ ବିଶ୍ୱାସ କରେନାହିଁ ।

ଅରୁନ୍ଧତୀ ମାନନ୍ତି କି, ବଜାର ବାଦ ପ୍ରବାହରେ ବୋହିଯାଉଥିବା ଭାରତରେ ବିରୋଧର ସ୍ୱରକୁ ଭିକ୍ଷୋବ କରାଯାଉଅଛି । ଜନବିରୋଧୀ ବ୍ୟବସ୍ଥା ବିରୋଧରେ ନ୍ୟାୟପାଳିକା ଏବଂ ମିଡ଼ିଆକୁ ପ୍ରଭାବିତ କରିବାର ପ୍ରୟାସ ବିଫଳ ହୋଇଗଲା ।

ଅରୁନ୍ଧତୀଙ୍କୁ ସତ୍ୟ ପ୍ରତିଷ୍ଠାନଦ୍ୱାରା ଅହିଂସାକ ଜନ ଆନ୍ଦୋଳନକୁ ଅଣଦେଖା କରିବାର ବ୍ୟକ୍ତିଗତ ଅନୁଭବ ନର୍ମଦା ଆନ୍ଦୋଳନକୁ ସଂଯୋଗ ହୋଇ ହୋଇଥିଲା । ତାଙ୍କର ମତ ଏହି ଯେ, ନର୍ମଦା ଆନ୍ଦୋଳନ ଏକ ଗାନ୍ଧିବାଦୀ ଆନ୍ଦୋଳନ ଅଟେ ଯିଏ ବର୍ଷ ପର୍ଯ୍ୟନ୍ତ ସମସ୍ତ ଲୋକ ତାନ୍ତ୍ରିକ ସଂସ୍ଥାନର ଦ୍ୱାର ପାଖେ ଉପସ୍ଥିତ ରହିଛି , କିନ୍ତୁ ଏହାକୁ ଯୋଡି ହୋଇଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ସର୍ବଦା ଅପମାନିତ ହେବାକୁ ପଡିଥିଲା । କୌଣସି ବନ୍ଧକୁ ଅଟକାଇ ଦିଆଗଲା ନାହିଁ , ଓଲଟା ବନ୍ଧ ନିର୍ମାଣ ସେକ୍ଟରରେ ନୂଆ ଅନୁଭୂତି ଆସିଥିଲା ।

ପୁରସ୍କାର[ସମ୍ପାଦନା]

  • ୧୯୯୭ ମସିହାରେ ଦି ଗଡ଼ ଅଫ ସ୍ମଲ୍ ଥିନ୍ଗସ୍ ପାଇଁ ବୁକର ପୁରସ୍କାର ମିଳିଥିଲା ।

ଆଧାର[ସମ୍ପାଦନା]

  1. "Arundhati Roy". Bookclub. 2 October 2011. BBC Radio 4. Retrieved 18 January 2014. Unknown parameter |serieslink= ignored (help)
  2. "Arundhati Roy". Encyclopaedia Brittanica. Retrieved 12 May 2013.
  3. Dhanusha Gokulan (11 November 2012). "'Fairy princess' to 'instinctive critic'". Khaleej Times. Retrieved 2014-11-02.
  4. "Arundhati Roy, 1959–". The South Asian Literary Recordings Project. Library of Congress, New Delhi Office. 15 November 2002. Archived from the original on 4 April 2009. Retrieved 6 April 2009.
  5. "Arundhati Roy, Author-Activist" Archived 24 November 2010 at the Wayback Machine., India Today. Retrieved 16 June 2013
  6. "Notable Books of the Year 1997". New York Times. 7 December 1997. Archived from the original on 9 December 2008. Retrieved 21 March 2007.