ଅରବିନ୍ଦ କେଜରିୱାଲ

ଉଇକିପିଡ଼ିଆ‌ରୁ
ଅରବିନ୍ଦ କେଜରିୱାଲ
ମୁଖ୍ୟମନ୍ତ୍ରୀ, ଦିଲ୍ଲୀ
Assumed office
୧୪ ଫେବୃଆରୀ ୨୦୧୫
ପୂର୍ବ ଅଧିକାରୀରାଷ୍ଟ୍ରପତି ଶାସନ
କାର୍ଯ୍ୟକାଳ
୨୮ ଡିସେମ୍ବର ୨୦୧୩ – ୧୪ ଫେବୃଆରୀ ୨୦୧୪
ପୂର୍ବ ଅଧିକାରୀଶୀଲା ଦିକ୍ଷିତ
ପର ଅଧିକାରୀରାଷ୍ଟ୍ରପତି ଶାସନ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1968-08-16) ୧୬ ଅଗଷ୍ଟ ୧୯୬୮ (ବୟସ ୫୫)
ହିସାର, ହରିଆଣା
ରାଜନୀତିକ ଦଳଆମ ଆଦମୀ ପାର୍ଟି
ଜୀବନ ସାଥୀସୁନିତା କେଜରିୱାଲ
ସନ୍ତାନ
ବାପା/ବୋଉଗୋବିନ୍ଦ ରାମ କେଜରିୱାଲ, ଗୀତା ଦେବୀ
ଶିକ୍ଷାବି. ଟେକ୍ in Mechanical Engineering
ଶିକ୍ଷାନୁଷ୍ଠାନଆଇ. ଆଇ. ଟି. ଖଡ଼ଗପୁର

ଅରବିନ୍ଦ କେଜରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଓ ଆମ ଆଦମୀ ପାର୍ଟିର ମୁଖ୍ୟ । ୨୦୧୫ ଦିଲ୍ଲୀ ବିଧାନ ସଭା ନିର୍ବାଚନରେ ତାଙ୍କ ଦଳ ପୂର୍ଣ୍ଣ ବହୁମତ ସହିତ ସଂଖ୍ୟା ଗରିଷ୍ଠତା ଲାଭ କରିଥିଲା। ୨୦୧୫ ଫେବୃଆରୀ ୧୪ ତାରିଖରେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କେଜରିୱାଲଙ୍କ ଜନ୍ମ ୧୯୬୮ ଜୁନ୍‍ ୬ରେ ହରିୟାଣାର ହିସାରରେ ହୋଇଥିଲା । ପିତା ଗୋବିନ୍ଦରାମ କେଜରିୱାଲ ଜିନ୍ଦଲ ଷ୍ଟିଲରେ ଇଞ୍ଜିନିୟର ଥିଲେ । ସେ ୧୯୮୯ରେ ଆଇଆଇଟି ଖଡଗପୁରରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ (ବିଟେକ୍‍) ଡିଗ୍ରୀ ହାସଲ କରିଥିଲେ । ଇଞ୍ଜନିୟରିଂ କରିବା ପରେ କେଜରିୱାଲଙ୍କୁ ଟାଟା ଷ୍ଟିଲ କମ୍ପାନୀରେ ଚାକିରି ମିଳିଥିଲା । ହେଲେ କିଛି ବର୍ଷ ପରେ ସେ ଚାକିରି ଛାଡି ଦେଇଥିଲେ । ୧୯୯୫ରେ ସେ ଭାରତୀୟ ରାଜସ୍ୱ ସେବା (ଆଇଆରଏସ୍‍) ପାଇଁ ମନୋନୀତ ହୋଇଥିଲେ ଏବଂ ଦିଲ୍ଲୀରେ ତାଙ୍କର ପ୍ରଥମ ନିଯୁକ୍ତି ହୋଇଥିଲା ।[୧] ଫେବୃୟାରୀ ୨୦୦୬ରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଥିଲେ ।

ଏହାପରେ ସେ ପରିବର୍ତ୍ତନ ନାମକ ଅଣସରକାରୀ ସଂଗଠନ (ଏନ.ଜି.ଓ) ଆରମ୍ବ କରି ଦୁର୍ନୀତି ବିରୁଦ୍ଧରେ କାମ କରିବାକୁ ଆରମ୍ଭ କଲେ । ଏହି ସମୟରେ ସେ ଶ୍ରୀମତୀ ଅରୁଣା ରାୟଙ୍କ ପରି କିଛି ସମାଜସେବୀଙ୍କ ସାଙ୍ଗରେ ମିଶି 'ରାଇଟ୍ ଟୁ ଇନଫର୍ମେସନ' ବା 'ସୂଚନା ଅଧିକାର ଆଇନ' ଆଣିବାରେ ବହୁତ କାମ କରିଥିଲେ । ଏହି କାମ ପାଇଁ ତାଙ୍କୁ ରମଣ ମ୍ୟାଗାସେସ ପୁରସ୍କାର ମଧ୍ୟ ମିଳିଥିଲା । ଏହାପରେ ସେ ସୂଚନା ଅଧିକାର ଆଇନ ଲାଗି ଅଭିଯାନ ଆରମ୍ଭ କରିଥିଲେ ।

ଆନ୍ନା ହଜାରେଙ୍କ ସଙ୍ଗରେ ମିଶି ସେ ଏକ ସଶକ୍ତ ଜନଲୋକପାଳ ଆଇନ ଆଣିବା ପାଇଁ ସାରା ଦେଶରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଆନ୍ନାଙ୍କ ସଫଳ ଆନ୍ଦୋଳନ ପରେ କେଜରିୱାଲ ୨୦୧୨ ନଭେମ୍ବର ୨୬ରେ ଆମ ଆଦମୀ ପାର୍ଟି ଗଠନର ଆନୁଷ୍ଠାନିକ ଘୋଷଣା କରିଥିଲେ ।

୨୦୧୩ ଦିଲ୍ଲୀ ବିଧାନ ସଭା ନିର୍ବାଚନରେ, ସେ ନୂଆଦିଲ୍ଲୀ ଆସନରୁ[୨] ପ୍ରତିଦ୍ୱନ୍ଦିତା କରି ୧୫ବର୍ଷଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବା ଶୀଲା ଦୀକ୍ଷିତଙ୍କୁ ୨୫ହଜାରରୁ ଅଧିକ ଭୋଟରେ ହରାଇ ନିର୍ବାଚିତ ହୋଇଥିଲେ ।[୩] ୨୦୧୩ ନିର୍ବାଚନରେ ଆପ୍‍ ୨୮ଟି ଆସନରେ ଜିତି ଦିଲ୍ଲୀ ରାଜନୀତିରେ ଚହଳ ସୃଷ୍ଟି କରିଥିଲା । କଂଗ୍ରେସକୁ ମାତ୍ର ୮ଟି ଆସନ ମିଳିଥିଲା । ବିଜେପି ମେଣ୍ଟ ୩୨ଟି ଆସନ ପାଇଥିଲା । ଶେଷରେ କଂଗ୍ରେସ ସମର୍ଥନରେ କେଜରିୱାଲ ସରକାର ଗଠନ କରିଥିଲେ । ୨୮ ଡିସେମ୍ବର ୨୦୧୩ରେ କେଜରିୱାଲ ଦିଲ୍ଲୀର ସପ୍ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ସେ ଦିଲ୍ଲୀରେ ବିଦ୍ୟୁତକର ଓ ଜଳକର ହ୍ରାସ କରିଥିଲେ । କିନ୍ତୁ ବିଧାନ ସଭାରେ ଜନଲୋକପାଳ ଆଇନକୁ ବିଜେପି ଓ କଂଗ୍ରେସ ସମର୍ଥନ ନ କରିବାରୁ ଏହା ଗୃହୀତ ହୋଇ ପାରିନଥିଲା । ତେଣୁ କେଜରିଓ୍ୱାଲ ଗାଦିରେ ବସିବାର ମାତ୍ର ୪୯ ଦିନ ପରେ ମୁଖ୍ୟମନ୍ତ୍ରୀ ପଦରୁୂ ଇସ୍ତଫା ଦେଇଥିଲେ ।[୪] ୨୦୧୪ ଲୋକ ସଭା ନିର୍ବାଚନରେ କେଜରି ଉତ୍ତରପ୍ରଦେଶର ବାରାଣସୀ ଆସନରୁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ । [୫]

ଆଧାର[ସମ୍ପାଦନା]

  1. "Federal Government accepts Kejriwal's resignation after six years in 2011". CNN-IBN. Press Trust of India (PTI). 21 December 2011. Archived from the original on 7 January 2012. Retrieved 21 December 2011.
  2. "Assembly election 2013: Arvind Kejriwal sweeps Sheila Dikshit right out of her constituency". NDTV. 8 December 2013.
  3. "Election Commission of India Official Results". Archived from the original on 15 December 2013. Retrieved 23 December 2013.
  4. "Arvind Kejriwal quits as Delhi CM after Jan Lokpal fiasco". Economic Times. Retrieved 15 February 2014.
  5. "Assembly election 2013: Arvind Kejriwal sweeps Sheila Dikshit right out of her constituency". NDTV. 2013-12-08.

ବାହାର ତଥ୍ୟ[ସମ୍ପାଦନା]