ଅମୃତା ଗୋଗୋଇ

ଉଇକିପିଡ଼ିଆ‌ରୁ
ଅମୃତା ଗୋଗୋଇ
ଜନ୍ମ
(1991-12-22) ୨୨ ଡିସେମ୍ବର ୧୯୯୧ (ବୟସ ୩୨)

ଶିବସାଗର, ଆସାମ, ଭାରତ
ଜାତୀୟତାଭାରତୀୟ
ଅନ୍ୟ ନାମଅମ୍ରିତା ଗୋଗୋଇ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୫–ଏବେଯାଏଁ
ପ୍ରସିଦ୍ଧି
  • ଅହେତୁକ (୨୦୧୫)
  • ପ୍ରତିଘାତ (୨୦୧୯)
ବୈବାହିକ-ସାଥୀମନଦ୍ୱୀପ କାକତି
ପିତାମାତା(s)ଅମୃତ ଗୋଗୋଇ (ବାପା)
ଜୀତା ଗୋଗୋଇ (ମାଆ)
ପୁରସ୍କାରପ୍ରାଗ୍ ସିନେ ଆୱାର୍ଡ଼ସ୍, ୨୦୧୫

ଅମୃତା ଗୋଗୋଇ ଜଣେ ଭାରତୀୟ ଅଭିନେତ୍ରୀ ଯେଇକି ମୁଖ୍ୟତଃ ଅହମିୟା ଭାଷାର କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକ ଆଦିରେ କାମ କରନ୍ତି ।[୧] ୨୦୧୫ ମସିହାରେ ସେ ଆହମିୟା କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ବାଣୀ ଦାସଙ୍କ ନିର୍ଦ୍ଦେଶିତ ଅହେତୁକ, ଯେଉଁଥିରେ ସେ ଗୁଞ୍ଜନ ଭରଦ୍ୱାଜ ଓ ତପନ ଦାସଙ୍କ ସହିତ କରାମ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଅମୃତା ୧୯୯୧ ମସିହାର ଡିସେମ୍ବର ୨୨ ତାରିଖରେ ଆସାମସ୍ଥିତ ଶିବସାଗରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅମୃତ ଗୋଗୋଇ ଓ ମାଆଙ୍କ ନାମ ଜୀତା ଗୋଗୋଇ । ସେ ୨୦୧୯ ମସିହାର ଅକ୍ଟୋବର ୩ ତାରିଖରେ ମନଦ୍ୱୀପ କାକତିଙ୍କୁ ବିବାହ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକ ନିର୍ଦ୍ଦେଶକ ମନ୍ତବ୍ୟ
୨୦୧୫ ଅହେତୁକ[୨] ଜୟୀତା ବାଣୀ ଦାସ ପ୍ରାଗ୍ ସିନେ ଆୱାର୍ଡ଼ସ୍ ନର୍ଥ-ଇଷ୍ଟ ୨୦୧୫ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
୨୦୧୭ କନୱରପୁରାର ମଇନା ରାଜେଶ ଭୂୟାଁ
ଦୂର୍ ପୂଜା କଙ୍ଗକାନ ରାଜଖୋୱା
ସୋୟଗାଁର ଚମ୍ପା ଚମ୍ପା ଚନ୍ଦ୍ର ମୁଡୋଇ
୨୦୧୮ ନିଜାନୋର ଗାଆଁ ମୁନ୍ନା ଅହମ୍ମଦ
ଇପାରେ ହିପାରେ ପ୍ରଣବଜ୍ୟୋତି ଭରାଲି
୨୦୧୯ ପ୍ରତିଘାତ ଅଚିନ୍ତା ଶଙ୍କର
୨୦୨୨ ରହିନୋ ଏକ୍ସପ୍ରେସ୍ ଦୀପିକା/ପରି ମଣି ସିହ୍ନା

ମ୍ୟୁଜିକ୍ ଭିଡିଓ[ସମ୍ପାଦନା]

  • ପେଡେଲ ମାରି ମାରି - ବାବୁ ବୋରାଃ
  • ବିଜୁ ବିଜୁ ମୋନ - ଦିକ୍ଷୁ ଶର୍ମା
  • ମାଳବିକା ବୋରୁଆ - ଦିକ୍ଷୁ ଶର୍ମା

ଥିଏଟର[ସମ୍ପାଦନା]

ଅମୃତା ୨୦୧୬–୧୭ ମସିହାରେ ହେଙ୍ଗୁଲ ଥିଏଟର ନାମକ ଏକ ଭ୍ରାମ୍ୟମାନ ଥିଏଟର ସଂସ୍ଥାରେ କାମ କରିଥିଲେ, ଯେଉଁଠି ସେ ପ୍ରସନଜିତ ବୋରା ଏବଂ ଶ୍ୟାମନ୍ତିକା ଶର୍ମାଙ୍କ ବିପକ୍ଷରେ ଅଭିନୟ କରୁଥିଲେ ।

ବର୍ଷ/ଋତୁ ଥିଏଟର ମନ୍ତବ୍ୟ
୨୦୧୬–୧୭ ହେଙ୍ଗୁଲ ଥିଏଟର[୩] ପ୍ରଥମ ଥିଏଟର ଅଭିନୟ

ପୁରସ୍କାର ଏବଂ ନାମାଙ୍କନ[ସମ୍ପାଦନା]

ବର୍ଷ ପୁରସ୍କାର ବର୍ଗ ଚଳଚ୍ଚିତ୍ର ଫଳାଫଳ
୨୦୧୫ ପ୍ରାଗ୍ ସିନେ ଆୱାର୍ଡ଼ସ୍ ନର୍ଥ-ଇଷ୍ଟ ୨୦୧୫ ଶ୍ରେଷ୍ଠ ଅଭିନେତ୍ରୀ ଅହେତୁକ ବିଜେତା
2017 ପ୍ରାଗ ସିନେ ଆୱାର୍ଡ଼ସ୍ ନର୍ଥ-ଇଷ୍ଟ ୨୦୧୭ ଶ୍ରେଷ୍ଠ ଅଭିନେତ୍ରୀ ଦୂର ମନୋନୀତ

ଆଧାର[ସମ୍ପାଦନା]

  1. "Amrita Gogoi- Film Music and Videos". Filmiclub. Retrieved 22 April 2016.
  2. "Amrita Gogoi". Filmipop.com. Retrieved 4 January 2017.
  3. "Amrita Gogoi All Set For Her Theatre Debut". Magicalassam.com. 5 June 2016. Retrieved 23 July 2017.

ବାହାର ଲିଙ୍କ୍[ସମ୍ପାଦନା]