ଅମର ଚିତ୍ର କଥା

ଉଇକିପିଡ଼ିଆ‌ରୁ

ଅମର ଚିତ୍ର କଥା ହେଉଛି ଭାରତରେ ସବୁଠାରୁ ବେଶି ବିକ୍ରି ହେଉଥିବା "କମିକ୍" ପୁସ୍ତକ ସିରିଜ ମାନଂକ ଭିତରୁ ଏକ ସିରିଜ[୧]। ଏହାର କମିକ ବହି ବା ଚିତ୍ର କଥା ୨୦ଟି ଭାରତୀୟ ଭାଷାରେ ପ୍ରକାଶିତ ହୋଇ ୧୦ କୋଟିରୁ ଅଧିକ ସଂଖ୍ୟାରେ ବିକ୍ରି ହୋଇଛି [୨]। ୧୯୬୭ ମସିହାରେ ଶ୍ରୀ ଅନ‍ନ୍ତ ପାଇଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିବା ଏହି କମିକ ସିରିଜ ୪୦୦ରୁ ଉର୍ଦ୍ଧ୍ୱ ବିଷୟରେ କମିକ ବହି ପ୍ରକାଶ କରିଅଛି[୩] । ଏ ସବୁର ବିଷୟବସ୍ତୁ ମୁଖ୍ୟତଃ ଭାରତୀୟ ପୌରାଣିକ କଥା, ଲୋକ କଥା, ଭାରତୀୟ ଇତିହାସ ଏବଂ ଭାରତର ବୀର, ମହାନ୍ ନେତା, ଭାରତୀୟ ନୀତିକଥା ଆଦି ଉପରେ ଆଧାରିତ ଅଟେ ।


ସ୍ରଷ୍ଟା ଓ ଇତିହାସ[ସମ୍ପାଦନା]

କଥିତ ଅଛି ଯେ ଫେବ୍ରୁଆରୀ ୧୯୬୭ ମସିହାରେ ଦିଲ୍ଲୀ ଦୂରଦର୍ଶନରେ ପ୍ରଦର୍ଶିତ ହେଉଥିବା ଏକ କୁଇଜ ବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାରତୀୟ ଛାତ୍ରମାନେ ଗ୍ରୀକ୍ ତଥା ରୋମାନ ପୁରାଣ ଉପରେ ଆଧାରିତ ପ୍ରଶ୍ନ ଗୁଡିକର ଉତ୍ତର ଦେ‍ଇ ପାରିଥିଲେ, ମାତ୍ର ରାମାୟଣରେ ରାମଙ୍କ ମାତାଙ୍କ ନାମ କହି ପାରିନଥିଲେ । ଏହା ଦେଖି ଶ୍ରୀ ଅନ‍ନ୍ତ ପାଇଙ୍କୁ ବହୁତ ଧକ୍କା ଲାଗିଥିଲା ଓ ସେ ଭାରତୀୟ ପିଲାମାନଂକୁ ଭାରତୀୟ ପୁରାଣ ତଥା ପରମ୍ପରା ଉପରେ ଜଣାଇବାକୁ ଏହି କମିକ ପୁସ୍ତକ ସିରିଜ ଆରମ୍ଭ କରିଥିଲେ</ref>[୪]


ଆଧାର[ସମ୍ପାଦନା]

  1. Chaturvedi, Darshana. "10 Indian Comics That We Grew Up Reading". Caleidoscope.in. Retrieved 16 September 2018.
  2. "Amar Chitra Katha". ଇଂରାଜୀ ଉଇକିପିଡ଼ିଆ. Retrieved 16 September 2018.
  3. "Amar Chitra Katha Title List". Retrieved 16 September 2018.
  4. The World of Amar Chitra Katha Media and the Transformation of Religion in South Asia, by Lawrence A Babb, Susan S. Wadley. Motilal Banarsidass Publ., 1998. ISBN 81-208-1453-3. Chapt. 4, p. 76-86.