ଅଫାନାସୀ ନିକିତିନ
thumb|340x340_ପିକସେଲ|ଅଫାନାସି ନିକିତିନଙ୍କ ମୂର୍ତ୍ତି
ଅଫାନାସୀ ନିକିତିନ (ଋଷି ଭାଷା: Афана́сий Ники́тин ) (ମୃତ୍ୟୁ 1472) ଜଣେ ଋଷିୟ [୧][୨][୩][୪][୫][୬][୭][୮][୯]ବ୍ୟବସାୟୀ ଓ ନିକୋଲୋ 'ଡେ' କୋଣ୍ଟିଙ୍କ ପରେ ଇଉରୋପରୁ ଭାରତ ଭ୍ରମଣରେ ଆସି ନିଜ ଗସ୍ଥକୁ ଲିଖିତ ଦଲିଲ ରଖିଥିଲେ। ନିଜ ବହି ଦି ଜର୍ନି ବିଓଣ୍ଡ ଥ୍ରୀ ସି'ସ (The Journey Beyond Three seas)ରେ ସେ ନିଜ ଗସ୍ଥ ବିଷୟରେ ଲେଖିଥିଲେ।
ଯାତ୍ରା
[ସମ୍ପାଦନା]୧୪୬୬ ମସିହାରେ ନିକିତିନ ନିଜ ସହର ତିଭେରରୁ ବାଣିଜ୍ୟ ଯାତ୍ରାରେ ଭାରତକୁ ବାହାରି ଥିଲେ। ସେ ଭୋଲ୍ଗା ନଦୀ ପଥରେ ଡରବେଣ୍ଟ ପହଞ୍ଚିଥିଲେ, ପରେ ବାକୁ ଓ ବାକୁ ପରେ କ୍ୟାସପିଆନ ସମୁଦ୍ର ପାର କରି ପର୍ସିଆ ପହଞ୍ଚିଥିଲେ। ପର୍ସିଆରେ ଗୋଟେ ବର୍ଷ ରହି, ଆରାବିୟାନ ସମୁଦ୍ର ପାର କରି ସେ ଓର୍ମସ ପହଞ୍ଚିଥିଲେ। ନିକିତିନ ୧୪୭୦-୧୪୭୨ ମଝିରେ ଭାରତ ପହଞ୍ଚିଥିଲେ।
ନିଜର ଭାରତ ଗସ୍ଥ ସମୟରେ ନିକିତିନ ଭାରତର ଅର୍ଥନୀତି, ସାମାଜିକ ବ୍ୟବସ୍ଥା, ଧର୍ମ, ଓ ବିଭିନ୍ନ ଜୀବନ ପ୍ରଣାଳୀ ବିଷୟରେ ନିଜ ବହିରେ ଲେଖିଥିଲେ।
ନିକିତିନଙ୍କ ସ୍ମୃତିରେ ହେଇଥିବା କାମ
[ସମ୍ପାଦନା]୧୯୫୫ ମସିହାରେ ନିକିତିନଙ୍କ ସ୍ମୃତିରେ ଭୋଲ୍ଗା ନଦୀ କୂଳରେ ନିକିତିନନନଙ୍କ ଏକ ପିତଳ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ତିଭେର ରାଜ୍ୟର ୭୫ତମ ସ୍ଥାପନ ଦିବସରେ ଏହି ପ୍ରତିମୂର୍ତ୍ତିଟି ଋଷିୟାର ପୋଷ୍ଟାଲ ସ୍ଟାମ୍ପ ବାହାରିଥିଲା।[୧୦] ନିଜର ୫୨୫ତମ ଜନ୍ମବାର୍ଷିକରେ ନିକିତିଙ୍କ ସ୍ମୃତିରେ ମୁଦ୍ରା ପ୍ରଚଳିତ ହେଇଥିଲା।
ଆଧାର
[ସମ୍ପାଦନା]- ↑ M. J. Maxwell. Afanasii Nikitin: An Orthodox Russian's Spiritual Voyage in the Dar al-Islam, 1468-1475. Journal of World History. Vol. 17, No. 3 (Sep., 2006), p. 243
- ↑ D. P. M. Weerakkody. Sri Lanka, p. 1126; A. A. Postnikov. Nikitin, Afanasii (fl. Fifteenth Century), pp. 859-861; K. Karttunen, Indian Subcontinent, Pre-1500, p. 615 // J. Speake (ed.) Literature of Travel and Exploration: An Encyclopedia. Volume 1, A to F. Routledge. 2013
- ↑ C. H. Whittaker. Russia engages the world, 1453-1825. Harvard University Press, 2003. P. 141
- ↑ R. M. Eaton. A Social History of the Deccan, 1300-1761: Eight Indian Lives, Volume 1. Cambridge University Press, 2005. P. 72
- ↑ The new encyclopaedia Britannica: in 32 vol. Macropaedia, India - Ireland, Volume 21. 1992. P. 183
- ↑ Afanasy Nikitin's Voyage Beyond Three Seas: 1466-1472. Raduga, 1985. P. 65
- ↑ J. Burbank, M. Von Hagen, A. V. Remnev. Russian Empire: Space, People, Power, 1700-1930. Indiana University Press. 2007. P. 240
- ↑ A. V. Riasanovsky. Afanasii Nikitin's Journal. Journal of the American Oriental Society, Volume 81. 1961. P. 126
- ↑ J. R. Millar. Encyclopedia of Russian History, Volume 1. Macmillan Reference, 2003. P. 93
- ↑ See Stamp News International at: http://www.stampnews.com/stamps/stamps_2005/stamp_1173967252_581033.html Archived 2007-09-28 at the Wayback Machine.