ଅଫସାନା ଆରା ବିନ୍ଦୁ

ଉଇକିପିଡ଼ିଆ‌ରୁ
ଅଫସାନା ଆରା ବିନ୍ଦୁ
ଅଫସାନା ଆରା ବିନ୍ଦୁ
Born (1988-01-14) ୧୪ ଜାନୁଆରୀ ୧୯୮୮ (ବୟସ ୩୬)
Nationalityବଙ୍ଗଳାଦେଶୀ
Alma materଜାହାଙ୍ଗୀରନଗର ବିଶ୍ୱବିଦ୍ୟାଳୟ
Occupation(s)ଅଭିନେତ୍ରୀ
ମଡେଲ
Years active୨୦୦୬–ଏବେଯାଏଁ
Notable workଦାରୁଚିନି ଦୀପ, ଜାଗୋ, ଏଇତ ପ୍ରେମ
Height୫ ଫୁଟ ୬ ଇଞ୍ଚ
Spouseଆସିଫ ସଲାଉଦ୍ଦିନ ମାଲେକ
Awardsଲକ୍ସ ଚେନାଲ ଆଇ ସୁରପରଷ୍ଟାର - ୨୦୦୬ରେ ୨ୟ

ଅଫସାନା ଆରା ବିନ୍ଦୁ (ଜନ୍ମ: (1988-01-14)ଜାନୁଆରୀ ୧୪, ୧୯୮୮


ଜନ୍ମସ୍ଥାନ
ଢାକା, ବଙ୍ଗଳାଦେଶ) ଜଣେ ବଙ୍ଗଳାଦେଶୀ ମଡେଲ ଏବଂ ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଏବଂ ଦୂରଦର୍ଶନ କାର୍ଯ୍ୟକ୍ରମରେ ଅଭିନୟ କରନ୍ତି । ୨୦୦୬ ମସିହାରେ ଅଫସାନା ଲକ୍ସ ଚେନାଲ ଆଇ ସୁପରଷ୍ଟାର କାର୍ଯ୍ୟକ୍ରମ ଜରିଆରେ ଜଣେ ମଡେଲ ଭାବରେ ତାଙ୍କର ପେଶା ଆରମ୍ଭ କରିଥିଲେ । ସେତେବେଳେ ସେ ଜାହାଙ୍ଗୀରନଗର ବିଶ୍ୱବିଦ୍ୟାଳୟରେ ବ୍ୟବସାୟ ପ୍ରବନ୍ଧ ଶାସ୍ତ୍ର ଅଧ୍ୟୟନ କରୁଥିଲେ । ବିନ୍ଦୁ ମଡେଲିଂରେ ଏହିଭଳି ଛୋଟ ଛୋଟ କାମ କରିବାପରେ ବିଭିନ୍ନ ପ୍ରତିଯୋଗୀତାମୂଳକ କାର୍ଯ୍ୟରେ କାମ କରିବା ଆରମ୍ଭ କରିଥିଲେ । ସେହି ବର୍ଷ ସେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ନିର୍ଦ୍ଦେଶକ ତାଉକୀର ଅହମ୍ମଦଙ୍କ ନିର୍ଦ୍ଦେଶିତ କଥାଚିତ୍ର ଦାରୁଚିନି ଦୀପ ଜରିଆରେ ସେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ମାତ୍ର ତାଙ୍କର ସେହି ଛୋଟ ଭୂମିକାଟିକୁ ସମୀକ୍ଷକମାନେ ଯୁକ୍ତାତ୍ମକ ଭାବରେ ଗ୍ରହଣ କରିଥିଲେ ଏବଂ ତାଙ୍କର ଅଭିନୟକୁ ଦର୍ଶନ ଅଧିକ ପସନ୍ଦ କରିଥିଲେ, ଯାହାକି ତାଙ୍କ ଆତ୍ମବିଶ୍ୱାସକୁ ଅଧିକ ଦୃଢ଼ କରିଥିଲା । ଏହାପରେ ସେ ଜାଗୋପିରିତେର୍ ଅଗୁନ୍ ଜୋଲେ ଦିଗୁନ କଥାଚିତ୍ରରେ ତାଙ୍କର ଅଭିନୟର ପାରଦର୍ଶିତା ଦେଖାଇଥିଲେ । ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଶୋହେଲ ଅର୍‌ମାନଙ୍କର ନିର୍ଦ୍ଦେଶିତ ଚଳଚ୍ଚିତ୍ର ଏଇତ ପ୍ରେମରେ ଅଫସାନା ଅଭିନୟ କରିଥିଲେ ।[୧][୨]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ଅଫସାନା ଆରା ବିନ୍ଦୁ ୧୯୮୮ ମସିହାର ଜାନୁଆରୀ ମାସ ୧୪ ତାରିଖରେ ବଙ୍ଗଳାଦେଶର ଢାକାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜାହାଙ୍ଗୀରନଗର ବିଶ୍ୱବିଦ୍ୟାଳୟରେ ବ୍ୟବସାୟ ପ୍ରବନ୍ଧ ଶାସ୍ତ୍ର ଅଧ୍ୟୟନ କରୁଥିବା ସମୟରେ ମଡେଲିଂ କରିବା ଆରମ୍ଭ କରିଥିଲେ ।

ମଡେଲିଂ ଏବଂ ଅଭିନୟ ଜୀବନ[ସମ୍ପାଦନା]

ଅଫସାନା ଆରା ବିନ୍ଦୁ ୨୦୦୬ ମସିହାରେ ଲକ୍ସ ଚେନାଲ ଆଇ ସୁପରଷ୍ଟାର ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ଏବଂ ୨ୟ ସ୍ଥାନରେ ରହି ମଡେଲିଂରେ ତାଙ୍କର ପେଶା ଆରମ୍ଭ କରିଥିଲେ । ଏହାପରେ ସେ ସେହି ବର୍ଷ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଦାରୁଚିନି ଦୀପ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାଉକୀର ଅହମ୍ମଦ । ଏହାପରେ ୨୦୧୦ ମସିହାରେ ଜାଗୋ, ୨୦୧୧ ମସିହାରେ ପିରିତେର୍ ଅଗୁନ୍ ଜୋଲେ ଦିଗୁନ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୫ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ଏଇତ ପ୍ରେମ ମୁକ୍ତିଲାଭ କରିଥିଲା ।

ବିନ୍ଦୁ ଜଣେ ମଡେଲ ଭାବରେ କାମ କରିବା ଏବଂ କଥାଚିତ୍ରରେ ଅଭିନୟ କରିବା ବ୍ୟତୀତ କିଛି କାର୍ଯ୍ୟକ୍ରମର ଉପସ୍ଥାପିକା ଭାବରେ କାର୍ଯ୍ୟ କରିଛନ୍ତି ଏବଂ ବିଭିନ୍ନ ବଙ୍ଗଳାଦେଶୀ ଦୂରଦର୍ଶନ ଧାରାବାହିକ ଓ ନାଟକରେ ଅଭିନୟ କରିଛନ୍ତି । ଚୟନିକା ଚୌଧୁରୀଙ୍କ ନିର୍ଦ୍ଦେଶନାରେ ମୁଗ୍ଧ ନିଳୀମାର ପ୍ରାନ୍ତୟେ, ଓନାକାଙ୍ଖିତ, ଲାଲ ଗୋଲାପ ସଦା ମନ ଆଦି ଧାରାବାହିକରେ ଅଭିନୟ କରିଥିଲେ । ସେ ଅଭିନେତା ସଜଳ ନୂର୍‌ଙ୍କ ସ‌ହ ତମୟ ଚେରେ କଥାଏ ଜାବୋ, ଏଖାନଏ ଶେଷ ନୟ, ଦୁଲ୍‌ଚେ ଦୋଲ୍‌ନା, ସରି, ଏକ ଆକାଶ ନୀଲ୍, ଛୋଟବେଳ, ଚେନା ଚେନା ଲାଗେ ଆଦି ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ ।

ବୈବାହିକ ଜୀବନ[ସମ୍ପାଦନା]

ଅଫସାନା ଆରା ବିନ୍ଦୁ ଆସିଫ ସଲାଉଦ୍ଦିନ ମାଲେକଙ୍କୁ ବିବାହ କରିଥିଲେ ।

ଆଧାର[ସମ୍ପାଦନା]

  1. "Afsana Ara Bindu". People: Faces of Bangladesh. Priyo. 15 November 2011. Archived from the original on 8 November 2011. Retrieved 10 August 2012.
  2. "বিন্দুর বিয়ে". Prothom Alo (in Bengali). Archived from the original on 25 October 2014. Retrieved 25 October 2014.

ବାହାର ଆଧାର[ସମ୍ପାଦନା]