Jump to content

ଅପର୍ଣ୍ଣା ବାସ୍ତାରେ

ଉଇକିପିଡ଼ିଆ‌ରୁ
ଅପର୍ଣ୍ଣା ବାସ୍ତାରେ
ଜନ୍ମ
ପଞ୍ଚନହାଲ୍ଲି, ଚିକ୍‌ମାଗଲୁର, ଭାରତ
ପେଷାsଦୂରଦର୍ଶନ ଉପସ୍ଥାପିକା
ଅଭିନେତ୍ରୀ
ରେଡିଓ ଉପସ୍ଥାପିକା

ଅପର୍ଣ୍ଣା ବାସ୍ତାରେ ଜଣେ ଭାରତୀୟ ଅଭିନେତ୍ରୀ ତଥା ଦୂରଦର୍ଶନ ଉପସ୍ଥାପିକା, ଯିଏକି ମୁଖ୍ୟତଃ ଅପର୍ଣ୍ଣା ଭାବରେ ଜଣାଶୁଣା । ପୂର୍ବରୁ ସେ ରେଡିଓର ଉପସ୍ଥାପିକା ଭାବରେ ମଧ୍ୟ କାମ କରୁଥିଲେ । ୧୯୯୦ ଦଶକରେ ସେ କନ୍ନଡ଼ ଦୂରଦର୍ଶନରେ ଜଣେ ଉପସ୍ଥାପିକା ତଥା ଅଭିନେତ୍ରୀ ଭାବରେ କାମ କରୁଥିଲେ । ୧୯୮୪ ମସିହାରେ ସେ ମାସାନାଡ଼ା ହୁବୁ ଜରିଆରେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୧୫ ମସିହାରୁ, ସେ ମଜା ଟକିଜ୍‌ରେ ବରାହଲକ୍ଷ୍ମୀ ଭୂମିକାରେ ଅଭିନୟ କରୁଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ଅପର୍ଣ୍ଣା ୧୯୮୪ ମସିହାରେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ପୁଟ୍ଟନ୍ନା କାନାଗାଲଙ୍କଦ୍ୱାରା ନିର୍ମିତ ମାସାନାଡ଼ା ହୁବୁ, ଯେଉଁଥିରେ ସେ ଅମ୍ବରୀଷ ଓ ଜୟନ୍ତୀଙ୍କ ସହିତ କାମ କରିଥିଲେ । ୧୯୯୩ ମସିହାରେ ସେ ଅଲ୍ ଇଣ୍ଡିଆ ରେଡିଓର ଜଣେ ଉପସ୍ଥାପିକା ଭାବରେ କାମ କରିବା ଆରମ୍ଭ କରିଥିଲେ । ଏହା ପୂର୍ବରୁ ୧୯୯୦ ମସିହାରେ ଡିଡି ଚନ୍ଦନାରେ ଦୂରଦର୍ଶନ ଉପାସ୍ଥାପିକା ଭାବରେ କାମ କରିବା ଆରମ୍ଭ କରିଥିଲେ ।[୧] ୧୯୯୮ ମସିହାରେ ସେ ଦୀପାବଳି ଉତ୍ସବର ଏକ ଅଂଶ ଭାବରେ, କ୍ରମାଗତ ଆଠ ଘଣ୍ଟା କାର୍ଯ୍ୟକ୍ରମ ଉପସ୍ଥାପନା କରି ଏକ ରେକର୍ଡ଼ ସୃଷ୍ଟି କରିଥିଲେ ।[୨]

ଜଣେ ଅଭିନେତ୍ରୀ ଭାବରେ ସେ ଦୂରଦର୍ଶନ କାର୍ଯ୍ୟକ୍ରମ ମୂଦାଲା ମାନେ ଓ ମୁକ୍ତାରେ କାମ କରିଛନ୍ତି । ୨୦୧୩ ମସିହାରେ ଇଟିଭି କନ୍ନଡ଼ାରେ ପ୍ରସାରିତ କାର୍ଯ୍ୟକ୍ରମ ବିଗ୍‌ବସ୍‌ର ପ୍ରଥମ ସଂସ୍କରଣରେ ସେ ଅଂଶଗ୍ରହଣ କରିଥିଲେ ।[୩] ୨୦୧୫ ମସିହାରୁ ସେ ହାସ୍ୟ ଭିତ୍ତିକ ଦୂରଦର୍ଶନ କାର୍ଯ୍ୟକ୍ରମ ମଜା ଟକିଜ୍‌ରେ କାମ କରୁଛନ୍ତି, ଯେଉଁଠି ସେ ବରୁଣଲକ୍ଷ୍ମୀ ଚରିତ୍ରରେ ଅଭିନୟ କରୁଛନ୍ତି[୧]

୨୦୧୧ ମସିହାରେ, ସେ ବାଙ୍ଗାଲୋର ମେଟ୍ରୋର ଯାତ୍ରୀମାନଙ୍କ ପାଇଁ ସ୍ୱର ରେକର୍ଡ଼ କରିଥିଲେ ।[୧]

  1. 1 2 3 Srinath, Shruthi (22 May 2016). "The one & only..." Archived from the original on 30 May 2018. Retrieved 28 January 2017. ଆଧାର ଭୁଲ: Invalid <ref> tag; name "dh1" defined multiple times with different content.
  2. ↑ "Aparna, RJ, TV anchor and actress". Rediff.com. 25 March 2013. Archived from the original on 29 November 2014. Retrieved 23 April 2015.
  3. ↑ "Details about People of Bigg Boss Kannada". karnatakakaravali. 19 August 2014. Archived from the original on 27 May 2013. Retrieved 22 August 2014.

ବାହାର ଆଧାର

[ସମ୍ପାଦନା]