ଅନ୍ତର୍ଜାତୀୟ ସଙ୍ଗ୍ରହାଳୟ ଦିବସ

ଉଇକିପିଡ଼ିଆ‌ରୁ
ସଂଗ୍ରହାଳୟ

ମଇ ମାସର ୧୮ ତାରିଖକୁ ଅନ୍ତର୍ଜାତୀୟ ସଙ୍ଗ୍ରହାଳୟ ଦିବସ ଭାବେ ପାଳନ କରାଯାଇଥାଏ । ୧୯୭୭ ମସିହାଠାରୁ ପ୍ରତିବର୍ଷ ଏହି ଦିବସ ପାଳନ ହୋଇ ଆସୁଛି । ବିକାଶଶୀଳ ସମାଜରେ ସଙ୍ଗ୍ରହାଳୟ ବା ମ୍ୟୁଜିଅମର ଭୂମିକା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ । ସଙ୍ଗ୍ରହାଳୟ ଅତୀର ସ୍ମୃତିସବୁକୁ ସଂରକ୍ଷିତ କରି ରଖିଥାଏ । ଅତୀତର ସେଇସବୁ ସ୍ମାରକଗୁଡ଼ିକ କେତେକ ସ୍ଥାନରେ ଏବେ ବି ଅବହେଳିତ, ଅଲୋଡ଼ା, ଅଖୋଜା ତଥା ନଷ୍ଟ ହେବା ଅବସ୍ଥାରେ ପଡ଼ିରହିଛି । ସେଗୁଡ଼ିକୁ ଏକତ୍ର କରି ତାହାର ସୁରକ୍ଷା କରିବା ଜରୁରୀ ଅଟେ । ସମସ୍ତେ ମିଳିମିଶି ଏହାର ସୁରକ୍ଷା ଓ ସ୍ୱତନ୍ତ୍ର ଯତ୍ନନେବା ପାଇଁ ଆଗେଇ ଆସିବା ଉଚିତ ବୋଲି ଏହି ଦିବସ ବାର୍ତ୍ତା ଦେଇଥାଏ ।

ଆଧାର[ସମ୍ପାଦନା]