Jump to content

ଅନୀଲ ଅଗ୍ର‌ୱାଲ

ଉଇକିପିଡ଼ିଆ‌ରୁ
ଅନିଲ ଅଗ୍ର‌ୱାଲ
ଜନ୍ମ(1947-11-23)୨୩ ନଭେମ୍ବର ୧୯୪୭
ମୃତ୍ୟୁ୨ ଜାନୁଆରୀ ୨୦୦୨(2002-01-02) (ବୟସ ୫୪)
ଶିକ୍ଷାଆଇଆଇଟି କାନପୁର
ବୃତ୍ତି(ସମୂହ)ପରିବେଶବିତ୍
ସାମ୍ବାଦିକ
ପୁରସ୍କାରପଦ୍ମଶ୍ରୀ (୧୯୮୬)
ପଦ୍ମଭୂଷଣ (୨୦୦୨)

ଅନିଲ କୁମାର ଅଗ୍ରୱାଲ (୨୩ ନଭେମ୍ବର ୧୯୪୭ – ୨ ଜନୁଆରୀ ୨୦୦୨) ଜଣେ ଭାରତୀୟ ପରିବେଶବିତ୍, ଇଞ୍ଜିନିୟର୍ ଓ ସାମ୍ବାଦିକ ।[] ସେ ଆଇଆଇଟି କାନପୁରରୁ ମେକାନିକାଲ୍ ଇଞ୍ଜିନିୟରିଂ ପଢ଼ିଥିଲେ ଏବଂ ହିନ୍ଦୁସ୍ତାନ ଟାଇମ୍ସର ସାଇନ୍ସ କରେସ୍‌ପଣ୍ଡାସ୍ ଭାବରେ କାମ କରୁଥିଲେ । ସେ ସେଣ୍ଟର୍ ଫର୍ ସାଇନ୍ସ ଆଣ୍ଡ ଏନ୍‌ଭିରନ୍‌ମେଣ୍ଟର ପ୍ରତିଷ୍ଠା କରିଥିଲେ, ଯାହାକି ଦିଲ୍ଲୀରେ ଥିବା ଏକ ଗବେଷଣାତ୍ମକ ସଂସ୍ଥା ।[]

୧୯୮୭ ମସିହାରେ ମିଳିତ ଜାତିସଂଘ ଏନ୍‌ଭିରନ୍‌ମେଣ୍ଟ ପ୍ରୋଗ୍ରାମ ତାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ତାଙ୍କର କାର୍ଯ୍ୟ ପାଇଁ ଗ୍ଲୋବାଲ ୫୦୦ ରୋଲ୍ ଅଫ୍ ଅନରରେ ମନୋନୀତ କରିଥିଲା । ପରିବେଶ ଓ ବିକାଶ କ୍ଷେତ୍ରରେ ତାଙ୍କର କାର୍ଯ୍ୟ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ (୧୯୮୬) ଓ ପଦ୍ମଭୂଷଣ (୨୦୦୨) ରେ ସମ୍ମାନିତ କରିଥିଲେ ।[]

  1. "Centre for Science and Environment". www.cseindia.org. Retrieved 6 September 2022.
  2. "Anil Agarwal - Centre for Science and Environment". www.cseindia.org (in ଇଂରାଜୀ).
  3. "Padma Awards Directory (1954-2009)" (PDF). Ministry of Home Affairs. Archived from the original (PDF) on 10 May 2013.

ବାହାର ଲିଙ୍କ୍

[ସମ୍ପାଦନା]