ଅନିରୁଦ୍ଧ

ଉଇକିପିଡ଼ିଆ‌ରୁ

ପିତା ପ୍ରଦ୍ୟୁମ୍ନ ଏବଂ ମାତା ରୁକ୍ମବତୀଙ୍କ ପୁତ୍ର ହେଉଛନ୍ତି ଅନିରୁଦ୍ଧ । ସେ ଭଗବାନ କୃଷ୍ଣ ଏବଂ ରୁକ୍ମଣୀଙ୍କ ନାତି ଥିଲେ । ତାଙ୍କ ମାତା ରୁକ୍ମବତୀ ଥିଲେ ବିଦର୍ଭ ନରେଶ ରୁକ୍ମୀଙ୍କ କନ୍ୟା । ଯୁଦ୍ଧ ବିଦ୍ୟାରେ ନିପୁଣ ଅନିରୁଦ୍ଧ ମଧ୍ୟ ତାଙ୍କ ରାଜବଂଶର ଅଳ୍ପ କିଛି ମହାରଥି (ଅବିଶ୍ୱସନୀୟ ଶକ୍ତିଶାଳୀ ଯୋଦ୍ଧା) ମଧ୍ୟରୁ ଜଣେ ଥିଲେ । ତାଙ୍କର ଚରିତ ଭାଗବତ ପୁରାଣର ୬୧ ଅଧ୍ୟାୟରେ ବର୍ଣ୍ଣିତ ।[୧]

ଉଷା ସହ ପରିଣୟ[ସମ୍ପାଦନା]

ବାଣାସୁର ରାକ୍ଷସ ଭଗବାନ ଶିବଙ୍କର ଜଣେ ମହାନ ଭକ୍ତ ଥିଲେ । ଭଗବାନ ଶିବଙ୍କ କୃପାରୁ ପାଇଥିବା ତାଙ୍କର ଶାରୀରିକ ଶକ୍ତିଦ୍ୱାରା ଅନ୍ଧ ହୋଇ ସେ ଗର୍ବୀ ତଥା ଅହଂକାରୀ ହୋଇଯାଇଥିଲା । ବାଣାସୁରର ଉଷା ନାମରେ ଏକ କନ୍ୟା ଥିଲା । ଥରେ ସେ ଏକ ସ୍ୱପ୍ନ ଦେଖିଲେ ଯେଉଁଥିରେ ଅନିରୁଦ୍ଧ ତାଙ୍କ ସହିତ ପ୍ରେମ କରୁଥିଲେ । ସେ ସ୍ୱପ୍ନରେ ବହୁତ ବିବ୍ରତ ହୋଇଥିଲେ । କିଛି ଦିନ ପରେ ଉଷାଙ୍କ ସଖୀ ଚିତ୍ରାଲେଖାଙ୍କ ସାହାଯ୍ୟରେ ଅନିରୁଦ୍ଧ ତାଙ୍କ ପ୍ରାସାଦ ଭିତରକୁ ପଶିଗଲେ । ସେ ସେଠାରେ ରହି ଦୀର୍ଘ ସମୟ ଧରି ଉଷାଙ୍କ ସହିତ ଉପଭୋଗ କଲେ । କିନ୍ତୁ ଅନିରୁଦ୍ଧଙ୍କ ଏହି ଗୁପ୍ତ କାରନାମା ବାଣାସୁର ଆଖିରୁ ଲୁଚି ରହିପାରିଲା ନାହିଁ । ତେଣୁ ସେ ଅନିରୁଦ୍ଧଙ୍କୁ କାରାଗାରରେ ରଖିଲେ । ତେଣେ ଦ୍ୱାରକାରେ ସମସ୍ତେ ଅନିରୁଦ୍ଧଙ୍କ ଦୀର୍ଘ ଅନୁପସ୍ଥିତିକୁ ନେଇ ଚିନ୍ତିତ ଥିଲେ ।

ନାରଦ ମୁନି ଅନିରୁଦ୍ଧଙ୍କ ବନ୍ଦୀ ଖବର କୃଷ୍ନଙ୍କ ପାଖରେ ପହଞ୍ଚାଇଥିଲେ । ଏହି ଖବର ଶୁଣି ଭଗବାନ କୃଷ୍ଣ ବାଣାସୁର ଉପରେ ଆକ୍ରମଣ କରିଥିଲେ । ଭଗବାନ କୃଷ୍ଣ ନାଣାସୁରର ସମସ୍ତ ବାହୁ କାଟି ଦେଇଥିଲେ । ତେବେ ଭକ୍ତକୁ ସାହାଯ୍ୟ କରିବାପାଇକ୍ଷ୍ଭ ଆସିଥିବା ଭଗବାନ ଶିବଙ୍କ ଅନୁରୋଧ କ୍ରମେ ସେ ତାଙ୍କର ଚାରିଟି ବାହୁକୁ ଅକ୍ଷୁର୍ଣ୍ଣ ରଖିଥିଲେ । ବାଣାସୁର ଭଗବାନ କୃଷ୍ଣଙ୍କ ଆଗରେ ମୁଣ୍ଡ ନୁଆଁଇ ଅନିରୁଦ୍ଧ ଏବଂ ଉଷାଙ୍କୁ ସମ୍ମାନର ସହିତ ତାଙ୍କ ନିକଟକୁ ଆଣିଲେ । ସେମାନଙ୍କ ସହ ଭଗବାନ କୃଷ୍ଣ ଦ୍ୱାରକାକୁ ଫେରିଥିଲେ ଯେଉଁଠାରେ ଉଷା ଏବଂ ଅନିରୁଦ୍ଧଙ୍କ ଆନୁଷ୍ଠାନିକ ବିବାହ ହୋଇଥିଲା ।[୨]

ଆଧାର[ସମ୍ପାଦନା]

  1. "Srimad Bhagavatam: Canto 10 - Chapter 61". bhagavata.org. Retrieved 17 July 2021.
  2. "Marriage of Usha-Anirudh - Bhagavat_purana - Glorious India". www.gloriousindia.com. Retrieved 17 July 2021.