ଅନନ୍ତ
| ଅନନ୍ତମୂଳ | |
|---|---|
| Scientific classification | |
| Kingdom: | |
| (unranked): | |
| (unranked): | |
| (unranked): | Asterids |
| Order: | Gentianales |
| Family: | Apocynaceae |
| Subfamily: | Asclepiadoideae |
| Genus: | Hemidesmus |
| Species: | H. indicus |
| Binomial name | |
| Hemidesmus indicus L. R.Br. | |
| Synonyms | |
| |
ଅନନ୍ତ ବା Indian Sarsaparilla (Hemidesmus indicus)( ସଂସ୍କୃତ: କ୍ଷୀରିଣୀ, क्षीरिणी , Kshirini ) ହେଉଛି ଦକ୍ଷିଣ ଏସିଆରେ ଦେଖା ଯାଉଥିବା ଏକ ଗୁଳ୍ମ ଜାତିର ଉଦ୍ଭିଦ । ଏହାର ମୂଳ ଟାଣ, ସୁଗନ୍ଧଯୁକ୍ତ ଓ ଔଷଧୀୟ ଗୁଣରେ ପୂର୍ଣ୍ଣ ହୋଇଥିବାରୁ ସାଧାରଣରେ ଏ ଗଛକୁ ଲୋକେ ତା’ର ମୂଳ ପାଇଁ ଅନନ୍ତମୂଳ ବୋଲି ଚିହ୍ନନ୍ତି । ଏହାର କାଣ୍ଡ ବହୁଶାଖାଯୁକ୍ତ, ନରମ ଓ ଅଗ ଆଡ଼କୁ ମୋଟା । ପତ୍ରଗୁଡ଼ିକ ବିପରୀତ ପାଖରେ ଲଗାଲଗି ହୋଇ ରହିଥାଏ। ଫୁଲ ବାହାରୁ ସବୁଜ ଦେଖାଯାଏ କିନ୍ତୁ ଭିତରଟା ନାରଙ୍ଗୀ ରଙ୍ଗର । ଉତ୍ତରରେ ଗଙ୍ଗା ନଦୀର ଅବବାହିକାଠାରୁ ଆରମ୍ଭ କରି ପୂର୍ବରେ ଆସାମ ଓ ମଧ୍ୟ, ପଶ୍ଚିମ ତଥା ଦକ୍ଷିଣ ଭାରତରେ ମଧ୍ୟ ଏହା ଦେଖା ଯାଇଥାଏ ।
ଉପଯୋଗ
[ସମ୍ପାଦନା]ଏହା ଅନେକ ପ୍ରକାର ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ । ଆୟୁର୍ବେଦରେ ବ୍ୟବହାର କରାଯାଉଥିବା ରସାୟନ ଊଦ୍ଭିଦ ଭିତରୁ ଏହା ଅନ୍ୟତମ । ଏହା ପିତ୍ତର ପ୍ରବାହକୁ ତ୍ୱରାନ୍ୱିତ କରେ ତଥା ପରିସ୍ରାର ପ୍ରବାହକୁ ବୃଦ୍ଧି କରିଥାଏ । ମୂତ୍ରନଳୀ ପ୍ରଦାହ ଏପରିକି ସିଫିଲିସ ରୋଗର ତୃତୀୟ ଓ ଚତୁର୍ଥ ସ୍ତରରେ ମଧ୍ୟ ଏହା ଉପକାରୀ ସିଦ୍ଧ ହୋଇଛି ।
ରାସାୟନିକ ସଂରଚନା
[ସମ୍ପାଦନା]ଏହାର ମୂଳକୁ ପରୀକ୍ଷଣ କରି ଜଣା ଯାଇଛି ଯେ ଏଥିରେ କୌମାରିନ (coumarin) ଯାହାର ମୁଖ୍ୟ ଉପାଦାନ ହେଲା ପି-ମେଥୋକ୍ସି ସାଲିସିଲିକ ଆଲଡେହାଇଡ(p-methoxy salicylic aldehyde), ଦୁଇଟି ଷ୍ଟେରଲ (sterol), ଏବଂ ପ୍ରେଗ୍ନାନେ (pregnane) ଓ ଗ୍ଲାଇକୋସାଇଡ (glycoside)। [୧]
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Ayurvedic Herbs for Longevity and Rejuvenation by Dr H. S. Puri (2003), published by Taylor & Francis, London, pages 43-45