ଅଦିତି ସିଂ ରଣା

ଉଇକିପିଡ଼ିଆ‌ରୁ
ଅଦିତି ସିଂ
ବ୍ୟକ୍ତିଗତ ତଥ୍ୟ
ଜାତୀୟତାଭାରତୀୟ
ଜନ୍ମ (1996-05-15) ୧୫ ମଇ ୧୯୯୬ (ବୟସ ୨୭)
ନୂଆଦିଲ୍ଲୀ, ଭାରତ
ଉଚ୍ଚତା163 cm (5 ft 4 in)
ଓଜନ୬୨ କେଜି
Sport
ଦେଶଭାରତ
କ୍ରୀଡ଼ାବନ୍ଧୁକଚାଳନା
Event(s)୧୦ ମିଟର୍ ଏୟାର୍ ରାଇଫଲ୍ ଆଇଏସ୍ଏସ୍ଏଫ୍ ୫୦ ମିଟର୍ ୩ ପୋଜିସନ୍, ୫୦ ମିଟର୍ ପ୍ରୋନ୍
Coached byସଞ୍ଜୀବ ରାଜପୁତ୍
Medal record
Women's shooting
Competitor for  ଭାରତ
ISSF Jr. World Cup, Gabala
Bronze 2016 Gabala, Azerbaijan 50 m 3 pos

ଅଦିତି ସିଂ ରଣା (ଜନ୍ମ ୧୫ ମଇ ୧୯୯୬, ଦିଲ୍ଲୀ, ଭାରତ) ଜଣେ ଭାରତୀୟ ବନ୍ଧୁକଚାଳନା ଖେଳାଳି, ଯେ ୧୦ ମିଟର୍ ଏୟାର୍ ରାଇଫଲ୍, ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍ ଓ ୫୦ ମିଟର୍ ରାଇଫଲ୍ ପ୍ରୋନ୍ ବିଭାଗରେ ପ୍ରତିଦ୍ୱନ୍ଦୀତା କରନ୍ତି । ଅଦିତି ୨୦୧୪ ମସିହାରୁ ଭାରତୀୟ ବନ୍ଧୁକଚାଳନା ଦଳର ସଦସ୍ୟ ହୋଇ ଆସୁଛନ୍ତି । ସେ ୨୦୧୫ ଓ ୨୦୧୬ରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ।

୨୦୧୬ରେ ଆଜର୍‌ବେଇଜାନ୍‌ର ଗବାଲାଠାରେ ଆଇଏସ୍ଏସ୍ଏଫ୍ କନିଷ୍ଠ ବିଶ୍ୱ କପ୍‌ରେ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍ ମହିଳା ବିଭାଗରେ ଦଳଗତ ବିଭାଗରେ କାଂସ୍ୟ ପଦକ ବିଜୟୀ ହୋଇଥିଲେ ।

ସେ ୬୦ତମ ଜାତୀୟ ବନ୍ଧୁକଚାଳନା ପ୍ରତିଯୋଗିତା, ପୁନେ, ୨୦୧୬ରେ ହରିଆନାକୁ ପ୍ରତିନିଧିତ୍ୱ କରିଥିଲେ ଓ ୫୦ ମିଟର୍ ୩ ପୋଜିସନ୍ କନିଷ୍ଠ ମହିଳ ବିଭାଗରେ ଜାତୀୟ ଚାମ୍ପିଆନ୍ ହୋଇଥିଲେ । ସେ ଏହି ପ୍ରତିଯୋଗିତାରେ ସର୍ବମୋଟ ୬ଟି ପଦକ ଜିତିଥିଲେ ।

ସେ ୨୦୧୬ରେ ୨ଟି ସ୍ୱର୍ଣ୍ଣ ପଦକ ଜିତି ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ଚାମ୍ପିଆନ୍ ହୋଇଥିଲେ । ସେ ମଧ୍ୟ ତାଙ୍କ ମହାବିଦ୍ୟାଳୟ ସେଣ୍ଟ୍ ଷ୍ଟିଫେନ୍‌ସ ମହାବିଦ୍ୟାଳୟର ଅଧିନାୟକତ୍ୱ କରିଥିଲେ ।[୧]

ଆଦ୍ୟ ଜୀବନ[ସମ୍ପାଦନା]

ଅଦିତି ତାଙ୍କର ବିଦ୍ୟାଳୟ ଜୀବନ ଡିପିଏସ୍ ଇଣ୍ଟର୍‌ନ୍ୟାସ୍‌ନାଲ୍, ସାକେତ୍, ନୂଆ ଦିଲ୍ଲୀରୁ ଆରମ୍ଭ କରିଥିଲେ ଓ ସେଣ୍ଟ୍ ଷ୍ଟିଫେନ୍‌ସ ମହାବିଦ୍ୟାଳୟ, ଦିଲ୍ଲୀରୁ ସ୍ନାତ୍ତକ ଶିକ୍ଷା କରିଥିଲେ ।

ଆଧାର[ସମ୍ପାଦନା]

  1. "SHOOTING TEAM – St. Stephen's College, Delhi". ststephens.edu.