ଅଦା ହେଙ୍ଗୁ ଖେଚୁଡ଼ି

ଉଇକିପିଡ଼ିଆ‌ରୁ

ଅଦା ହେଙ୍ଗୁ ଖେଚୁଡ଼ି ମହାପ୍ରଭୁଙ୍କ ୫୬ ଭୋଗରେ ଅନ୍ତର୍ଭୁକ୍ତ ଅଟେ।

ଉପକରଣ[ସମ୍ପାଦନା]

  • ଅରୁଆ ଚାଉଳ ଅଧ କିଲୋ
  • ମୁଗ ଡାଲି ୭୫ ଗ୍ରାମ
  • ତେଜପତ୍ର ୩ ଟା
  • ଅଦା ୬୦ ଗ୍ରାମ
  • ହେଙ୍ଗୁ ୨ ଗ୍ରାମ
  • ଆବଶ୍ୟକ ଅନୁସାରେ ହଳଦୀ ଗୁଣ୍ଡ
  • ଗୁଆଘିଅ ୨୫ ଗ୍ରାମ
  • ଅଳ୍ପ ଚିନି
  • ଖିସ୍ ମିସ୍ ୫୦ ଗ୍ରାମ
  • ଅଳେଇଚ ୫ ଗ୍ରାମ
  • ଜିରା ୫ ଗ୍ରାମ ଓ ଦରକାର ଅନୁଯାୟୀ ପାଣି ନିଅନ୍ତୁ।

ପ୍ରସ୍ତୁତି[ସମ୍ପାଦନା]

ପ୍ରଥମେ ଅଦା ଚାଉଳକୁ ଭଲକରି ଧୋଇ ପାଣି ନିଗାଡ଼ି ଦିଅନ୍ତୁ । ଅଦାକୁ ଭଲକରି ଧୋଇ ଛେଚି ରଖନ୍ତୁ, ଗୁଣ୍ଡ ହେଙ୍ଗୁକୁ ଅଳ୍ପ ପାଣିରେ ଗୋଳାଇ ରଖନ୍ତୁ।ଖିସ୍ ମିସ୍କୁ ଭାଜି ରଖନ୍ତୁ।ଅଳେଇଚକୁ ମଧ୍ୟ ଛେଚି ଦିଅନ୍ତୁ । ମୁଗଡାଲିକୁ ବାଛି ସଫା କରି ଅଳ୍ପ ଭାଜି ତାକୁ ଧୋଇ ନିଗାଡ଼ି ଦିଅନ୍ତୁ । ପ୍ରଥମ କାର୍ଯ୍ୟ ହେଉଛି ପାତ୍ରକୁ ଚୁଲିରେ ବସାଇ ଗରମ କରନ୍ତୁ । ସେଥିରେ ରଖା ହୋଇଥିବା ଘିଅରୁ ଅଧେ ଓ ବଛା ଜିରାକୁ ପକାଇ ଅଳ୍ପ ଟିକିଏ ଭାଜି ଦିଅନ୍ତୁ । ଜିରା ଫୁଟିଗଲେ ସେଥିରେ ରଖା ଯାଇଥିବା ଧୁଆ ଚାଉଳ, ଧୁଆ ଡାଲି, ଛେଚା ଅଦା, ତେଜପତ୍ର ପକାଇ ଭଲକରି ଭାଜି ଯେତିକି ଦରକାର ସେତିକି ପାଣି ଦିଅନ୍ତୁ।ତା' ପରେ ସେଥିରେ ଲୁଣ, ଚିନି, ହେଙ୍ଗୁ ଓ ହଳଦୀ ଗୁଣ୍ଡ ପକାଇ ଅଳ୍ପ ନିଆଁରେ ଭଲକରି ଗୋଳାଇ ଦିଅନ୍ତୁ । ନଚେତ୍ ଭାତ ତଳୁ ଲାଗି ପୋଡିଯିବ।ଅଦା ହେଙ୍ଗୁ ଖେଚେଡ଼ି ହେଇସାରିବା ବେଳକୁ ସେଥିରେ ଖିସ୍ ମିସ୍ ଓ ଅଳେଇଚ ଛେଚା ଏବଂ ବାକି ରହିଥିବା ତରଳ ଘିଅ ବୁଲାଇ ପକାଇ ଦିଅନ୍ତୁ।ଉପର ଢାଙ୍କୁଣୀ ବନ୍ଦ କରି ଅଳ୍ପ ସମୟ ଘୋଡାଇ ରଖି ଦିଅନ୍ତୁ।ଏଥର ପ୍ରସ୍ତୁତ ହୋଇଗଲା ଅଦା ହେଙ୍ଗୁ ଖେଚୁଡ଼ି ।