ଅଡ଼ି

ଉଇକିପିଡ଼ିଆ‌ରୁ
Audi Ingolstadt

ଔଡି ଏଜି, (ଇଂରାଜୀ: AUDI AG) ଏକ ଜର୍ମାନ୍ ଯାନବାହନ ନିର୍ମାତା ଯାହା ବିଭିନ୍ନ ପ୍ରକାର ବିଳାସମୟ କାର୍ ଗୁଡିକର ପରିକଳ୍ପନା,ନିର୍ମାଣ ତଥା ବିକ୍ରୟ କରିଥାଏ | ଔଡି ଏହାର ବିଶ୍ୱବ୍ୟାପୀ ସମସ୍ତ ସଞ୍ଚାଳନ ଜର୍ମାନୀ ଦେଶରେ ଥିବା ବାଭାରିଆ ରାଜ୍ୟର ଇଙ୍ଗୁଲଷ୍ଟାଟ୍ ସହରର ନିଜସ୍ୱ ମୁଖ୍ୟାଳୟରୁ କରିଥାଏ |ଔଡି ତାହାର ସମସ୍ତ ଯ଼ାନଗୁଡିକ ବିଶ୍ୱରେ ଥିବା ସମୁଦାୟ ନଅଟି କାରଖାନାରୁ ଉତ୍ପାଦନ କରିଥାଏ |

1966 ମସିହା ପରଠାରୁ ଆଜିପର୍ଯ୍ୟନ୍ତ ଏହାର ମାଲିକାନା ଫକ୍ସୱାଗନ ଗ୍ରୁପ୍ ହାତରେ ନ୍ୟସ୍ତ (ପ୍ରାୟ 99.55 ପ୍ରତିଶତ) | କିନ୍ତୁ ଏହା ପୂର୍ବରୁ ଔଡି ଏହାର ପୂର୍ବଜ ଅଟୋ ୟୁନିୟନ ଅଧିନରେ ଥିଲା, ଯାହା ଅପ୍ରେଲ୍ 24,1958ରୁ ଡିସେମ୍ବର 1965 ପର୍ଯ୍ୟନ୍ତ ଡେମ୍ଲର-ବେଞ୍ଜ ନିୟନ୍ତ୍ରଣରେ ଥିଲା | ଫକ୍ସୱାଗନ ଔଡିର ନାମଫଳକ 1965 ମଡେଲ୍ Audi F103 ସିରିଜ୍ ଗାଡିର ଉତ୍ପାଦନ ସହ ପୁନଃପ୍ରସ୍ତୁତି କଲା |


ଏହି କମ୍ପାନୀର ନାମ ଏହାର ସଂସ୍ଥାପକ ଅଗଷ୍ଟ ହର୍କ (August Horch)ଙ୍କ ଉପନାମର ଲାଟିନ୍ ଅନୁବାଦରୁ ଗୃହୀତ | "Horch"ର ଅର୍ଥ ଜର୍ମାନରେ ଶୁଣିବା, ଯାହାକୁ ଲାଟିନ୍ରେ ଅନୁବାଦ କଲେ "ଔଡି" (ଭାରତରେ "ଅଡି" ନାମରେ ଜଣାଶୁଣା) କୁହାଯାଏ | କମ୍ପାନୀର ଲୋଗୋରେ ଥିବା 4ଟି ବୃତ୍ତ 4ଟି ବିଭିନ୍ନ କାର୍ କମ୍ପାନୀର ସମାହାର ବୋଲି ବୁଝାଏ, ଯେଉଁମାନଙ୍କ ମଧ୍ୟରୁ ଔଡି ଅନ୍ୟତମ | ଏହି 4ଟି କମ୍ପାନୀ ମିଶି ଅଟୋ ୟୁନିୟନ ଗଠନ କରିଥିଲେ | ଔଡିର ପ୍ରଚାର ବାକ୍ୟ ହେଉଛି "Vorsprung durch Technik" | ଯାହାର ଅର୍ଥ ହେଉଛି "ପ୍ରଯୁକ୍ତିବିଦ୍ୟାଦ୍ୱାରା ପ୍ରଗତି" |