ଅଜୀତ କୌର

ଉଇକିପିଡ଼ିଆ‌ରୁ
ଅଜୀତ କୌର
ଜନ୍ମ ଓ ଜନ୍ମସ୍ଥାନ (1934-11-16) ୧୬ ନଭେମ୍ବର ୧୯୩୪ (ବୟସ ୮୯)
ଲାହୋର, ପଞ୍ଜାବ ପ୍ରଦେଶ, ବ୍ରିଟିଶ ଭାରତ
ବୃତ୍ତିଲେଖକ, କବି ଓ ଔପନ୍ୟାସିକ
ଜାତୀୟତାଭାରତୀୟ
ଶିକ୍ଷାଅର୍ଥନୀତିରେ ଏମ.ଏ
ଶୈଳୀଉପନ୍ୟାସ, କ୍ଷୁଦ୍ରଗଳ୍ପ, ସ୍ମୃତି
ସାହିତ୍ୟ କୃତିଖାନାବଡୋଶ
ପୁରସ୍କାରସାହିତ୍ୟ ଏକାଡେମୀ ପୁରସ୍କାର (୧୯୮୫)
ପଦ୍ମଶ୍ରୀ
ଶିରୋମଣୀ ସାହିତ୍ୟ ପୁରସ୍କାର
ବାବା ବଳି ପୁରସ୍କାର
ଜୀବନସାଥୀରାଜିନ୍ଦର ସିଂ (୧୯୫୨)
ସନ୍ତାନଆର୍ପନା କୌର, କେନ୍ଦୀ କୌର

ଅଜୀତ କୌର (ଜନ୍ମ ୧୯୩୪) ଜଣେ ଭାରତୀୟ ପଞ୍ଜାବୀ ଲେଖିକା ଅଟନ୍ତି । ସେ ସାହିତ୍ୟ ଏକାଡେମୀ ପୁରସ୍କାର, ଭାରତ ସରକାରଙ୍କ ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ଏବଂ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି ।

ଜୀବନୀ[ସମ୍ପାଦନା]

ଅଜୀତ କୌର ୧୯୩୪ ମସିହାରେ ଲାହୋରରେ ସର୍ଦ୍ଦାର ମଖାନ ସିଂଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ସେଠାରେ ନିଜର ପ୍ରାଥମିକ ଶିକ୍ଷା କରିଥିଲେ । ନିଜ ପରିବାରର ବିଭାଜନ ପରେ ସେମାନେ ଦିଲ୍ଲୀ ଆସିଥିଲେ । ସେଠାରେ ସେ ଅର୍ଥନୀତିରେ ଏମ.ଏ କରିଥିଲେ ।

ସେ ସାମାଜିକ-ବାସ୍ତବବାଦୀ ଥିମ୍ ଉପରେ ପଞ୍ଜାବୀ ଭାଷାରେ ଉପନ୍ୟାସ ଏବଂ କ୍ଷୁଦ୍ରଗଳ୍ପ ଲେଖିଛନ୍ତି , ଅର୍ଥାତ : ମହିଳା ମାନଙ୍କ ଅଭିଜ୍ଞତା ଏବଂ ସମାଜରେ ସେମାନଙ୍କର ସ୍ଥିତି ଉପରେ ସେ ବର୍ଣ୍ଣନା କରିଛନ୍ତି ।[୧] ସେ ୧୯୮୫ ମସିହାରେରେ ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୬ ମସିହାରେ ପଦ୍ମଶ୍ରୀ ନାଗରିକ ସମ୍ମାନ,[୨] ଏବଂ ୨୦୧୯ ମସିହାରେ କୁଭେମ୍ପୁ ରାଷ୍ଟ୍ରିୟ ପୁରସ୍କାର ଗ୍ରହଣ କରିଥିଲେ ।[୩] ତାଙ୍କ ରଚନାରେ ୧୯ଟି ପୁରାତନ କ୍ଷୁଦ୍ରଗଳ୍ପ , ଉପନ୍ୟାସ, ଏବଂ ନଅଟି ଅନୁବାଦ ଅନ୍ତର୍ଭୁକ୍ତ ରହିଛି । ସେ ୨୦ରୁ ଅଧିକ କାର୍ଯ୍ୟ ମଧ୍ୟ ସମ୍ପାଦନା କରିଛନ୍ତି । ତାଙ୍କ ଆତ୍ମଜୀବନୀ (ୱିଭିଙ୍ଗ ୱାଟର)ବୁଣା ଜଳ, ମୂଳ ପଞ୍ଜାବୀରୁ ଇଂରାଜୀରେ ଅନୁବାଦ ହୋଇ ୨୦୧୮ ମସିହାରେ ପ୍ରକାଶିତ ହୋଇଥିଲା, ସେହି ପୁସ୍ତକରେ ସେ ନିଜ ସ୍ୱାମୀଙ୍କଠାରୁ ଘରୋଇ ହିଂସାରୁ ବଞ୍ଚିବା ବିଷୟରେ ଆଲୋଚନା କରିଥିଲେ ।[୪]

ତାଙ୍କର ଅନ୍ୟ ଏକ କ୍ଷୁଦ୍ର ଗଳ୍ପ ଦି ଅଦର ଓମ୍ୟାନ ପୁସ୍ତକଟିକୁ, ଜିଆ ଉସ୍ ସଲାମ ଦି ହିନ୍ଦୁ ଖବରକାଗଜରେ ଲେଖିଛନ୍ତି ।[୫] ତାଙ୍କୁ କୁଲଦୀପ ସିଂ ଧୀର ଦି ଟ୍ରିବ୍ୟୁନରେ ଜଣେ ଲେଖକ ଭାବରେ ବର୍ଣ୍ଣନା କରିଥିଲେ ।[୬]

ସେ ନୂଆଦିଲ୍ଲୀରେ ଆର୍ଟ ଆଣ୍ଡ ସାହିତ୍ୟ ଏକାଡେମୀର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ ଏବଂ ୨୦୦୩ ମସିହାରେ ପାକିସ୍ତାନ ଗସ୍ତରେ ଆସିଥିବା ଭାରତୀୟ ଲେଖକଙ୍କ ପ୍ରଥମ ପ୍ରତିନିଧିତ୍ୱରେ ସେ ଅଂଶଗ୍ରହଣ କରିଥିଲେ।[୭] ସେ SAARC ଲେଖକ ଏବଂ ସାହିତ୍ୟ ଫାଉଣ୍ଡେସନ (FOSWAL)ର ଚେୟାରମ୍ୟାନ୍ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୮]

ତାଙ୍କ ସାହିତ୍ୟ ଉପରେ ଆଧାରିତ କାର୍ଯ୍ୟଗୁଡ଼ିକ[ସମ୍ପାଦନା]

ତାଙ୍କର ଆତ୍ମଜୀବନୀ ଖାନାବଦୋଶ ଅନେକ ସ୍ୱଦେଶୀ ଏବଂ ବିଦେଶୀ ଭାଷାରେ ଅନୁବାଦିତ ହୋଇଛି । ତଥାପି ସେ ନିଜକୁ ନାମମାତ୍ର ବୋଲି ଭାବନ୍ତି । ଇଂରାଜୀରେ ତାଙ୍କର କାହାଣୀ ସଂଗ୍ରହ ଡେଡ୍ ଏଣ୍ଡ୍ ଲୋକପ୍ରିୟ ହୋଇଛି । ତାଙ୍କର ସାତୋଟି ପୁସ୍ତକ ପାକିସ୍ତାନରେ ପ୍ରକାଶିତ ହୋଇଛି ।

କାର୍ଯ୍ୟ[ସମ୍ପାଦନା]

  • ଗୁଲବାନୋ (କ୍ଷୁଦ୍ରଗଳ୍ପ ସଂଗ୍ରହ)[୯]
  • ମେହେକ୍ ଦି ମୌତ (କ୍ଷୁଦ୍ରଗଳ୍ପ ସଂଗ୍ରହ)
  • ବଟ ଶିକାନ୍ (କ୍ଷୁଦ୍ରଗଳ୍ପ ସଂଗ୍ରହ)
  • ଧୁପ ୱାଲା ସହର (ଉପନ୍ୟାସ)
  • ଗୌରୀ (ଉପନ୍ୟାସ)
  • ପୋଷ୍ଟ ମର୍ଟମ (ଉପନ୍ୟାସ)
  • କୋରା କବର (ଆତ୍ମଜୀବନୀ)
  • ଖାନବଦୋଶ (ଆତ୍ମଜୀବନୀ)
  • ୱିଭିଙ୍ଗ ୱାଟର (ଆତ୍ମଜୀବନୀ) (୨୦୧୮)

ଆଧାର[ସମ୍ପାଦନା]

  1. "Ajeet Cour, 1934-". The South Asian Literary Recording Project, Library of Congress, New Delhi Office.
  2. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 October 2015. Retrieved 21 July 2015.
  3. Staff Reporter (November 18, 2019). "Kuvempu Rashtriya Puraskar for Ajeet Cour, Gurbhachan Singh Bhullar". The Hindu. Retrieved 11 July 2021.
  4. Anupam, Birat (January 3, 2021). "Ajeet Cour: The woman behind South Asia's pioneering 'Public Diplomacy'". NepalPress. Retrieved 11 July 2021.
  5. Us Salam, Ziya (May 23, 2016). "The many layered world of Ajeet Cour". The Hindu. Retrieved 11 July 2021.
  6. Singh Dhir, Kuldip (June 17, 2018). "A far cry from a glorious past". The Tribune. Retrieved 11 July 2021.
  7. "Indian writers' team arrive in Pakistan". Dawn. October 18, 2003. Retrieved 11 July 2021.
  8. "SAARC literature festival in Agra from February 13". IndiaTV. IANS. January 27, 2015. Retrieved 11 July 2021.
  9. "Archived copy". Archived from the original on 4 February 2014. Retrieved 2014-01-21.{{cite web}}: CS1 maint: archived copy as title (link)