ଅଜିମ୍ ପ୍ରେମଜୀ

ଉଇକିପିଡ଼ିଆ‌ରୁ

ଅଜିମ୍ ପ୍ରେମଜୀ
Azim H. Premji World Economic Forum 2013.jpg
Premji in 2013
ଜନ୍ମ
ଅଜିମ୍ ହାସିମ ପ୍ରେମଜୀ

(1945-07-24) ୨୪ ଜୁଲାଇ ୧୯୪୫ (ବୟସ ୭୭)
ପୁରାତନ ଛାତ୍ରStanford University (B.S.E)[୨]
ବୃତ୍ତିChairman of Wipro
ଜୀବନସାଥୀୟସ୍ମୀନ୍
ସନ୍ତାନରିସଦ୍, ତାରିକ୍[୩]
Parentମହମ୍ମଦ୍ ହସିମ୍ ପ୍ରେମଜୀ
ୱେବସାଇଟAzim Premji
Signature
Signature of Azim Premji.svg


ଅଜିମ୍ ହାସିମ ପ୍ରେମଜୀ(ଜନ୍ମ ୨୪ ଜୁଲାଇ ୧୯୪୫) ଜଣେ ଭାରତର ବିଖ୍ୟାତ ବ୍ୟବସାୟୀ,ପୁଞ୍ଜିଲଗାଣକାରୀ ଏବଂ ଜଣେ ଲୋକହିତକାରୀ ଅଟନ୍ତି। ସେ ୱିପ୍ରୋ ଲିମିଟେଡ୍ର ଚେୟାରମ୍ୟାନ୍ ଅଟନ୍ତି। ଅପୌଚାରିକଭାବେ ସେ ଭାରତୀୟ ଆଇଟି ଇଣ୍ଡଷ୍ଟ୍ରିର ସିଜାର ଭାବେ ଜଣାଶୁଣା।[୬] ସେ ଚାରି ଦଶନ୍ଧି ଧରି ସେ ୱିପ୍ରୋର ମାର୍ଗଦର୍ଶକ ସାଜିବା ସଙ୍ଗେ ସଙ୍ଗେ ଭାରତୀୟ ଆଇଟି ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡିର ନେତା ଅଟନ୍ତି। ୨୦୧୦ ମସିହାରେ ଏସିଆ ୱିକ୍ଦ୍ୱାରା ସେ ୨୦ ଜଣ ବିଖ୍ୟାତ ଲୋକଙ୍କ ମଧ୍ୟରେ ମନୋନୀତ ହୋଇଥିଲେ। ୨୦୦୪ ଓ ୨୦୧୧ ମସିହାରେ ସେ ଟାଇମ୍ ମାଗାଜିନ୍ଦ୍ୱାରା ୧୦୦ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ମନୋନୀତ ହୋଇଥିଲେ। ପ୍ରେମ୍‌ଜୀ ୱିପ୍ରୋର ୭୩ ଶତଭାଗ ମାଲିକ ଅଟନ୍ତି ଓ ପ୍ରାଇଭେଟ୍ ଇକ୍ୟୁଟି ଫଣ୍ଡ, ପ୍ରେମଜୀ ଇନ୍‌ଭେଷ୍ଟର ମାଲିକ ଅଟନ୍ତି। ସେ ୨ ଶତକୋଟି ଡଲାର ସମ୍ପତ୍ତିର ମାଲିକ ଅଟନ୍ତି।

୨୦୧୭ ନଭେମ୍ବର ମାସ ସୁଦ୍ଧା ସେ ୧୯.୫ ଶତକୋଟି ଡଲାର (ୟୁଏଏସ୍ ମୁଦ୍ରା ଅନୁସାରେ) ସମ୍ପତିର ମାଲିକ ହିସାବରେ ଭାରତର ଦ୍ୱିତୀୟ ଧନଶାଳୀ ବ୍ୟକ୍ତି ଅଟନ୍ତି। ୨୦୧୩ ମସିହାରେ ସେ ତାଙ୍କ ସମ୍ପତ୍ତିରୁ ଅଧା ସମ୍ପତ୍ତି ଲୋକହୀତ ପାଇଁ ଦେବାକୁ ଆଗ୍ରହ ପ୍ରକାଶ କରି "ଦ ଗିଭିଙ୍ଗ ପ୍ଲେଜ୍"ରେ ସ୍ୱାକ୍ଷର କରିଛନ୍ତି। ଶିକ୍ଷାକୁ ଦୃଷ୍ଟିରେ ରଖି ସେ "ଅଜିମ୍ ଫାଉଣ୍ଡେସନ୍"କୁ ୨.୨ ଶତକୋଟି ଡଲାରରୁ ଦାନ କରିବା ଆରମ୍ଭ କରିଥିଲେ।

କ୍ୟାରିୟର[ସମ୍ପାଦନା]

୧୯୪୫ ମସିହାରେ ମହମ୍ମଦ ହସିମ୍ ପ୍ରେମଜୀ ଇଣ୍ଡିୟାନ୍ ୱେଷ୍ଟ୍ରନ୍ ଭେଜିଟେବୁଲ୍ ପ୍ରଡକ୍ଟସ୍ ଲିମିଟେଡ୍ରେ ଜଡ଼ିତ ଥିଲେ, ଯେଉଁଟାକି ମହାରାଷ୍ଟ୍ରର ଜଲ୍‌ଗାଓଁ ଜିଲ୍ଲାର ଅମଲ୍‌ନାର ନାମକ ଏକ ଛୋଟ ସହରରେ ଅବସ୍ଥିତ। ଏଠାରେ ସନ୍ ଫ୍ଲାୱାର୍ ବନସ୍ପତି ନାମକ ରନ୍ଧନ ତୈଳ ପ୍ରସ୍ତୁତ କରାଯାଏ। ୧୯୬୬ ମସିହାରେ ମହମ୍ମଦ ହସିମ୍‌ଙ୍କ ମୃତ୍ୟୁ ଘଟଣା ପାଇ ଅଜିମ୍ ପ୍ରେମଜୀ ଷ୍ଟାଣ୍ଡଫୋର୍ଡ ୟୁନିଭର୍ସିଟି, ଯେଉଁଠି ସେ ୱିପ୍ରୋର ଦାୟିତ୍ୱ ନେବା ପାଇଁ ଇଂଜିନିୟରିଙ୍ଗ କରୁଥିଲେ ସେଠା ଛାଡି ଘରକୁ ଚାଲିଆସିଥିଲେ। ସେତେବେଳେ ତାଙ୍କୁ ୨୧ ବର୍ଷ ବୟସ ହୋଇଥିଲା। ଇଣ୍ଡିୟାନ୍ ୱେଷ୍ଟ୍ରନ୍ ଭେଜିଟେବୁଲ୍ ପ୍ରଡକ୍ଟସ୍ ନାମରେ ଜଣାଶୁଣା କମ୍ପାନୀରେ ତୈଳ ପରିବର୍ତ୍ତେ ବେକରୀ, ଗାଧୁଆପାଧୁଆ ଦ୍ରବ୍ୟ, ଚୁଟି ସଫା ସାବୁନ୍, ଛୋଟ ପିଲାଙ୍କ ଗାଧୁଆପାଧୁଆ ଦ୍ରବ୍ୟ, ଲାଇଟ୍ ବଲ୍‌ବ ସାମଗ୍ରୀ,ହାଇଡ୍ରୋଲିକ୍ ସାମଗ୍ରୀରେ ଆଦି ସାମଗ୍ରୀ ଉତ୍ପାଦନ କଲେ। ଏହି ଯୁବ ବ୍ୟବସାୟୀ ଆଇଟିର ଗୁରୁତ୍ତ୍ୱପୂର୍ଣ୍ଣ ବୁଝିପାରି ଆଇଟି କ୍ଷେତ୍ର ଆଡକୁ ମୁହାଁଇ ଥିଲେ ଓ ନିଜ କମ୍ପାନୀର ନାମ ୱିପ୍ରୋ ଦେଇଥିଲେ। ଆମେରିକୀୟ କମ୍ପାନୀ ସେଣ୍ଟିନେଲ୍ କର୍ପୋରେସନ୍ ସହ ସହଯୋଗ ସ୍ଥାପନ କରି ମିନିକମ୍ପ୍ୟୁଟର୍ ତିଆରି କରିବା ଆରମ୍ଭ କରିଥିଲେ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ପ୍ରେମ୍‌ଜୀ ମୁମ୍ବାଇଠାରେ ନିଜାରୀ ଇସ୍‌ମାଲାୟି ସିୟା ମୁସ୍‌ଲିମ୍ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଯାହାର ମୂଳୋତ୍ପତି ଗୁଜରାଟର କୁଚ୍‌ରୁ ହୋଇଛି।[୭]ତାଙ୍କ ବାପା ଜଣେ ବ୍ୟବସାୟୀ ଥିଲେ ଓ ବର୍‌ମାର ରାଇସ୍ କିଙ୍ଗ ଭାବେ ସେ ପରିଚିତ।

ପ୍ରେମ୍‌ଜୀ ୟୁଏସ୍‌ଏର ଷ୍ଟାଣ୍ଡଫୋର୍ଡ ୟୁନିଭର୍ସିଟିରୁ ବୈଦ୍ୟୁତିକ ବିଜ୍ଞାନରେ ଇଂଜିନିୟରଂ ଡିଗ୍ରୀ ହାସଲ କରିଥିଲେ।ସେ ୟସ୍ମୀନ୍‌ଙ୍କୁ ବିବାହ କରିଥିଲେ। ଏହି ଦମ୍ପତ୍ତିଙ୍କ ଦୁଇ ସନ୍ତାନ ରିସଦ୍ ଓ ତାରିକ୍ ଅଟନ୍ତି। ରିସଦ୍ ବର୍ତ୍ତମାନ ୱିପ୍ରୋର ଚିଫ୍ ଷ୍ଟାଟେଜି ଅଫିସର୍ ଅଟନ୍ତି।

ଆଧାର[ସମ୍ପାଦନା]

  1. "Azim Premji". Britannica. Retrieved 26 ଡିସେମ୍ବର 2013.
  2. ୨.୦ ୨.୧ "The World's Billionaires No. 83 Azim Premji". Forbes. 3 ନଭେମ୍ବର 2009. Archived from the original on 29 ନଭେମ୍ବର 2009. Retrieved 7 ଡିସେମ୍ବର 2009.
  3. "What you didn't know about Rishad Premji". Rediff. 7 ଜୁନ 2007. Retrieved 7 ଡିସେମ୍ବର 2009.
  4. "Gujaratis the shining feather in market cap". Times of India. 19 ଅକ୍ଟୋବର 2006. Retrieved 1 ଅକ୍ଟୋବର 2013.
  5. "Azim Premji - Forbes". Forbes.
  6. "Azim Premji". Retrieved 13 ନଭେମ୍ବର 2017.
  7. "#83 Azim Premji". Retrieved 13 ନଭେମ୍ବର 2017.