ଅଗସ୍ତ୍ୟ ମୁନି

ଉଇକିପିଡ଼ିଆ ରୁ
Jump to navigation Jump to search

ଅଗସ୍ତ୍ୟ ବୈଦିକ ଯୁଗର ଜଣେ ଋଷି ଥିଲେ । ସେ ବଶିଷ୍ଠ ମୁନିଙ୍କ ବଡ ଭାଇ ଥିଲେ । ପୌରାଣିକ ତଥ୍ୟାନୁସାର ଶ୍ରାବଣ ଶୁକ୍ଳ ପଞ୍ଚମୀ ତିଥୀରେ ସେ କାଶୀରେ (ଖ୍ରୀଷ୍ଟପୂର୍ବ ୩୦୦୦ ମସିହାରେ) ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ସେହି ସ୍ଥାନ ଅଗସ୍ତ୍ୟକୁଣ୍ଡ ନାମରେ ପ୍ରସିଦ୍ଧ । ତାଙ୍କ ପତ୍ନୀ ଲୋପାମୁଦ୍ରା ବିଦର୍ଭ ଦେଶର ରାଜକୁମାରୀ ଥିଲେ । ତାଙ୍କୁ ସପ୍ତଋଷିଙ୍କ ମଧ୍ୟରୁ ଅନ୍ୟତମ ଭାବେ ବିବେଚନା କରାଯାଏ । ମହାଭାରତର ତଥ୍ୟା ଅନୁସାର ଦେବତାଙ୍କ ଅନୁରୋଧ କ୍ରମେ ସେ କାଶୀ ଛାଡି ଦକ୍ଷିଣକୁ ଯାଇ ପରେ ସେଠାରେ ବସବାସ କଲେ । ମହର୍ଷି ଅଗସ୍ତ୍ୟ ରାଜା ଦଶରଥଙ୍କ ରାଜଗୁରୁ ଥିଲେ ।

ମହାରାଣୀ ଅଗସ୍ତ୍ୟଙ୍କୁ ପୁଲସ୍ତ୍ୟ ଋଷିଙ୍କ ପୁତ୍ର ବୋଲି ବିଶ୍ୱାସ କରାଯାଏ । ତାଙ୍କ ଭାଇଙ୍କ ନାମ ବିଶ୍ରବା ଯିଏ କି ରାବଣର ପିତା ଥିଲେ । ପୁଲସ୍ତ୍ୟ ଋଷି ବ୍ରହ୍ମାଙ୍କ ପୁତ୍ର ଥିଲେ । ମହର୍ଷି ଅଗସ୍ତ୍ୟ ବିଦର୍ଭ-ରାଜାଙ୍କ କନ୍ୟା ଲୋପାମୁଦ୍ରାଙ୍କୁ ବିବାହ କରିଥିଲେ, ଯିଏ ଜଣେ ସୁପଣ୍ଡିତା ତଥା ବେଦଜ୍ଞ ଥିଲେ ।

ଅଗସ୍ତ୍ୟଙ୍କ ବିଷୟରେ କୁହାଯାଏ ଯେ ଏକଦା ସେ ନିଜର ମନ୍ତ୍ର ଶକ୍ତି ବଳରେ ସମୁଦ୍ରର ସମସ୍ତ ଜଳ ପିଇଦେଇଥିଲେ । ତାଙ୍କ ମନ୍ତ୍ରଶକ୍ତି ବଳରେ ବିନ୍ଧ୍ୟାଞ୍ଚଳ ପର୍ବତଙ୍କୁ ନତମସ୍ତକ ହେବାକୁ ପଡ଼ିଥିଲା।

ଅଗସ୍ତ୍ୟଙ୍କ ଆଶ୍ରମ[ସମ୍ପାଦନା]

ମହର୍ଷି ଅଗସ୍ତ୍ୟଙ୍କର ଭାରତରେ ଅନେକ ଆଶ୍ରମ ଅଛି ।[୧] ଏହି ମୁଖ୍ୟ ଆଶ୍ରମଗୁଡ଼ିକ ମଧ୍ୟରୁ କେତେକ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ତାମିଲନାଡୁରେ ଅଛି । ତନ୍ମଧ୍ୟରୁ ଗୋଟିଏ ହେଉଛି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର ଅଗସ୍ତ୍ୟମୁନି ନାମକ ସହରରେ । କଥିତ ଅଛି, ମହର୍ଷି ଏଠାରେ ତପ କରି ଆତାପି-ବାତାପି ନାମକ ଦୁଇ ରାକ୍ଷସଙ୍କ ବଧ କରିଥିଲେ । ବର୍ତ୍ତମାନ ମୁନିଙ୍କ ଆଶ୍ରମ ସ୍ଥାନରେ ଏକ ମନ୍ଦିର ରହିଅଛି । ଅଦ୍ୟାପି ନିକଟସ୍ଥ ଅନେକ ଗ୍ରାମରେ ମୁନିଙ୍କୁ ନିଜର ଈଷ୍ଟଦେବ ରୂପେ ଲୋକେ ସମ୍ମାନ ଦିଅନ୍ତି ।

ଦ୍ୱିତୀୟ ଆଶ୍ରମଟି ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଅଛି ।[୨] ମହର୍ଷି ରାମାୟଣ କାଳରେ ଏଠାରେ ବାସ କରୁଥିଲେ । ରାମଙ୍କ ଗୁରୁ ମହର୍ଷି ବଶିଷ୍ଠଙ୍କ ଆଶ୍ରମ ନିକଟରେ ହିଁ ଅଗସ୍ତ୍ୟଙ୍କ ଆଶ୍ରମ ଥିଲା । ଗୁରୁ ବଶିଷ୍ଠଙ୍କ ନିର୍ଦ୍ଦେଶରେ ହିଁ ଶ୍ରୀ ରାମ ଶପଥ ଗ୍ରହଣ କରିଥିଲେ ମୁନି ଋଷିଙ୍କୁ ନିର୍ଯାତନା ଦେଉଥିବା ରାକ୍ଷସ ମାନଙ୍କୁ ବଧ କରିବା ପାଇଁ । ଏହି କାର୍ଯ୍ୟ ପାଇଁ ମହର୍ଷି ଅଗସ୍ତ୍ୟ ଶ୍ରୀ ରାମଙ୍କୁ କେବେ ସରୁ ନ ଥିବା ଏକ ଦୁର୍ଲଭ ତୀରମୁଣି ପ୍ରଦାନ କରିଥିଲେ ।

ଅନ୍ୟ ଏକ ଆଶ୍ରମ ତାମିଲନାଡୁର ତିରୁପତିଠାରେ ଅଛି । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ, ଏକଦା ମହର୍ଷିଙ୍କ ଶିଷ୍ୟ ଥିବା ବିନ୍ଧ୍ୟାଞ୍ଚଳ ପର୍ବତର ଗର୍ବ ବହୁତ ବୃଦ୍ଧି ପାଇଥିଲା ଏବଂ ସେ ନିଜର ଉଚ୍ଚତାକୁ ବହୁଗୁଣିତ କରିଦେଇଥିଲେ । ଏହି କାରଣରୁ ସୂର୍ଯ୍ୟ କିରଣ ପୃଥିବୀରେ ପହଞ୍ଚି ପାରୁ ନ ଥିଲା । ପୃଥିବୀର ଜୀବ ସମସ୍ତ ଏଥିରେ ଭୟଭୀତ ହୋଇ ପଡ଼ିଲେ । ସମସ୍ତ ଦେବତା ମହର୍ଷି ଅଗସ୍ତଙ୍କୁ ବୁଝାଇ ଏହାର ସମାଧାନ୍ହା କରିବାକୁ ପ୍ରାର୍ଥନା କଲେ । ମହର୍ଷି ବିନ୍ଧ୍ୟାଞ୍ଚଳ ପର୍ବତକୁ କହିଥିଲେ ଯେ ତାଙ୍କୁ ତପ କରିବାକୁ ଦକ୍ଷିଣକୁ ଯିବାକୁ ପଡିବ, ତେଣୁ ତାଙ୍କୁ ରାସ୍ତା ଦେବାକୁ ହେବ । ବିନ୍ଧ୍ୟାଞ୍ଚଳ ପର୍ବତ ମୁନିଙ୍କ ପାଦତଳେ ପ୍ରଣାମ କଲେ, ମୁନି ତାଙ୍କୁ ଫେରିବା ପର୍ଯ୍ୟନ୍ତ ପ୍ରଣାମ ଅବସ୍ଥାରେ ରହିବାକୁ କହିଥିଲେ ଏବଂ ପର୍ବତ ପାର ହୋଇ ଦକ୍ଷିଣକୁ ଯାଇଥିଲେ । ଏହା ପରେ ସେ ସେଠାରେ ଏକ ଆଶ୍ରମ ତିଆରି କଲେ ଏବଂ ତପ କଲେ ଏବଂ ସେଠାରେ ରହିବାକୁ ଲାଗିଲେ ।

ଆଧାର[ସମ୍ପାଦନା]

  1. Dalal, Roshen (2010). "Hinduism: An Alphabetical Guide". www.books.google.co.in (in ଇଂରାଜୀ). Penguin Books India. Retrieved 12 July 2021.
  2. "श्री. क्षेत्र अगस्ति ऋषी आश्रम". web.archive.org. 3 September 2014. Retrieved 12 July 2021.