ଅଗର
ଅଗର | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Malvales |
କୁଳ: | Thymelaeaceae |
ପ୍ରଜାତି: | Aquilaria |
ଜାତି: | A. malaccensis |
ବାଇନୋମିଆଲ ନାମ | |
Aquilaria malaccensis Lamk.
| |
Synonyms | |
A. agallocha,[୧] |
ଇଣ୍ଡୋମାଲେସିଆନ ପ୍ରଜାତିର ୧୫ ପ୍ରକାର ବୃକ୍ଷ ମଧ୍ୟରୁ ଅଗର ବା ଅଗୁରୁ ହେଉଛି ଏକ । ଏହା ଥିମିଲେସ କୁଳର ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏହା ଏକ ଲମ୍ବା ଚିରହରିତ ବୃକ୍ଷ । ଏହାର ଲମ୍ବ ପାଖାପାଖି ୪୦ମିଟର ଯାଏ ବଢ଼ିଥାଏ ଏବଂ ମୋଟେଇ ୧.୫ରୁ ୨.୫ମିଟର ଯାଏ ହୋଇଥାଏ । ସମୁଦ୍ର ପତନଠାରୁ ୧୦୦୦ ମିଟର ଉଚ୍ଚତା ଭିତରେ ଏହି ବୃକ୍ଷମାନ ବଢ଼ିଥାନ୍ତି । ଭାରତ, ବାଙ୍ଗଲାଦେଶ, ଭୁଟାନ, ଇଣ୍ଡୋନେସିଆ, ମାଲେସିଆ, ମିଆଁମାର, ଫିଲିପାଇନସ, ସିଙ୍ଗାପୁର ଏବଂ ଥାଇଲାଣ୍ଡରେ ଏହି ଗଛ ବହୁଳ ଭାବରେ ଦେଖାଯାଏ । ଏହି ଗଛର କାଠ ଅତ୍ୟନ୍ତ ମୂଲ୍ୟବାନ ହୋଇଥାଏ । ଏହି କାଠଗୁଡ଼ିକ ଔଷଧ ପାଇଁ ମୁଖ୍ୟ ଦରକାରୀ ପଦାର୍ଥ ।[୨]
ଜୀବନ ଏବଂ ଆକାର
[ସମ୍ପାଦନା]ଅଗର ବୃକ୍ଷ ବିଭିନ୍ନ ପ୍ରକାରର ମାଟିରେ ବଢ଼ିଥାଏ । ପଥୁରିଆ, ବାଲିଆ, କେଲୁଆ ତଥା ଉର୍ବର ମାଟିରେ ଏହି ଗଛ ଭଲଭାବରେ ବଢ଼ିପାରେ । ଏହି ବୃକ୍ଷ ସାଧାରଣତଃ ସମୁଦ୍ରପତନଠାରୁ ୦ରୁ ୮୫୦ ମିଟର ମଧରେ ବଢ଼ିଥାଏ ଏବଂ ସର୍ବୋଚ୍ଚ ୧୦୦୦ମିଟର ଭିତରେ ଭଲଭାବରେ ବଢ଼ିପାରେ । ଏହି ବୃକ୍ଷଗୁଡ଼ିକୁ ବଢ଼ିବା ପାଇଁ ସାଧାରଣତଃ ୨୦ରୁ ୨୨ ଡୀଗ୍ରୀ ତାପମାତ୍ରା ଆବଶ୍ୟକ ହୋଇଥାଏ ।
ଅଗର ଗଛରେ ମୁଖ୍ୟତଃ ୭ରୁ ୯ ବର୍ଷ ମଧ୍ୟରେ ଫୁଲ ଏବଂ ଫଳ ଆସିଥାଏ । ଏବଂ ମଧ୍ୟମ ଧରଣର ବୃକ୍ଷମାନ ୧.୫କିଲୋଗ୍ରାମ ପର୍ଯ୍ୟନ୍ତ ମଞ୍ଜି ଉତ୍ପନ କରିପାରେ । ମାଲେସିଆର ଜଙ୍ଗଲରେ ଏହି ଗଛର ମୋଟେଇ ବର୍ଷକୁ ହାରାହାରି ୦.୩୩ ସେଣ୍ଟିମିଟର ବଢ଼ିଥାଏ । ଏହି ଗଛଗୁଡ଼ିକ ୪୦ ମିଟର ଉଚ୍ଚ ହୋଇଥିବା ବେଳେ ଏହାର ଡାଳ ଗୁଡ଼ିକ ପାଖାପାଖି ୬୦ ସେଣ୍ଟିମିଟର ଯାଏ ମୋଟା ହୋଇଥାଏ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Broad, S. (1995) "Agarwood harvesting in Vietnam" TRAFFIC Bulletin 15:96
- ↑ Anonymous (November 2003) "Annex 2: Review of Significant Trade: Aquilaria malaccensis" Significant trade in plants: Implementation of Resolution Conf. 12.8: Progress with the Implementation of Species Reviews (CITES PC14 Doc.9.2.2) Archived 2012-02-06 at the Wayback Machine. Fourteenth meeting of the Plants Committee, Convention on International Trade in Endangered Species of Wild Fauna and Flora, Windhoek, Namibia