ଅଖିଳ ସାଉଁଣ୍ଟା

ଉଇକିପିଡ଼ିଆ‌ରୁ
(ଅଖିଳ ସୁଁଟାରୁ ଲେଉଟି ଆସିଛି)
ଅଖିଳ ସାଉଁଣ୍ଟା
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଅନନ୍ତରାମ ମାଝି
ପର ଅଧିକାରୀଅନନ୍ତରାମ ମାଝି
ନିର୍ବାଚନ ମଣ୍ଡଳୀଲକ୍ଷ୍ମୀପୁର
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀଅନନ୍ତରାମ ମାଝି
ପର ଅଧିକାରୀଅନନ୍ତରାମ ମାଝି
ନିର୍ବାଚନ ମଣ୍ଡଳୀଲକ୍ଷ୍ମୀପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1938-11-01)୧ ନଭେମ୍ବର ୧୯୩୮
ମୃତ୍ୟୁ୨୦ ମାର୍ଚ୍ଚ ୨୦୧୮(2018-03-20) (ବୟସ ୭୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ପାର୍ଟି
ଜୀବନ ସାଥୀକମଳା ସାଉଁଣ୍ଟା
ବାପା/ବୋଉଗୋବରୀ ସାଉଁଣ୍ଟା (ବାପା)
ବୃତ୍ତିରାଜନୀତିଜ୍ଞ

ଅଖିଳ ସାଉଁଣ୍ଟା (୧ ନଭେମ୍ବର ୧୯୩୮ - ୧ ମାର୍ଚ୍ଚ ୨୦୧୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୭୭ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଲକ୍ଷ୍ମୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଅଖିଳ ସାଉଁଣ୍ଟା ୧୯୩୮ ମସିହାର ନଭେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋବରୀ ସାଉଁଣ୍ଟା ଓ ପତ୍ନୀଙ୍କ ନାମ କମଳା ସାଉଁଣ୍ଟା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଅଖିଳ ସାଉଁଣ୍ଟା ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ପାର୍ଟିରେ ଓ ପରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Akhilo Saunta". odishaassembly.nic.in. Odisha Assembly. Retrieved 23 February 2022.