ଅଂଶୁଲା କାନ୍ତ

ଉଇକିପିଡ଼ିଆ‌ରୁ
ଅଂଶୁଲା କାନ୍ତ
ବିଶ୍ୱ ବ୍ୟାଙ୍କ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ
Assumed office
ଅକ୍ଟୋବର ୭, ୨୦୧୯
ରାଷ୍ଟ୍ରପତିଡେଭିଡ ମାଲପାସ
ଅଜୟ ବଙ୍ଗ
ପୂର୍ବ ଅଧିକାରୀକ୍ରିଷ୍ଟାଲିନା ଜର୍ଜିଆଭା (ମୁଖ୍ୟ କାର୍ଯ୍ୟନିର୍ବାହୀ)
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ
କାର୍ଯ୍ୟକାଳ
7 ସେପ୍ଟେମ୍ବର 2018 (2018-09-07) – 31 ଅଗଷ୍ଟ 2019 (2019-08-31)
ପୂର୍ବ ଅଧିକାରୀବି. ଶ୍ରୀରାମ
ପର ଅଧିକାରୀପି. କେ. ଗୁପ୍ତା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1960-09-07) ୭ ସେପ୍ଟେମ୍ବର ୧୯୬୦ (ବୟସ ୬୩)
ରୁର୍କି, ଉତ୍ତରପ୍ରଦେଶ, ଭାରତ
ଶିକ୍ଷାଦିଲ୍ଲୀ ବିଶ୍ୱବିଦ୍ୟାଳୟ ( BA, MA)

ଅଂଶୁଲା କାନ୍ତ (ଜନ୍ମ ୭ ସେପ୍ଟେମ୍ବର ୧୯୬୦) ଜଣେ ଭାରତୀୟ ବ୍ୟାଙ୍କ ମ୍ୟାନେଜର ଅଟନ୍ତି । ସେ ବର୍ତ୍ତମାନ ବିଶ୍ୱ ବ୍ୟାଙ୍କ ଗ୍ରୁପର ମୁଖ୍ୟ ଆର୍ଥିକ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ଅଟନ୍ତି । ସେ ଏହି ପଦବୀରେ ୧୨ ଜୁଲାଇ ୨୦୧୯ ମସିହାରେ ନିଯୁକ୍ତ ହୋଇଥିଲେ ।[୧][୨][୩] ଏହାପୂର୍ବରୁ ସେ ୭ ସେପ୍ଟେମ୍ବର ୨୦୧୮ ମସିହାରୁ ୩୧ ଅଗଷ୍ଟ ୨୦୧୯ ମସିହା ପର୍ଯ୍ୟନ୍ତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଥିଲେ । ସେ ଭାରତର ଉତ୍ତରାଖଣ୍ଡର ରୁର୍କିର ମୂଳ ବାସିନ୍ଦା ଅଟନ୍ତି ।[୪]

ପ୍ରାଥମିକ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ଅଂଶୁଲା କାନ୍ତ ୭ ସେପ୍ଟେମ୍ବର ୧୯୬୦ ମସିହାରେ ଭାରତର ଉତ୍ତରାଖଣ୍ଡର ରୁର୍କିରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୯ ମସିହାରେ ନୂଆଦିଲ୍ଲୀର ଲେଡି ଶ୍ରୀରାମ କଲେଜରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ତା’ପରେ ୧୯୮୧ ମସିହାରେ ସେ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ସେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କର୍ସର ଜଣେ ସ୍ୱୀକୃତିପ୍ରାପ୍ତ ସହକର୍ମୀ ଅଟନ୍ତି ।[୫]

କାର୍ଯ୍ୟ ଜୀବନ[ସମ୍ପାଦନା]

୧୯୮୩ ମସିହାରେ ଅଂଶୁଲା କାନ୍ତ ଟ୍ରେନିଂ ଅଫିସର ଭାବରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ମୁଖ୍ୟ ଜେନେରାଲ ମ୍ୟାନେଜର (ମହାରାଷ୍ଟ୍ର ଏବଂ ଗୋଆ ଶାଖା), ଷ୍ଟେଟ ବ୍ୟାଙ୍କିଙ୍ଗ ଗ୍ରୁପ ଅପରେସନ୍ସର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ତଥା ଏସବିଆଇ ସିଙ୍ଗାପୁର ଶାଖାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ । ସେପ୍ଟେମ୍ବର ୨୦୧୮ ମସିହାରେ, ସେ ଦୁଇ ବର୍ଷ ଧରି ଏସବିଆଇର ପରିଚାଳନା ନିର୍ଦ୍ଦେଶକ ଏବଂ ବ୍ୟାଙ୍କ ବୋର୍ଡ ସଦସ୍ୟ ଥିଲେ ।[୬][୭]

ଜୁଲାଇ ୧୨, ୨୦୧୯ ମସିହାରେ, ସେ ବିଶ୍ୱ ବ୍ୟାଙ୍କ ଗୋଷ୍ଠୀର ମୁଖ୍ୟ ଆର୍ଥିକ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ୭ ଅକ୍ଟୋବର, ୨୦୧୯ ମସିହାରୁ ଆରମ୍ଭ ହୋଇଥିଲା ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଅଂଶୁଲା କାନ୍ତ ଉତ୍ତରପ୍ରଦେଶର ବାରାଣାସୀର ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ସଞ୍ଜୟ କାନ୍ତଙ୍କୁ ବିବାହ କରିଛନ୍ତି । ତାଙ୍କର ସିଦ୍ଧାର୍ଥ ନାମକ ଏକ ପୁତ୍ର ଏବଂ ନୁପୁର ନାମକ ଏକ ଝିଅ ଅଛନ୍ତି ।[୮]

ଆଧାର[ସମ୍ପାଦନା]

  1. "Explained: Anshula Kant's journey from SBI to World Bank". The Indian Express (in Indian English). 13 July 2019. Retrieved 13 July 2019.
  2. "SBI MD Anshula Kant appointed World Bank CFO and MD". www.businesstoday.in. Retrieved 13 July 2019.
  3. Kumar, Sanjay (13 July 2019). "World Bank appoints Anshula Kant as MD, CFO". BFSI (in ଆମେରିକୀୟ ଇଂରାଜୀ). Retrieved 13 July 2019.
  4. Bhakta, Pratik (21 October 2015). "Meet SBI CFO Anshula Kant, the woman who busted myths and ran a bank like a start up". The Economic Times. Retrieved 13 July 2019.
  5. "Who is Anshula Kant, the new State Bank of India (SBI) MD?". Zee Business (in ଇଂରାଜୀ). 11 September 2018. Retrieved 13 July 2019.
  6. "Anshula Kant appointed new SBI MD; to serve till September 2020". www.businesstoday.in. Retrieved 13 July 2019.
  7. "Anshula Kant appointed SBI Managing Director: Here's her journey from Probationary Officer to MD". The Financial Express (in ଆମେରିକୀୟ ଇଂରାଜୀ). 7 September 2018. Retrieved 13 July 2019.
  8. "Fond of malai pua, World Bank's new CFO Anshula Kant has a strong Varanasi connection". Hindustan Times (in ଇଂରାଜୀ). 15 July 2019. Retrieved 15 July 2019.