ମୀନା ରେଡ଼ିଓ

ଉଇକିପିଡ଼ିଆ‌ରୁ

ୟୁନିସେଫ ପରାମର୍ଶ କ୍ରମେ ୨୦୧୪ ମସିହାରେ ଆରମ୍ଭ ହୋଇଥିଲା ମୀନା ରେଡ଼ିଓ କାର୍ଯ୍ୟକ୍ରମ ।ସର୍ବଶିକ୍ଷା ଅଭିଯାନରେ ମୟୁରଭଞ୍ଜଜିଲ୍ଲାର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ମୀନାର ଦୁନିଆ କାର୍ଯ୍ୟକ୍ରମ ଶୁଣିବା ପାଇଁ ଯୋଗାଯାଇଥିଲା ରେଡ଼ିଓ । ସେହି ରେଡ଼ିଓ ମୀନା ରେଡ଼ିଓ ଭାବେ ନାମିତ ।

ଉଦ୍ଦେଶ୍ୟ[ସମ୍ପାଦନା]

ଅପରାହ୍ଣ ୨ଟା ୨୪ ମିନିଟରୁ ୩ଟା ୧୫ ମିନିଟ ଯାଏଁ ଅଧଘଣ୍ଟା ପାଇଁ ଶିକ୍ଷା ମୂଳକ କାର୍ଯ୍ୟକ୍ରମ ପ୍ରସାରଣ କରି ସ୍କୁଲ ପିଲାଙ୍କୁ ପାଠପ୍ରତି ଆକୃଷ୍ଟ କରିବା ଏହି ରେଡ଼ିଓ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ।

ପରିଚାଳନା[ସମ୍ପାଦନା]

ମୟୁରଭଞ୍ଜ ଜିଲ୍ଲାର ମୋଟ ୫,୩୭୮ଟି ଉଚ୍ଚ ଓ ନିମ୍ନ ପ୍ରାଥମିକ ବିଦ୍ୟାଳୟକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଓଡ଼ିଶା ପ୍ରାଥମିକ ଶିକ୍ଷା ଯୋଜନା କର୍ତ୍ତୃପକ୍ଷ ଓପେପାର ନିର୍ଦ୍ଦେଶକ ମୟୁରଭଞ୍ଜ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ସଂଯୋଜକ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ଚିଠି ସଂଖ୍ୟା ୪୫୯୦/ତା ୭.୬.୨୦୧୪ରେ ମୟୁରଭଞ୍ଜ ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟମାନଙ୍କ ପାଇଁ ରେଡ଼ିଓ କିଣିବାକୁ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକ୍ରମ ଅନୁଯାୟୀ ଜିଲ୍ଲାରେ ମୋଟ ୮୦ ଲକ୍ଷ ୬୮ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା ।

ଗୋଟିଏ ରେଡ଼ିଓ କିଣା ବାବଦକୁ ୧୫୦୦ଟଙ୍କା ଖର୍ଚ୍ଚ ହୋଇଛି । ୧୫୦୦ଟଙ୍କାରେ ଗୋଟିଏ ରେଡ଼ିଓ ସହିତ ୬ଟି ବ୍ୟାଟେରୀ, ଗୋଟିଏ ଆମ୍ପ୍ଳିଫାୟାର ଯୋଗାଇଦେବାର ନିୟମ ରହିଥିଲା ।

ମୀନା ରେଡ଼ିଓ ଦୁର୍ନୀତି[ସମ୍ପାଦନା]

ଏହି ରେଡ଼ିଓ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବାର ଜଣାପଡ଼ିଥିଲା । କେତେକ ବିଦ୍ୟାଳୟରେ ଜମାରୁ ରେଡ଼ିଓ କିଣାନଯାଇ କାଗଜ କଲମରେ ପଇସା ଉଠାଯାଇଥିଲା । କିଛି ବିଦ୍ୟାଳୟରେ ଯେଉଁ ରେଡ଼ିଓ ମିଳିଥିଲା ତାହାର ବଜାର ଦର ପାଖାପାଖି ୬୦୦ଟଙ୍କା ହେବ । ମଇ ୨୦୧୬ରେ ମୀନା ରେଡ଼ିଓ ଦୁର୍ନୀତି ଅଭିଯୋଗ ନେଇ ମୟୁରଭଞ୍ଜ ଜିଲ୍ଲାପାଳ ଏହାର ତଦନ୍ତ ପାଇଁ ନିଷ୍ପତି ନେଇଥିଲେ ।[୧]

ଆଧାର[ସମ୍ପାଦନା]

  1. "ମୀନା ରେଡ଼ିଓ ଗାଏବ". ସମ୍ବାଦ. 23 May 2016. Retrieved 29 May 2016.