ମେସୋଥେଲିଓମା

ଉଇକିପିଡ଼ିଆ‌ରୁ
ମେସୋଥେଲିଓମା
ମ୍ୟାଲିଗନାଣ୍ଟ ମେସୋଥେଲିଓମା
ସିଟି ସ୍କାନରେ ମେଡ଼ିଆସ୍ଟାଇନମ୍‌ର ବାମ ପାର୍ଶ୍ୱରେ ବର୍ଦ୍ଧିତ ଲସିକା ଗ୍ରନ୍ଥି ସ‌ହିତ ମେସୋଥେଲିଓମା ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOncology
ଆଇସିଡ଼ି-୧୦C45.
ଆଇସିଡ଼ି-୯-ସିଏମ୍163
ଆଇସିଡ଼ି-ଓଛାଞ୍ଚ:ICDO-9055
ଓଏମ୍‌ଆଇଏମ୍156240
ରୋଗ ଡାଟାବେସ8074
ମେଡ଼ିସିନ-ପ୍ଲସ000115
ଇ-ମେଡ଼ିସିନmed/1457
MeSHD008654

ମେସୋଥେଲିଓମା ଏକ ପ୍ରକାର କର୍କଟ ରୋଗ ଯାହା ଦେହ ଭିତରେ ଥିବା ଅନେକ ଅଙ୍ଗମାନଙ୍କୁ ଘୋଡ଼େଇ ରଖୁଥିବା ପତଳା ଆସ୍ତରଣ, ମେସୋଥେଲିମରୁ ଜାତ ହୁଏ । [୧] ଛାତି ଓ ଫୁସଫୁସର ଆସ୍ତରଣରୁ ଅଧିକାଂଶ ମେସୋଥେଲିଓମା ବାହାରେ ।[୨][୩] ଅଳ୍ପ ସାଧାରଣ ଭାବରେ ଉଦର ଅଭ୍ୟନ୍ତର ଆସ୍ତରଣରୁ, କ୍ୱଚିତ୍ ହୃତ୍‌ପିଣ୍ଡର ଖୋଳରୁ,[୪]ଟେସ୍ଟିସ୍‌ରୁ ଏହା ବାହାରେ ।[୨][୫] ଏହି ରୋଗର ଚିହ୍ନ ଓ ଲକ୍ଷଣ:- ପ୍ଲୁରା ଭିତରେ ତରଳ ପଦାର୍ଥ ଜମିଯିବାରୁ ଛୋଟ ଶ୍ୱାସକ୍ରିୟା, ସ୍ଫୀତ ଉଦର, ଛାତି କାନ୍ଥ ଯନ୍ତ୍ରଣା, କାଶ, ଥକ୍କାଣ ଓ ଓଜନ ହ୍ରାସ ।[୨] ଏହି ଲକ୍ଷଣ ସମୂହ ଧୀରେ ଧୀରେ ଆସେ ।[୬]

ମେସୋଥେଲିଓମା ରୋଗୀଙ୍କ ମଧ୍ୟରୁ ୮୦% ଲୋକ ଆଜବେସ୍ଟସ ସଂସ୍ପର୍ଶରେ ଆସିଥାଆନ୍ତି । ଅଧିକ ସଂସ୍ପର୍ଶରେ ଆସିଲେ ଅଧିକ ସଙ୍କଟରେ ପଡ଼ନ୍ତି ।[୩] ସନ ୨୦୧୩ ସୁଦ୍ଧା ୧୨୫ ନିୟୁର ଲୋକ ନିଜ ଧନ୍ଦାରେ ଆଜବେସ୍ଟସ ସଂସ୍ପର୍ଶରେ ଆସିଛନ୍ତି ।[୭] ଆଜବେସ୍ଟସ ଖଣିରେ କାମ କରୁଥିବା ଲୋକ, ଆଜବେସ୍ଟସରୁ ପ୍ରସ୍ତୁତ କରୁଥିବା ଲୋକ, ଆଜବେସ୍ଟସ ପ୍ରସ୍ତୁତ ଜିନିଷ ସଂସ୍ପର୍ଶ, ଆଜବେସ୍ଟସ ମୂଲିଆଙ୍କ ସ‌ହିତ ରହୁଥିଲେ ବା ଆଜବେସ୍ଟସ ଥିବା ବିଲ୍‌ଡିଙ୍ଗରେ କାମ କରୁଥିଲେ ଏହି ରୋଗ ସଙ୍କଟ ଅନେକ ଅଧିକ ହୁଏ । ଅଧିକାଂଶ କ୍ଷେତ୍ରରେ ଏହି ରୋଗ ହେବାକୁ ପ୍ରାୟ ୪୦ ବର୍ଷ ଲାଗିଯାଏ । [୩] ଆଜବେସ୍ଟସ ଶ୍ରମିକର ଲୁଗା ଧୋଇଲେ ମଧ୍ୟ ରୋଗ ସଙ୍କଟ ଅଛି ।[୭] ଅନ୍ୟାନ୍ୟ ସଙ୍କଟ କାରକ ଅବସ୍ଥାମାନଙ୍କ ନାମ ଯଥାକ୍ରମେ ଜେନେଟିକ୍, ସିମିଆନ ଭୁତାଣୂ ୪୦ର ସଂକ୍ରମଣ ।[୩] ଛାତି ଏକ୍ସ-ରେସିଟି ସ୍କାନ ଦେଖି ରୋଗ ସନ୍ଦେହ କରାଯାଏ ଓ କର୍କଟରୁ ବାହାରୁଥିବା ତରଳ ପଦାର୍ଥର ସାଇଟୋଲୋଜି କିମ୍ବା ତନ୍ତୁ ବାୟୋପ୍ସି କରି ରୋଗ ନିଧାର୍ଯ୍ୟ କରାଯାଏ ।[୬]

ଆଜବେସ୍ଟସ ସଂସ୍ପର୍ଶରେ ନ ଆସିବା ହିଁ ଏହାର ପ୍ରତିଷେଧ ।[୮] ଅପରେଶନ, ରାଡିଏସନ୍ ଥେରାପିକେମୋଥେରାପି ସାହାଯ୍ୟରେ ଏହାର ଚିକିତ୍ସା କରାଯାଏ ।ପ୍ଲୁରୋଡେସିସ୍ ନାମକ ଏକ ପ୍ରକ୍ରିୟା ସାହାଯ୍ୟରେ ପ୍ଲୁରାର ଦୁଇ ପ୍ରସ୍ତକୁ ଟାଲ୍କ ଭଳି ପଦାର୍ଥଦ୍ୱାରା ଯୋଡ଼ି ଦିଆଯିବା ଫଳରେ ଫୁସଫୁସ ଚାରିଆଡ଼େ ତରଳ ପଦାର୍ଥ ଜମିପାରେ ନାହିଁ ।[୯] କେମୋଥେରାପି ପଦ୍ଧତିରେ ସିସ୍‌ପ୍ଲାଟିନ୍ପେମେଟ୍ରେକ୍ସଡ୍ ଦିଆଯାଏ ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ନିର୍ଣ୍ଣୟ ହେବା ପରେ ରୋଗୀଙ୍କ ବଞ୍ଚିବା ହାର ୮% ଅଛି ।[୧୦]

ସନ ୨୦୧୩ରେ ମେସୋଥେଲିଓମା ରୋଗରେ ୫୦,୦୦୦ ଲୋକ ପୀଡ଼ିତ ହୋଇ ୩୪,୦୦୦ ଲୋକ ମୃତ୍ୟୁ ମୁଖରେ ପତିତ ହୋଇଥିଲେ ।[୧୧][୧୨] ପୃଥିବୀର ବିଭିନ୍ନ ସ୍ଥାନରେ ଏହି ରୋଗ ହାର ଭିନ୍ନ ଭିନ୍ନ ହୋଇଥାଏ । ଅଷ୍ଟ୍ରେଲିଆ ଓ ଗ୍ରେଟ ବ୍ରିଟେନରେ ଏହି ହାର ଅଧିକ ହୋଇଥିବା ବେଳେ ଜାପାନରେ କମ୍ ଥାଏ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଷକୁ ପ୍ରାୟ ୩,୦୦୦ ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୧୩] ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଏହି ରୋଗ ଅଧିକ ହୁଏ । ସନ ୧୯୫୦ ପରଠାରୁ ଏହି ରୋଗ ହାର ବଢ଼ିଚାଲିଛି । ସ୍ୱାଭାବିକ ଭାବରେ ଏହି ରୋଗ ୬୫ ବର୍ଷ ବୟସ ପରେ ଆରମ୍ଭ ହୁଏ ଓ ୭୦ବର୍ଷ ପାଖାପାଖି ମୃତ୍ୟୁ ହୁଏ । ଆଜବେଶ୍ଟସ୍‌ର ବ୍ୟବସାୟୀକ ବ୍ୟବ‌ହାର ପୂର୍ବରୁ ଏହି ରୋଗ କ୍ୱଚିତ୍ ହେଉଥିଲା ।[୩]

ଆଧାର[ସମ୍ପାଦନା]

  1. "Malignant Mesothelioma—Patient Version". NCI. Retrieved 3 April 2016.
  2. ୨.୦ ୨.୧ ୨.୨ "Malignant Mesothelioma Treatment–Patient Version (PDQ®)". NCI. September 4, 2015. Retrieved 3 April 2016.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Robinson, BM (November 2012). "Malignant pleural mesothelioma: an epidemiological perspective". Annals of cardiothoracic surgery. 1 (4): 491–6. PMID 23977542.
  4. Sardar, MR; Kuntz, C; Patel, T; Saeed, W; Gnall, E; Imaizumi, S; Lande, L (2012). "Primary pericardial mesothelioma unique case and literature review". Texas Heart Institute journal / from the Texas Heart Institute of St. Luke's Episcopal Hospital, Texas Children's Hospital. 39 (2): 261–4. PMID 22740748.
  5. Panou, V; Vyberg, M; Weinreich, UM; Meristoudis, C; Falkmer, UG; Røe, OD (June 2015). "The established and future biomarkers of malignant pleural mesothelioma". Cancer treatment reviews. 41 (6): 486–95. PMID 25979846.
  6. ୬.୦ ୬.୧ ୬.୨ Kondola, S; Manners, D; Nowak, AK (12 February 2016). "Malignant pleural mesothelioma: an update on diagnosis and treatment options". Therapeutic advances in respiratory disease. PMID 26873306.
  7. ୭.୦ ୭.୧ Gulati, M; Redlich, CA (March 2015). "Asbestosis and environmental causes of usual interstitial pneumonia". Current opinion in pulmonary medicine. 21 (2): 193–200. PMID 25621562.
  8. Whittemore, Alice S. (2006). Cancer epidemiology and prevention (3rd ed. ed.). Oxford: Oxford University Press. p. 669. ISBN 9780199747979. {{cite book}}: |edition= has extra text (help)
  9. "Malignant Mesothelioma Treatment–Patient Version (PDQ®)". NCI. September 4, 2015. Retrieved 3 April 2016.
  10. "Age-Adjusted SEER Incidence and U.S. Death Rates and 5-Year Relative Survival (Percent) By Primary Cancer Site, Sex and Time Period" (pdf). NCI. Retrieved 3 April 2016.
  11. Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). 386 (9995): 743–800. PMID 26063472. {{cite journal}}: |first1= has generic name (help)CS1 maint: numeric names: authors list (link)
  12. GBD 2013 Mortality and Causes of Death, Collaborators (10 January 2015). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet (London, England). 385 (9963): 117–71. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  13. "What are the key statistics about malignant mesothelioma?". American Cancer Society. 2016-02-17. Retrieved 3 April 2016.