ସାର୍କଏଡୋସିସ୍

ଉଇକିପିଡ଼ିଆ‌ରୁ
ସାର୍କଏଡୋସିସ୍
ଏକ୍ସ-ରେ ଚିତ୍ର- ଫୁସଫୁସ ବେସ୍‌ରେ ସାର୍କଏଡୋସିସ୍ ନୋଡ୍ୟୁଲ ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣsar-koy-DO-sis
ସ୍ପେଶାଲିଟିRheumatology
ଆଇସିଡ଼ି-୧୦D86.
ଆଇସିଡ଼ି-୯-ସିଏମ୍135
ଓଏମ୍‌ଆଇଏମ୍181000
ରୋଗ ଡାଟାବେସ11797
ମେଡ଼ିସିନ-ପ୍ଲସ000076
ଇ-ମେଡ଼ିସିନmed/2063
Patient UKସାର୍କଏଡୋସିସ୍
MeSHD012507

ସାର୍କଏଡୋସିସ୍, ଅନ୍ୟ ନାମ ସାର୍କଏଡ୍, ଏକ ରୋଗ ଯେଉଁଥିରେ ପ୍ରଦାହକାରୀ କୋଷ ଏକ ପିଣ୍ଡୁଳା ଆକାର ଧାରଣ କରିଥାଏ ଓ ତାକୁ ଗ୍ରାନୁଲୋମା କୁହାଯାଏ ।[୧] ସାଧାରଣତଃ ଏହି ରୋଗ ଫୁସଫୁସ, ଚର୍ମ ଓ ଲସିକା ଗ୍ରନ୍ଥିରେ ଆରମ୍ଭ ହୁଏ । ଏହା ଚକ୍ଷୁ, ଯକୃତ, ହୃତ୍‌ପିଣ୍ଡ ଓ ମସ୍ତିଷ୍କ‌କୁ ମଧ୍ୟ ଆକ୍ରମଣ କରିପାରେ । ଅଧିକନ୍ତୁ ଯେ କୋଣସି ଅଙ୍ଗ ଆକ୍ରାନ୍ତ ହୋଇପାରେ । ଆକ୍ରାନ୍ତ ଅଙ୍ଗ ଉପରେ ଲକ୍ଷଣ ନିର୍ଭର କରେ । ଅଧିକାଂଶ ସମୟରେ କୌଣସି ଲକ୍ଷଣ ନ ଥାଏ ବା ସାମାନ୍ୟ ଲକ୍ଷଣ ଥାଏ ।[୧] ଫୁସଫୁସ ଆକ୍ରାନ୍ତ ହେଲେ ସଁସଁ ଶ୍ୱାସ ଶବ୍ଦ, କାଶ, ଛୋଟ ଶ୍ୱାସ କ୍ରିୟା ବା ଛାତି ଯନ୍ତ୍ରଣା ହୁଏ ।[୨] କେତେକ ଲୋକଙ୍କର ଲୋଫଗ୍ରେନ ସିଣ୍ଡ୍ରୋମ ଥାଏ ଯେଉଁଥିରେ ଜ୍ୱର, ବଡ଼ ଲସିକା ଗ୍ରନ୍ଥି, ଗଣ୍ଠି ପ୍ରଦାହ ହୁଏ ଓ ଏରିଦେମା ନୋଡୋସମ୍ ନାମକ ରାସ୍ ବାହାରେ । [୧]

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।.[୧] ସଂକ୍ରମଣ ବା ଜେନେଟିକ ସଂବେଦନଶୀଳ ଲୋକର ରାସାୟନିକ ଦ୍ରବ୍ୟ ସଂସ୍ପର୍ଶ ଏକ ଟ୍ରିଗର ଭଳି ଇମ୍ମ୍ୟୁନିଟି ପ୍ରତିକ୍ରିୟାକୁ ସଜାଗ କରିବା ଯୋଗୁ ଏହି ରୋଗ ହେବା ଅନେକ ବିଶ୍ୱାସ କରନ୍ତି ।.[୩][୪] ପରିବାରରେ ଏହି ରୋଗ ଥିଲେ ଅନ୍ୟ ସଭ୍ୟଙ୍କର ରୋଗ ସଙ୍କଟ ଅଧିକ ରହେ ।[୫] ଲକ୍ଷଣ ଓ ଚିହ୍ନ ଦେଖି ବାୟୋପ୍ସି ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ଫୁସଫୁସ ମୂଳରେ ବୃଦ୍ଧି ପ୍ରାପ୍ତ ଲସିକା ଗ୍ରନ୍ଥି ଥିଲେ ଓ ସାଧାରଣ ପାରାଥାଇରଏଡ ହରମୋନ ସ୍ତର ଥାଇ ରକ୍ତ କ୍ୟାଲସିୟମ ସ୍ତର ଅଧିକ ଥିଲେ ଏହି ରୋଗ ଥିବା ଯୁକ୍ତି ଯୁକ୍ତ ମନେହୁଏ । ଯକ୍ଷ୍ମା ଭଳି ସମାନ ଲକ୍ଷଣ ଥିବା ରୋଗମାନଙ୍କୁ ପ୍ରଥମେ ପରୀକ୍ଷା କରି ଦୂର କରିବା ପରେ ଏହି ରୋଗ ନିର୍ଣ୍ଣୟ ସମ୍ଭବ ହୁଏ ।[୬]

ଅନେକ ଲୋକ ବିନା ଚିକିତ୍ସାରେ କିଛି ବର୍ଷ ମଧ୍ୟରେ ଆରୋଗ୍ୟ ଲାଭ କରନ୍ତି ।[୧][୭] କେତେକ ଲୋକଙ୍କର ରୋଗ ଦୀର୍ଘକାଳ ଧରି ରହେ ବା ସାଂଘାତିକ ହୋଇଯାଏ ।[୭] ଆଇବୁପ୍ରୋଫେନ ଭଳି ପ୍ରଦାହରୋଧୀ ଔଷଧ ଦେଲେ କେତେକ ରୋଗୀ ଉପକୃତ ହୁଅନ୍ତି ।[୮] ଅଧିକ ସମସ୍ୟା ଥିଲେ ସ୍ଟିରଏଡ ଦିଆଯାଏ । ସ୍ଟିରଏଡର ପାର୍ଶ୍ୱ ପ୍ରତିକ୍ରିୟା କମ କରିବାକୁ ବେଳେ ବେଳେ ମେଥୋଟ୍ରେକସେଟ, କ୍ଳୋରୋକୁଇନ ବା ଆଜାଥାୟୋପ୍ରିନ ଦିଆଯାଏ । [୯] ୧ରୁ ୭ % ମୃତ୍ୟୁ ସଙ୍କଟ ଅଛି । [୭] ପୂର୍ବରୁ ଏହି ରୋଗ ଥିବା ଲୋକର ଆଉଥରେ ରୋଗ ହେବା ସମ୍ଭାବନା ୫%ରୁ କମ ଥାଏ ।[୧]

ସନ ୨୦୧୩ରେ ସାରା ପୃଥିବୀରେ ସାର୍କଏଡୋସିସ୍ ଓ ଇଣ୍ଟରସ୍ଟିସିଆଲ ଲଙ୍ଗସ୍ ଡିଜିଜ୍ ରୋଗ ୫୯୫,୦୦୦ ଲୋକଙ୍କୁ ଆକ୍ରମଣ କରିଥିଲା । [୧୦] ଏହି ଦୁଇ ରୋଗ ଯୋଗୁ ୪୭୧,୦୦୦ ଲୋକ ମୃତ୍ୟୁବରଣ କରିଥିଲେ ।[୧୧] ସ୍କାଣ୍ଡିନେଭିଆ ଲୋକଙ୍କୁ ଏହି ରୋଗ ଅଧିକ ଆକ୍ରମଣ କରୁଥିଲେ ମଧ୍ୟ ସାରା ବିଶ୍ୱରେ ଏହା ଦେଖାଯାଏ । ଯୁକ୍ତରାଷ୍ଟ୍ର ଆମେରିକାର ଗୋରା ଲୋକ ଅପେକ୍ଷା କଳା ଲୋକ ଅଧିକ ଆକ୍ରାନ୍ତ ହୁଅନ୍ତି ।[୧୨] ଏହି ରୋଗ ୨୦ରୁ ୫୦ ବର୍ଷ ବୟସ ମଧ୍ୟରେ ହୁଏ ।[୫] ପୁରୁଷଙ୍କ ଅପେକ୍ଷା ଅଧିକ ମହିଳାମାନଙ୍କୁ ରୋଗ ଅଧିକ ହୁଏ ।[୫] ସନ ୧୮୭୭ରେ ଜୋନାଥନ ହଚିନ୍‌ସନ୍ ନାମକ ଏକ ଇଂରେଜ ଡାକ୍ତର ଏକ ଯନ୍ତ୍ରଣାଦାୟକ ପିଣ୍ଡୁଳାକୁ ସାର୍କଏଡୋସିସ୍ ଭାବରେ ବର୍ଣ୍ଣନା କରିଥିଲେ । [୧୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "What Is Sarcoidosis?". NHLBI. June 14, 2013. Retrieved 28 March 2016.
  2. "What Are the Signs and Symptoms of Sarcoidosis?". NHLBI. June 14, 2013. Retrieved 29 March 2016.
  3. Baughman RP, Culver DA, Judson MA; Culver; Judson (March 2011). "A concise review of pulmonary sarcoidosis". American Journal of Respiratory and Critical Care Medicine. 183 (5): 573–81. doi:10.1164/rccm.201006-0865CI. PMC 3081278. PMID 21037016.{{cite journal}}: CS1 maint: multiple names: authors list (link)
  4. "What Causes Sarcoidosis?". NHLBI. June 14, 2013. Retrieved 28 March 2016.
  5. ୫.୦ ୫.୧ ୫.୨ "Who Is at Risk for Sarcoidosis?". NHLBI. June 14, 2013. Retrieved 28 March 2016.
  6. Govender, P; Berman, JS (December 2015). "The Diagnosis of Sarcoidosis". Clinics in chest medicine. 36 (4): 585–602. PMID 26593135.
  7. ୭.୦ ୭.୧ ୭.୨ Wijsenbeek, MS; Culver, DA (December 2015). "Treatment of Sarcoidosis". Clinics in chest medicine. 36 (4): 751–67. PMID 26593147.
  8. Drent, M; Cremers, JP; Jansen, TL (May 2014). "Pulmonology meets rheumatology in sarcoidosis: a review on the therapeutic approach". Current opinion in rheumatology. 26 (3): 276–84. PMID 24614277.
  9. Judson, MA (February 2016). "Corticosteroids in Sarcoidosis". Rheumatic diseases clinics of North America. 42 (1): 119–35, ix. PMID 26611555.
  10. Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). 386 (9995): 743–800. PMID 26063472. {{cite journal}}: |first1= has generic name (help)CS1 maint: numeric names: authors list (link)
  11. GBD 2013 Mortality and Causes of Death, Collaborators (10 January 2015). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet (London, England). 385 (9963): 117–71. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link):Table 2
  12. Kobak, S (October 2015). "Sarcoidosis: a rheumatologist's perspective". Therapeutic advances in musculoskeletal disease. 7 (5): 196–205. PMID 26425148.
  13. James DG, Sharma OP (September 2002). "From Hutchinson to now: a historical glimpse" (PDF). Current Opinion in Pulmonary Medicine. 8 (5): 416–23. PMID 12172446.