ରୁକ୍ମଣୀ ଦେବୀ ଔଣ୍ଡଳେ

ଉଇକିପିଡ଼ିଆ‌ରୁ
ରୁକ୍ମଣୀ ଦେବୀ ଔଣ୍ଡଳେ
Born
ରୁକ୍ମଣୀ ଦେବୀ

(1904-02-29)୨୯ ଫେବୃଆରୀ ୧୯୦୪
Died୨୪ ଫେବୃଆରୀ ୧୯୮୬(1986-02-24) (ବୟସ ୮୧)
Years active୧୯୨୦-୧୯୮୬
Awardsପଦ୍ମ ଭୂଷଣ: ୧୯୫୬
ସଙ୍ଗୀତ ନାଟକ ଏକାଡେମୀ: ୧୯୬୭

ରୁକ୍ମଣୀ ଦେବୀ ଔଣ୍ଡଳେ (୨୯ ଫେବୃଆରୀ ୧୯୦୪ - ୨୪ ଫେବୃଆରୀ ୧୯୮୬[୧]) ଜଣେ ଭାରତୀୟ ଥିଓସଫିଷ୍ଟ, ନର୍ତ୍ତକୀ ଓ ଭାରତନାଟ୍ୟମ ନୃତ୍ୟସଂଯୋଜିକା ଓ ପ୍ରାଣୀ ଅଧିକାର ଓ କଲ୍ୟାଣ କର୍ମୀ ଥିଲେ ।

ସେ ମୂଳ "ସାଧିର" ଶୈଳୀରୁ ବାହାରି ଭାରତନାଟ୍ୟମର ସର୍ବାଧିକ ପୁନର୍ଜାଗରଣବାଦୀ ଭାବେ ଜଣା । ସାଧିର ଶୈଳୀ ମନ୍ଦିର ନର୍ତ୍ତକୀ ଦେବଦାସୀଙ୍କ ଭିତରେ ପ୍ରଚଳିତ ଥିଲା । ସେ ବିଭିନ୍ନ ଭାରତୀୟ ପାରମ୍ପାରିକ କଳା ଓ ଶିଳ୍ପର ପୁନରୁତ୍ଥାନ ପାଇଁ କାମ କରିଥିଲେ ।

ନିଜେ ଉଚ୍ଚ ଜାତିର ହୋଇ ମଧ୍ୟ ସେ ସମକାଳୀନ ୧୯୨୦ ଦଶକର ସମାଜରେ ନୀଚ ଜାତିଦ୍ୱାରା ପରିବେଷିତ ଓ ନୀଚ ନାଚ ଭାବେ ଗଣା ହେଉଥିବା ଭାରତନାଟ୍ୟମକୁ ପେସା ଭାବେ ଆଦରିଥିଲେ । ସେ ନାଚର ସୌନ୍ଦର୍ଯ୍ୟ ଓ ଐଶ୍ୱରୀକ ମାନକୁ ଚିହ୍ନି ସେ ନାଚଟି ଶିଖିବା ସହିତ ଅତ୍ୟଧିକ ସାଧାରଣ ଧାରଣା ସତ୍ତ୍ୱେ ମଧ୍ୟ ମଞ୍ଚରେ ପରିବେଷଣ କରୁଥିଲେ ।

ରୁକ୍ମଣୀ ଦେବୀ ଇଣ୍ଡିଆ ଟୁଡ଼େର "ଭାରତକୁ ଗଢ଼ିଥିବା ୧୦୦ ଜଣଙ୍କ ତାଲିକା"ରେ ସ୍ଥାନ ପାଇଥିଲେ ।[୨] ସେ ୧୯୫୬ରେ ପଦ୍ମ ଭୂଷଣ ସମ୍ମାନରେ[୩] ଓ ୧୯୬୭ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପରେ ସମ୍ମାନୀତ ହୋଇଥିଲେ ।

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ ଓ ବିବାହ[ସମ୍ପାଦନା]

ରୁକ୍ମଣୀ ଦେବୀ ୧୯୦୪ ମସିହା ଫେବୃଆରୀ ୨୯ ତାରିଖରେ ମଦୁରାଇର ଏକ ବ୍ରାହ୍ମଣ ଘରେ ଜନ୍ମ ନେଇଥିଲେ । ତାଙ୍କ ପିତା ନୀଳକଣ୍ଠ ଶାସ୍ତ୍ରୀ ଜଣେ ଇଞ୍ଜିନିୟର ଭାବେ ପବ୍ଲିକ ୱର୍କସ ଡିପାର୍ଟମେଣ୍ଟରେ କାମ କରିବା ସହ ଜଣେ ଶିକ୍ଷାବିଦ ଥିଲେ । ତାଙ୍କ ମାତା ସେସାମାଲ ଜଣେ ସଙ୍ଗୀତ ପ୍ରେମୀ ଥିଲେ । ଶାସ୍ତ୍ରୀଙ୍କ ଚାକିରିରେ ବଦଳି ଅଧିକ ଥିବାରୁ ତାଙ୍କ ଘରେ ସଭିଏଁଁ ଅଧିକ ସ୍ଥାନରେ ରହିଥିଲେ । ସେ ୧୯୦୧ ମସିହାରେ ଥିଓସୋଫିକାଲ ସୋସାଇଟି ସଙ୍ଗେ ପରିଚିତ ହୋଇଥିଲେ । ଆନ୍ନି ବେସାନ୍ତଙ୍କ ଦ୍ୱାରା ପରିଚାଳିତ ଥିଓସୋଫିକାଲ ଆନ୍ଦୋଳନ ଦ୍ୱାରା ଅନୁପ୍ରାଣୀତ ହୋଇ ଶାସ୍ତ୍ରୀ ଚେନ୍ନାଇର ଆଡୟାରକୁ ସ୍ଥାନାନ୍ତରିତ ହୋଇଥିଲେ । ସେଠାରେ ସେ ଥିଓସୋଫିକାଲ ସୋସାଇଟି ଅଫ ଆଡୟାରଠାରେ ଘର ତୋଳାଇ ବସବାସ କଲେ । ସେଠାରେ ଅଳ୍ପବୟସା ରୁକ୍ମଣୀ ଥିଓସୋଫିକାଲ ଚିନ୍ତାଧାରା ଓ ନୂଆ ଭାବନା, ସଂସ୍କୃତି, ମଞ୍ଚ ଅଭିନୟ, ସଙ୍ଗୀତ ଓ ନାଚ ସହ ପରିଚିତ ହେଲେ ।ସେଠାରେ ସେ ବ୍ରିଟିଶ ଥିଓସୋଫିଷ୍ଟ ଜର୍ଜ ଔଣ୍ଡଳେଙ୍କ ସହ ପରିଚିତ ହେଲେ । ଜର୍ଜ ଆନି ବେସାନ୍ତଙ୍କ ଜଣେ ପାଖ ସହକର୍ମୀ ଥିଲେ ଓ ପରେ ବାରଣାସୀର କେନ୍ଦ୍ରୀୟ ହିନ୍ଦୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଯୋଗଦେଇଥିଲେ । ରୁକ୍ମଣୀ ଦେବୀ ଜର୍ଜ ଔଣ୍ଡଳେଙ୍କୁ ବିବାହ କରିଥିଲେ ।[୪]

ଆଧାର[ସମ୍ପାଦନା]

  1. Centenary Celebrations, 2004
  2. "India Today". Archived from the original on 2006-05-09. Retrieved 2016-02-29.
  3. "Padma Awards" (PDF). Ministry of Home Affairs, Government of India. 2015. Retrieved July 21, 2015.
  4. "Rukmini Devi Arundale: A life dedicated to Art". Rediff.com. March 2004.

ଅଧିକ ପଠନ[ସମ୍ପାଦନା]

  • Art and culture in Indian life. Kerala University Press, Trivandrum 1975
  • Sarada, S.: Kalakshetra-Rukmini Devi, reminiscences. Kala Mandir Trust, Madras 1985
  • India’s 50 Most Illustrious Women by Indra Gupta. Icon Publications, 2003. ISBN 81-88086-19-3.
  • Selections, Some selected speeches & writings of Rukmini Devi Arundale. Kalakshetra Foundation, Chennai 2003.
  • Rukmini Devi Arundale: Birth Centenary Volume, edited by Shakuntala Ramani. Chennai, Kalakshetra Foundation, 2003,
  • Kalakshetra Foundation (Hrsg.): Shraddanjali, brief pen portraits of a galaxy of great people who laid the foundations of Kalakshetra. Kalakshetra Foundation, Chennai 2004
  • Photo Biography of Rukmini Devi, Sunil Kothari. Chennai, The Kalakshetra Foundation, 2004.
  • Meduri, Avanthi (Hrsg.): Rukmini Devi Arundale (1904-1986), A Visionary Architect of Indian Culture and the Performing Arts. Motilal Banarsidass, Delhi 2005; ISBN 81-208-2740-6.
  • Samson, Leela (2010). Rukmini Devi: A Life, Delhi: Penguin Books, India, ISBN 0-670-08264-3

ବାହାର ଲିଙ୍କ[ସମ୍ପାଦନା]