ନମତରା ଗୁଳିକାଣ୍ଡ

ଉଇକିପିଡ଼ିଆ‌ରୁ

୨୦୧୫ ମସିହା ମାର୍ଚ୍ଚ ୮ ତାରିଖରେ ଏକ ମଦ ଦୋକାନ ବନ୍ଦ କରିବା ଘଟଣାକୁ ନେଇ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ନମତରା ଗ୍ରାମରେ ପ୍ରଶାସନ ସାଧାରଣ ଲୋକଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲା । ପୁଲିସିର ଗୁଳି ଚଳାଇବା ଫଳରେ ୮ ଜଣ ଆହତ ହୋଇଥିଲେ ।

ଘଟଣାକ୍ରମ[ସମ୍ପାଦନା]

ପୁଲିସ ଗାଁ, ସାହି ଓ ଘର ଭିତରେ ପ୍ରବେଶ କରି ବର୍ବର ଭାବେ ଗୁଳିଚାଳନା ଓ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ପୁଲିସ ଗୁଳିକାଣ୍ଡରେ ୮ଜଣ ଆହତ ହୋଇଥିଲେ । ଗୁଳିକାଣ୍ଡରେ ଆହତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମେଡ଼ିକାଲରେ ମାସାଧିକ କାଳ ଚିକିତ୍ସିତ ହେବା ପରେ କେତେକଙ୍କ ଶରୀରରୁ ଗୁଳି ବାହାରିଲା ସତ ମାତ୍ର ବହୁଦିନ ପର୍ଯ୍ୟନ୍ତ ସେମାନେ ଯନ୍ତ୍ରଣା ଭୋଗ କରିଥିଲେ ।

ସରକାରୀ ଘୋଷଣା[ସମ୍ପାଦନା]

ଯେଉଁମାନଙ୍କର ଗୁଳି ବାହାରି ନାହିଁ ସେମାନେ ଏକ ପ୍ରକାର ଅପାଙ୍ଗ ହୋଇପଡ଼ିଥିଲେ । ସରକାର ଆହତଙ୍କୁ ସହାୟତା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । ଘଟଣାର ୭ମାସ ପରେ ମଧ୍ୟ ଆହତଙ୍କୁ ସହାୟତା ମିଳିପାରିନଥିଲା । ଏଥିପାଇଁ ସରକାର ଆରଡିସିସ୍ତରୀୟ ତଦନ୍ତ ଦେଇଥିଲେ ।

ଦାବୀ[ସମ୍ପାଦନା]

ଏଥିପାଇଁ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ତଥା ବିଭିନ୍ନ ସଂଗଠନ ପକ୍ଷରୁ ନମତରା ଘଟଣାକୁ ନେଇ ଆରଡିସିଙ୍କୁ ଦାବିପତ୍ରଦାନ କରାଯାଇଥିଲା । ନମତରାରେ ପୁଲିସର ଆକ୍ରୋଶମୂଳକ ଗିରଫଦାରୀ ବନ୍ଦ, ଗ୍ରାମବାସୀଙ୍କ ଉପରେ ପୁଲିସ ରୁଜୁ କରିଥିବା ମିଥ୍ୟା ମକଦ୍ଧମାକୁ ନିଃସର୍ତ୍ତ ପâତ୍ୟାହାର, ପୁଲିସର ଅସାଧୁ ମେଣ୍ଟ ବନ୍ଦ, ଆହତ ଓ କ୍ଷତିଗ୍ରସ୍ତଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୁରଣ, ତତ୍କାଳୀନ ଏସ୍‍ପିଙ୍କୁ ଗିରଫ କରିବା ପ୍ରଭୁଭୃତି ଦାବି କରାଯାଇଥିଲା । ଉକ୍ରଳ ସର୍ବୋଦୟ ମଣ୍ଡଳ, ରାଷ୍ଟ୍ରୀୟ ଯୁବା ସଂଗଠନ, ପ୍ରୋଜେକ୍ଟ ସ୍ୱରାଜ, ପ୍ରୋଗ୍ରେସିଭ ଲୟର୍ସ ଆସୋସିଏସନ, ଉତ୍କଳମଣି ସେବା ସଂଘ, ଆମ୍ବେଦକର ମହିଳା ମହାସଂଘ, କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ନିଧି, ଉକ୍ରଳ ଗାନ୍ଧି ସ୍ମାରକ ନିଧି ପ୍ରଭୃତି ସଙ୍ଗଠନ ଏହାକୁ ବିରୋଧ କରିଥିଲେ ।

ଫଳାଫଳ[ସମ୍ପାଦନା]

ଆରଡିସିସ୍ତରୀୟ ତଦନ୍ତ ଚାଲୁ ରହି କୌଣସି ନିସ୍କର୍ଷ ବାହାରି ପାରି ନଥିଲା । [୧]

ଆଧାର[ସମ୍ପାଦନା]

  1. "ନମତରା ଗୁଳିକାଣ୍ଡ ଘଟଣା - ଦୁଃଖରେ ଦିନକାଟୁଛନ୍ତି ପୀଡ଼ିତ". ସମାଜ. Archived from the original on 17 April 2014. Retrieved 8 October 2015.