ଅଞ୍ଜନା

ଉଇକିପିଡ଼ିଆ‌ରୁ
ଚୋମୁର ଅଞ୍ଜନା ମାତା ମନ୍ଦିରରେ ଥିବା ଅଞ୍ଜନାଙ୍କ ଏକ ମୂର୍ତ୍ତିରେ ସେ ହନୁମାନଙ୍କୁ କୋଳରେ ଧରିଥିବା ଦେଖାଯାଉଛି

ଅଞ୍ଜନା ଜଣେ ହିନ୍ଦୁ ପୌରାଣିକ ଚରିତ୍ର । ପୁରାଣ ବର୍ଣ୍ଣନା ଅନୁସାରେ ତ୍ରେତୟା ଯୁଗରେ ପୁଞ୍ଜିକସ୍ଥଳା ନାମକ ଅପସରା ଜଣେ ଋଷିଙ୍କ ଅଭିଶାପ କାରଣରୁ ସେ ବାନର କନ୍ୟା ରୂପରେ ଜନ୍ମ ନେଇଥିଲେ । ଶିବରୁଦ୍ରସଂହିତାରେ ଥିବା ବର୍ଣ୍ଣନା ଅନୁଯାୟୀ ସେ ହେଉଛନ୍ତି ମହର୍ଷି ଗୌତମଙ୍କ କନ୍ୟା । ସେ ବାନରରାଜ କେଶରୀଙ୍କୁ ବିବାହ କରିଥିଲେ । ବାୟୁଦେବଙ୍କ କୃପା କାରଣରୁ ସେ ପୁତ୍ର ପ୍ରାପ୍ତ କରିଥିଲେ । ସ୍କନ୍ଧ ପୁରାଣର ବର୍ଣ୍ଣନା ଅନୁଯାୟୀ, ମତଙ୍ଗ ଋଷିଙ୍କ ପରାମର୍ଶକ୍ରମେ ଅଞ୍ଜନା ଏବଂ ବାନରରାଜ କେଶରୀ ଭେଙ୍କଟାଚଳ ପର୍ବତକୁ ଯାଇ ପୁଷ୍କରଣୀ ତୀର୍ଥସ୍ଥଳରେ ସ୍ନାନ କରିଥିଲେ । ସେଠାରେ ଥିବା ବରାହ ଏବଂ ଭେଙ୍କଟେଶଙ୍କୁ ପ୍ରଣାମ କରିଥିଲେ । ଆକାଶଗଙ୍ଗା ତୀର୍ଥକୁ ଯାଇ ଦୁହେଁ ବାୟୁଦେବଙ୍କ ଆରାଧନା କରିଥିଲେ । ଅଞ୍ଜନା ଏକ ହଜାର ବର୍ଷ ତପସ୍ୟା କରିବା ପରେ ବାୟୁଦେବତା ପ୍ରକଟ ହେଲେ ଏବଂ ତାଙ୍କୁ ବର ମାଗିବାକୁ କହିଲେ । ଅଞ୍ଜନା ତାଙ୍କୁ ପୁତ୍ରପ୍ରାପ୍ତି ନିମନ୍ତେ ବର ମାଗିଲେ । ପରେ ବାୟୁଦେବଙ୍କ କୃପାରୁ ରୁଦ୍ରବତାର ହନୁମାନଙ୍କୁ ଜନ୍ମ ଦେଇଥିଲେ । ହନୁମାନ ତ୍ରେତୟା ଯୁଗରେ ବିଷ୍ଣୁଙ୍କ ଅବତାର ରାମଙ୍କୁ ସହାୟତା କରିବାକୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଦ୍ୱାରାରା ଅସାଧ୍ୟ କାର୍ଯ୍ୟ ସାଧିତ ହୋଇଥିଲା ।[୧][୨]

ଆଧାର[ସମ୍ପାଦନା]

  1. Pollet, Gilbert (January 1995). Indian Epic Values: Ramayana and Its Impact: Proceedings of the 8th International Ramayana Conference, Leuven, 6–8 July 1991 (Orientalia Lovaniensia Analecta). Peeters. ISBN 978-90-6831-701-5.
  2. Gopal, Madan (1990). K.S. Gautam (ed.). India through the ages. Publication Division, Ministry of Information and Broadcasting, Government of India. p. 68.