ନରସିଂହ ଦେବ

ଉଇକିପିଡ଼ିଆ‌ରୁ

ନରସିଂହ ଦେବ, ଜଣେ ଗଙ୍ଗବଂଶୀ ସମ୍ରାଟ ଥିଲେ ।[୧] ସେ ତୃତୀୟ ଅନଙ୍କ ଭୀମଦେବଙ୍କ ସୁଯୋଗ୍ୟ ପୁତ୍ର ଥିଲେ । ସେ ୧୨୩୮ ମସିହାରେ ତୃତୀୟ ଅନଙ୍ଗଭୀମ ଦେବଙ୍କ ମୃତ୍ୟୁପରେ ଗଙ୍ଗବଂଶ ସିଂହାସନ ଆରୋହଣ କରି ଦୀର୍ଘ ଛବିଶ ବର୍ଷ ରାଜତ୍ୱ ସହ ୧୨୬୪ ମସିହାରେ ମୃତ୍ୟୁବରଣ କରିଥିଲେ । ପ୍ରଥମ ନରସିଂହଦେବ ଗଙ୍ଗବଂଶର ତିନିଜଣ ପ୍ରମୁଖ ଶାସକଙ୍କ ମଧ୍ୟରେ ଅନ୍ୟତମ । ଓଡ଼ିଶା ଇତିହାସରେ ସେ ଜଣେ ସ୍ମରଣୀୟ ପରାକ୍ରମଶାଳୀ ଶାସକ ରୂପେ ପରିଚିତ । କାରଣ ସେ ହଣେ ନିପୁଣ, ଅଗ୍ରଗାମୀ, ସମରପ୍ରୀୟ ଯୋଦ୍ଧ ଏବଂ ସ୍ଥାପତ୍ୟ ଓ ଭସ୍କର୍ଯ୍ୟ କଳାର ପୃଷ୍ଠପୋଷକ ଥିଲେ । [୨] ତାଙ୍କ ସମୟରେ ଓଡ଼ିଶାର କଳା ଓ ସଂସ୍କୃତିର ଚରମ ଉତ୍କର୍ଷ ସାଧିତ ହୋଇଥିଲା । ନିଜର ବାହୁ ବଳରେ ସେ ସମଗ୍ର ବଙ୍ଗଳା ଦେଶକୁ ପଦାନତ କରିଥିଲେ ଓ ଚନ୍ଦ୍ରଭାଗଠାରେ ସ୍ଥାପତ୍ୟ କଳାର ନିଦର୍ଶନ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ । ପ୍ରଥମ ନରସିଂହ ଦେବ ବଙ୍ଗଳାର ସୁଲତାନଙ୍କ ବିରୁଦ୍ଧରେ ଏକ ନୂତନ ପ୍ରକାର ଯୁଦ୍ଧନୀତି ଗ୍ରହଣ କରିଥିଲେ । ସେ ସତ୍ରୁଙ୍କୁ ଆକ୍ରମଣ କରିବାପାଇଁ ସୁଯୋଗ ନଦେଇ ନିଜପଟୁ ପ୍ରଥମେ ଶତ୍ରୁ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ । ଏହିପରି ମୁସଲମାନ ଶାସକଙ୍କୁ ପରାସ୍ତ କରି ଓଡ଼ିଶାରା ସ୍ୱାଧୀନତା ରକ୍ଷା କରିଥିଲେ ।[୩]

ଯୁଦ୍ଧ ଓ ଶାସନ ବ୍ୟତୀତ, ପ୍ରଥମ ନରସିଂହ ଦେବ ଧର୍ମ, ସଂସ୍କୃତି, କଳା, ସ୍ଥାପତ୍ୟ ପ୍ରତି ନିଜର ପ୍ରଗାଢ ଅନୁରକ୍ତି ପ୍ରଦର୍ଶନ କରିଥିଲେ । ସେ ଜଣେ ଜଗନ୍ନାଥଙ୍କ ସେବକ ଥିଲେ, ଓ ଏହା ବ୍ୟତୀତ ସେ ସୂର୍ଯ୍ୟ ଉପାସକ ଭାବେ ପ୍ରସିଦ୍ଧ କୋଣାର୍କ ମନ୍ଦିର ସ୍ଥାପନ କରିଥିଲେ । [୪] ଓଡ଼ିଆ, ଓଡ଼ିଶା ଓ ପ୍ରାଚ୍ୟ ଭାରତ ଭୂଖଣ୍ଡର ସ୍ଥାପତ୍ୟ କଳାଶୈଳୀ ଓ ପ୍ରତିଭାର ଏକ ନିଛକ ପ୍ରତିଛବି ହେଉଛି କୋଣାର୍କର ସୂର୍ଯ୍ୟ ମନ୍ଦିର । ପ୍ରଥମ ନରସିଂହ ଦେବ ଜଣେ ବିଦ୍ୟାନୁରାଗୀ ଓ ସାହିତ୍ୟିକ ଥିଲେ । କବି ବିଦ୍ୟାଧର ଏକାବଳୀ କାବ୍ୟ ପ୍ରଥମ ନରସିଂହ ଦେବଙ୍କ ପୃଷ୍ଠପୋଷକତାରେ ଲେଖିଥିଲେ । ତାଙ୍କଦ୍ୱାରା ଲିଖିତ ବଙ୍ଗ ସଂଗ୍ରହ ବହିରେ ପ୍ରଥମ ନରସିଂହ ଦେବଙ୍କ ବଙ୍ଗ ଅଭିଯାନ ଓ ଯବନବାଣୀ ବଲ୍ଲଭ ବହିରେ ଯବନ ସାମ୍ରାଯ୍ୟ ଅଧିକାର ବିଷୟ ପ୍ରଞ୍ଜଳ ଭାବରେ ଲେଖା ଯାଇଛି । [୫]

ଆଧାର[ସମ୍ପାଦନା]

  1. "ନରସିଂହ ଦେବ" (PDF). odisha.gov.in. Retrieved 2 October 2015.
  2. "ମୋଗଲ ଆକ୍ରମଣ" (PDF). shodhganga.inflibnet.ac.in. Retrieved 2 October 2015.
  3. "Invasions on the Temple of Lord Jagannath, Puri" (PDF). odisha.gov.in. Retrieved 2 October 2015.
  4. "କୋଣାର୍କ ମନ୍ଦିର ଇତିହାସ". Archaeological Survey of India, Government of India. Retrieved 2 October 2015.
  5. "ଓଡ଼ିଶା ଇତିହାସ". wikipedia. Retrieved 2 October 2015.