ସ୍ୱାସ୍ଥ୍ୟ

ଉଇକିପିଡ଼ିଆ‌ରୁ


ସ୍ୱାସ୍ଥ୍ୟ ଶବ୍ଦଟି ଜୀବନ୍ତ ପ୍ରାଣୀର କାର୍ଯ୍ୟ କ୍ଷମତା ବା ମେଟାବୋଲିକ ଦକ୍ଷତାର ସ୍ତରକୁ ଦର୍ଶାଏ । ମାନବ କ୍ଷେତ୍ରରେ ଏହା ବ୍ୟକ୍ତି ବା ଗୋଷ୍ଠୀର ଶାରୀରିକ, ମାନସିକ ଓ ସାମାଜିକ ଆହ୍ୱାନ ବା ଚାଲେଞ୍ଜକୁ ସମ୍ମୁଖୀନ ହେବାର ଦକ୍ଷତାକୁ ବୁଝାଏ ।[୧] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (WHO) ୧୯୪୮ ମସିହା କନସ୍ଟିଚ୍ୟୁସନରେ ଗୃହିତ ସଂଜ୍ଞା ଅନୁସାରେ ଏହା ଏକ ସମ୍ପୁର୍ଣ୍ଣ ଶାରୀରିକ, ମାନସିକ ଓ ସାମାଜିକ ଭଲ-ଅବସ୍ଥା ଓ କେବଳ ରୋଗ ତ‌ଥା ଅକ୍ଷମତାର ଅଭାବ ନୁହେଁ ।[୨][୩] ଏହି ସଂଜ୍ଞା ଗ୍ରହଣ କରିବାରେ ମଧ୍ୟ ମତଭେଦ ରହିଛି ବିଶେଷତଃ ଏହାର କାର୍ଯ୍ୟକାରୀ ମୂଲ୍ୟ ଓ "ସମ୍ପୁର୍ଣ୍ଣ" ଶବ୍ଦ ଉପରେ ।[୪][୫] ଅନ୍ୟ କେତେକ ସଂଜ୍ଞା ପ୍ରସ୍ତାବ ଥିବା ବେଳେ ଗୋଟିଏ ସାମ୍ପ୍ରତିକ ସଂଜ୍ଞା ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ସନ୍ତୋଷକୁ ସ‌ହ‌ମତି ମିଳିଛି । [୬][୭] ବିଭିନ୍ନ ବର୍ଗୀକରଣ ପଦ୍ଧତି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତିୟ ବର୍ଗୀକରଣ ପରିବାର (WHO Family of International Classifications), ଆନ୍ତର୍ଜାତୀୟ କାର୍ଯ୍ୟକାରୀତା, ଅକ୍ଷମତା ଓ ସୁସ୍ଥତା ବର୍ଗୀକରଣ(International Classification of Functioning ବାICF), ଆନ୍ତର୍ଜାତୀୟ ରୋଗ ବର୍ଗୀକରଣ (International Classification of Diseases ବା ICD) ସଂସ୍ଥାମାନଙ୍କଦ୍ୱାରା ସାଧାରଣତଃ ସ୍ୱାସ୍ଥ୍ୟର ମାପକାଠି ଓ ସଂଜ୍ଞା ନିରୁପଣ ନିମନ୍ତେ ବ୍ୟବ‌ହାର କରାଯାଉଛି ।

ବ୍ୟବ‌ସ୍ଥିତ କାର୍ଯ୍ୟକ୍ରମ ଅନୁଯାୟୀ ସ୍ୱାସ୍ଥ୍ୟସେବୀମାନେ (health care provider) ସ୍ୱାସ୍ଥ୍ୟ ସମସ୍ୟାକୁ ଆରୋଗ୍ୟ କରନ୍ତି, ପ୍ରତିଷେଧ କରନ୍ତି ଓ ସୁନ୍ଦର ସ୍ୱାସ୍ଥ୍ୟ ଗଠନ ନିମନ୍ତେ ଉପଦେଶ ଦିଅନ୍ତି । ସୁସ୍ଥ ଶବ୍ଦଟି ଅନ୍ୟ ପ୍ରସଙ୍ଗ ଅର୍ଥରେ ମଧ୍ୟ ବ୍ୟବ‌ହାର ହେଉଛି ଯେପରିକି ସୁସ୍ଥ ସମାଜ, ସୁସ୍ଥ ଶହର, ସୁସ୍ଥ ପରିବେଶ ଇତ୍ୟାଦି । ସ୍ୱାସ୍ଥ୍ୟ ସେବା ବ୍ୟତୀତ ଆହୁରି ଅନେକ କାରକ ଯେପରିକି ବ୍ୟକ୍ତିର ଜୀବନ‌ଚର୍ଯ୍ୟା, ଅର୍ଥନୈତିକ, ସାମାଜିକ, ଆଧ୍ୟାତ୍ମିକ ଓ ବ୍ୟକ୍ତିଗତ ପୃଷ୍ଠଭୂମି ଯେଉଁଗୁଡ଼ିକ ସ୍ୱାସ୍ଥାବସ୍ଥାକୁ ନିୟନ୍ତ୍ରଣ କରନ୍ତି । ଅନୁଶୀଳନରୁ ଜଣାଯାଏ ଯେ ମାନସିକ ଚାପ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । [୮]

ଆଧାର[ସମ୍ପାଦନା]

  1. Huber M, Knottnerus JA, Green, L., van der Horst H, Jadad AR, Kromhout D, Smid H. BMJ 2011; 343 (d4163) http://savenhshomeopathy.org/wp-content/uploads/2012/09/Huber-Definition-Health-BMJ-21.pdf
  2. World Health Organization. WHO definition of Health, Preamble to the Constitution of the World Health Organization as adopted by the International Health Conference, New York, 19–22 June 1946; signed on 22 July 1946 by the representatives of 61 States (Official Records of the World Health Organization, no. 2, p. 100) and entered into force on 7 April 1948. In Grad, Frank P. (2002). "The Preamble of the Constitution of the World Health Organization". Bulletin of the World Health Organization. 80 (12): 982.
  3. World Health Organization. 2006. Constitution of the World Health OrganizationBasic Documents, Forty-fifth edition, Supplement, October 2006.
  4. Callahan D. (1973). "The WHO definition of 'health'". The Hastings Center Studies. 1 (3): 77–87. doi:10.2307/3527467. JSTOR 3527467.
  5. Taylor S, Marandi A (2008). "How should health be defined?". BMJ. 337: a290. doi:10.1136/bmj.a290. PMID 18614520.
  6. Bellieni CV, Buonocore G. (2009). "Pleasing desires or pleasing wishes? A new approach to pain definition". Ethics Med. 25 (1).
  7. Sport, Disability and an Original Definition of Health. Zenit.org (February 27, 2013).
  8. "BBC News – How stressed are you?". Bbc.co.uk. 2013-11-06. Retrieved 2014-03-01.

ବାହାର ଲିଙ୍କ[ସମ୍ପାଦନା]